ଭତାରୁ ବଁଚିତ୍‌ ଅଟେଁନ, ସୁରୁସିଂ

ଲାଠୋର, ୨୧।୧ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଢୋଲମାନ୍ଦଲ ପଁଚେତ୍‌ ସଦର ଗଁାର ବିଧବା ମହିଲା ଅଟେଁନ ମାଝି ଆର ତୁରେକେଲାର ସୁରୁସିଂ ମଲ୍ଲିକକଁର ବଏସ୍‌ ହେଇଥିଲେ ବି ଭତା ପାଏବାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଢୋଲମାନ୍ଦଲ ଗଁାର ସ୍ବର୍ଗତ ଅର୍ଜୁନ ମାଝିକଁର ମାଏକିନା ଅଟେଁନ ମାଝି। ତାକର ଗୁଟେବଲି ଝି’କେ ବିହାଚୁରା କଲା ଉତାରୁ ସେ ନିସାହା ହେଇଯାଇଛନ୍‌। ଜମିବାଡ଼ି ବଲି କିଛି ନାଇଁ। ସରକାର ଗରିବ୍‌ ଦୁଖିକୁ ଭତା, ଆବାସ ଘର, ଚାଉଲ ଯୁଗେଇ ଦେଉଥିଲାବେଲେ ଇ ସବୁରୁ ଅଟେଁନ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ଅଟେଁନ ଗଁାଛାଡ଼ି ଝି’ଜୁଏଁ ଘର ଗଁା ତୁରେକେଲା ବ୍ଲକ ଅଧୀନ ବାଞ୍ଜିପାଲିରେ ଝନେ ଲାଗେଲେସର ଘରେ ଆଶ୍‌ରେ ନେଇଛନ୍‌। ସେନ୍‌ତା ତୁରେକେଲା ବସ୍ତିପଡ଼ାର ସୁରୁସିଂ ମାଝିକଁର ପରିବାର କହେଲେ ମାଏକିନା ସରୋଜିନୀ ଆର ଗୁଟେ ବଲି ଝି’ ଅମ୍ବିକାକୁଁ ନେଇ ସଁସାର। ସୁରୁସିଂ ବି ଦୁଖ୍‌ସୁଖ୍‌ କରି ଝି’କେ ବିହାଚୁରା କରି ସାରିଛନ୍‌। ଯେନ୍‌ ଜମିବାଡ଼ି ଟିକେ ରହିଛେ ସେଟା ସୁରୁସିଂ କମାବାର ସଂଗେ ମାଏକିନା କୁଲିମଜୁରି କରି ରୁଜ୍‌ଗାର କରୁଥିବାର ଟଁକାରେ ଯଥରକଥର ଘରର ତେଲ୍‌ନୁନ ଚଲୁଛେ। ସୁରୁସିଂକଁର ବଏସ୍‌ ୬୦ ଟପିଥିଲେ ବି ଆଏଜ୍‌ତକ ସେ ଭତାରୁ ବଁଚିତ୍‌ ହେଇ ରହିଥିବାର କହିଛନ୍‌। ଥାନୀଅ ବ୍ଲକ ପରଶାସନ ବୁରୁଧ୍‌ ବିଧବା ଅଟେଁନ ମାଝି ଆର ସୁରୁସିଂ ମଲ୍ଲିକଁର ଉପରେ ଦୁରୁଷ୍‌ଟି ଦେଇ ଯେତେ ଜଲ୍‌ଦି ହେବା ଭତା ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।