ଭତାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି

ଲୋଇସିଂହା, ୨୫ା୧ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗଁା(ଖ) ସଦର ଗଁାର ବୁରୁଧ୍‌ ଦମ୍ପତି ଯଦୁମଣି ହରପାଲ(୬୩) ଆର ଉଷା ହରପାଲ(୬୦) ବୁଢ଼ାବୁଢ଼ୀ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଦମ୍ପତି ଭତାର ଲାଗି ଅନେକ ଥର ପଁଚେତ୍‌ରୁ ବ୍ଲକ ତକ୍‌ ଦରକାରୀ କାଗଜପତର ଦେଇ ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ହିସାବେ ନଅଗଁା(ଖ) ପଁଚେତ୍‌ ସଦର ଗଁାର ଯଦୁମଣି ହରପାଲ। ପରିବାର କହେଲେ ମାଏକିନା ଉଷା, ୫ ଝି’ ଆର ୩ ପୁଓକୁଁ ନେଇ ସଁସାର। ଦୁଖ୍‌ସୁଖ କରି ବୁରୁଧ୍‌ ଦମ୍ପତି ଝି’ପୁଓମାନକୁ ବିହାଚୁରା କରି ସାରିଛନ୍‌। ପୁଓମାନେ କମେଇ ଖାଏବାର ଲାଗି ନିଜର କୁଟୁମ ଧରି ବରଗଡ଼ ଅଂଚଲରେ ରହୁଛନ୍‌। ଏନ୍‌ତାଥି ବୁରୁଧ୍‌ ଦମ୍ପତି ନଅଗଁା(ଖ)ରେ ରହୁଛନ୍‌। ଦମ୍ପତି ପଁଚେତ୍‌ରୁ ପିଡିଏସ୍‌ ଚାଉଲ ପାଉଥିଲାବେଲେ ଯଦୁମଣି କୁଲିମଜୁରି କରି ଦୁଇପଏସା ରୁଜ୍‌ଗାର କରୁଛନ୍‌। ସେ ପଏସାରେ ତାକର ତେଲ୍‌ନୁନ୍‌, କପଡ଼ାଲତା, ଉଷୋକଷା ଖରଚ୍‌ ତୁଲଉଛନ୍‌। ଯଦୁମଣିକଁର ଆଧାର କାର୍ଡ ଅନ୍‌ସାରେ ତାହାକୁ ୬୩ ବଛର ହେଉଥିଲାବେଲେ ଉଷାକୁଁ ୫୭ ବଛର ହେଉଛେ। ହେଲେ ଆଧାର କାର୍ଡରେ ବଏସ୍‌ ଭୁଲ୍‌ ଥିବାର ଦମ୍ପତି କହିଛନ୍‌। ଅନେକ ଲୋକ୍‌ ଘରକେ ଆସି ଭତା କରେଇଦେବାର ବାହାନାରେ ଟଁକା ଆର କାଗଜପତର ନେଇକରି ଯାଉଛନ୍‌। ହେଲେ ପଛେ ଦିନାକେତେ ଉତାରୁ ଜାନ୍‌ବାକେ ମିଲୁଛେ ଆମେ ଠକେ ପଡ଼ିଛୁଁ ବଲି ଯଦୁମଣି କହିଛନ୍‌। ସେନ୍‌ତା ଆଏଜ୍‌କେ ୪ ମାସ ତଲେ ବ୍ଲକରୁ ଗୁଟେ ପରତିନିଧି ଦଲ ଆସି କାଗଜପତର ନେଇ ଭତା ଦେବାକେ କଥା ଦେଇଥିଲେ। ହେଲେ ଆଏଜ୍‌ତକ ଭତା ନାଇଁ ମିଲବାରତାଲ ବଲି ବୁରୁଧ୍‌ ଦମ୍ପତି କହିଛନ୍‌। ଇ ଦିଗେ ବିଡିଓ ଆର ବ୍ଲକ ସାମାଜିକ ସୁରକ୍ଷା ଅଧ୍‌କାରୀ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ପଡ଼ାବାସୀ ଦାବି କରିଛନ୍‌।