ଭଣ୍ଡାରିପୋଖରୀର ୩ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୦ ଜଣଙ୍କ ସ୍ବାବ ସଂଗ୍ରହ

ଭଣ୍ଡାରିପୋଖରୀ,୨୩।୫ (ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ତିନୋଟି ସଙ୍ଗରୋଧ କେନ୍ଦ୍ରରୁ କରୋନା ଲକ୍ଷଣ ଥିବା ୨୦ ପ୍ରବାସୀଙ୍କ ସ୍ବାବ ସଂଗ୍ରହ କରାଯାଇଛି। ମାଳଦା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ୧୩ ଜଣ, ନପଙ୍ଗ ପଞ୍ଚାୟତସ୍ଥିତ ଚଣ୍ଡୀମାତା ଉଚ୍ଚ ବିଦ୍ୟାପୀଠ କେନ୍ଦ୍ରରୁ ୨ ଜଣ, ନେରଡ଼ା ପଞ୍ଚାୟତ ସୁବର୍ଣ୍ଣମୁଖୀ ବିଦ୍ୟାଳୟ କେନ୍ଦ୍ରରୁ ୫ ପ୍ରବାସୀଙ୍କ ସ୍ବାବ ସଂଗ୍ରହ କରଯାଇଥିଲା। ଭଣ୍ଡାରିପୋଖରୀ ଗୋଷ୍ଠି ସ୍ବାସ୍ତ୍ୟକେନ୍ଦ୍ର ଅଧିକାରୀ ଡା. କମଳା କାନ୍ତ ସ୍ବାଇଁଙ୍କ ନିର୍ଦେଶକ୍ରମେ ସ୍ବାସ୍ଥ୍ୟକର୍ମୀ ବାମନ ଚରଣ ଖଟୁଆ, ପ୍ରୀତିପ୍ରିୟା ଭୂୟାଁ, ଏସ୍‌କେ ସାଇଦ କାଦରି ସ୍ବାବ ସଂଗ୍ରହ କରିଥିଲେ। ବ୍ଲକର ବିଭିନ୍ନ ସଂଘରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀଙ୍କ ସ୍ବାବ ସଂଗ୍ରହ ବିଳମ୍ବ ହେଉଥିବାରୁ ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଥିସହ ସଙ୍ଗରୋଧ କେନ୍ଦ୍ରରେ ଥିବା ସମସ୍ତ ପ୍ରବାସୀଙ୍କ ସ୍ବାବ ସଂଗ୍ରହ ହେଉ ନାହିଁ। ଲକ୍ଷଣ ଥିବା ପ୍ରବାସୀଙ୍କଠାରୁ ପ୍ରଶାସନ ପକ୍ଷରୁ ସ୍ବାବ ସଂଗ୍ରହ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।