ଭତାକେ ନେଇ ପଁଚେତ୍‌ରେ ତାଲା ପକାଲେ ହିତାଧିକାରୀ

ପୁରୁଣାକଟକ, ୧୪ା୯ (ଡି.ଏନ୍‌.ଏ.):
ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସଂଙ୍କୁଲେଇ ପଁଚେତ୍‌କେ ଶୁକୁରବାର ହିତାଧିକାରୀମାନେ ଭତା ନେବାକେ ଆସି ହଇରାନ ହରକତ ହେଲାରୁ ପଁଚେତ୍‌ରେ ତାଲା ପକେଇଥିବାର ଜନାଯାଇଛେ। ଏହେଦେ ଇ ଘଟନା ଅଂଚଲରେ ଗୁଟେ ଚରଚାର ବିଷେ ପାଲଟିଛେ।
ସୂଚନା ଅନ୍‌ସାରେ ଫିମାସ ଲେଖେଁ ପଁଚେତ୍‌ର ହିତାଧିକାରୀମାନେ ଭତା ଟଁକା ନେବାକେ ଶୁକୁରବାର ପଁଚେତ୍‌କେ ଆସିଥିଲେ। ପଁଚେତ୍‌ର ମଲିକପଡ଼ା, ପାଣିଘରା, ବୁଲୁରା ଗଁାରୁ ହିତାଧିକାରୀମାନେ କିଏ ଚାଲି ଚାଲି ତ ଆର କିଏ ଅଟୋ ଭଡ଼ା କରି ଭତା ଟଁକା ନେବାକେ ଆସି ପଁଚେତ୍‌ରେ ଜମା ହେଇଥିଲେ। ଦିନର ୧୨ ବଜେ ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଅନନ୍ତ କୁମାର ବେହେରା ପଁଚେତ୍‌ରେ ପୁହୁଁଚିଥିଲେ। ସେଠାନେ ଆଗ୍‌ରୁ ଭତାର ଲାଗି ଠୋଲ୍‌ ହେଇଥିବାର ବୁଢ଼ାବୁଢ଼ିମାନକୁ ସେ କାହିଁର ଲାଗି ଇଠାନେ ଭିଡ଼ ଜମେଇଛ, ନିଜର ନିଜର ଗଁାକେ ପଲ, ସେଠାନେ ତମର ଭତା ଟଁକା ଦିଆଯିବା ବଲି କହିଥିଲେ। ହେଲେ ବୁଢ଼ାବୁଢ଼ି, ଭିନ୍ନକ୍ଷମମାନେ ଭତା ଆଶ୍‌ରେ କିଏ ୨୦ କି.ମି. ଚାଲି ଚାଲି ତ ଆର କିଏ ଅଟୋ ଭଡ଼ା କରି ଆସିଥିଲେ। ଏନ୍‌ତାଥି ଅଧ୍‌କାରୀକଁରନୁ ଇ କଥା ଶୁନ୍‌ଲା ଉତାରୁ ସେମାନେ ଚିହିଁକି ଯାଇଥିଲେ। ଆମ୍‌କୁ ଭତା ଦେବାର ଲାଗି କାଏଁଯେ ଡାକୁଥିଲ, ଆଏଲା ଉତାରୁ ହଇରାନ କରୁଛ ବଲି ନିର୍ବାହୀ ଅଧ୍‌କାରୀକୁଁ ପ୍ରଶ୍ନ କରିଥିଲେ। ଭତା ଦିଅ ନାଇଁ ହେଲେ ପଁଚେତ୍‌ରେ ତାଲା ପକାମୁଁ ବଲି କହି ପାଖାପାଖି ୮୦ ଝନ୍‌ ହିତାଧିକାରୀ ପଁଚେତ୍‌ରେ ତାଲା ପକେଇ ଧାରନାରେ ବସିଥିଲେ। ଇ ବାବ୍‌ଦେ ପିଇଓ ଅନନ୍ତ ବେହେରାକୁଁ ପଚରାଲାରୁ କଣ୍ଟାମାଳ ବ୍ଲକରେ ଝନେ ପିଇଓକଁରନୁ ଭତା ଟଁକା ଲୁଟ ହେଲା ଉତାରୁ ଜିଲାପାଲ ସମ୍‌କୁ ତରକି କରି ରହେବାକେ ପରାମଶ୍‌ ଦେଇଛନ୍‌। ପଁଚେତ୍‌ ପାସର ଗଁା ଆର ଦୂର ଗଁାର ହିତାଧିକାରୀମାନକୁ ଅଲଗା ଅଲଗା ଦିନ ଭତା ଦିଆଯିବା ବଲି କହେଲାରୁ ପରିସ୍ଥିତି ଏନ୍‌ତା ହେଇଥିଲା। ମଲିକପଡ଼ା, ପାଣିଘରା, ବୁଲୁରାରୁ ଆସିଥିବାର ହିତାଧିକାରୀମାନେ ଭତା ନେବାକେ ଅଡି ବସିଥିଲେ। ଆଏବାର ମାସ୍‌ଠାନୁ ଇ ହିସାବେ ଦିଆଯିବା ବଲି ସେମାନକୁ ବୁଝାଲାରୁ ତାଲା ଖୁଲିଥିଲେ, ସମ୍‌କୁ ଭତା ବି ଦିଆଯାଇଛେ ବଲି ପିଇଓ କହିଛନ୍‌।