ଭଣଜା ସହ ଜନ୍ମଦିନର କେକ୍‌ କାଟିଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ଶୁକ୍ରବାର ନିଜର ୫୪ତମ ଜନ୍ମଦିନ ପାଳିଛନ୍ତି। ଜନ୍ମଦିନ ଉପଲକ୍ଷେ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଚଳିତଥର ସଲମାନ ନିଜ ପସନ୍ଦର ସ୍ଥାନ ପନଓ୍ବେଲ ଫାର୍ମ ବଦଳରେ ଭାଇ ସୋହେଲ ଖାଁଙ୍କ ମୁମ୍ବାଇ ସ୍ଥିତ ଘରେ ପାଲି ହିଲ୍‌ରେ ରାତି ୧୨ଟାରେ ଜନ୍ମଦିନ ସେଲିବ୍ରେଟ କରିଥିଲେ। ଏଥିରେ ପରିବାରଲୋକଙ୍କ ସହ ଭଉଣୀ ଅର୍ପିତା ଖାଁ ଓ ବଲିଉଡ୍‌ର କିଛି କଳାକାର ସାମିଲ ହୋଇଥିଲେ। ଏହି ସେଲିବ୍ରେସନର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସଲ୍ଲୁ ମିଆଁ ଭଣଜା ଆହିଲଙ୍କୁ ଧରି କେକ୍‌ କାଟୁଥିବାର ଦେଖିବାକୁ ମିଳିଛି। ପୂର୍ବରୁ ସଲମାନଙ୍କ ଜନ୍ମଦିନ ଅବସରରେ ଅର୍ପିତା ନିଜର ଡେଲିଭରି କରାଇବେ ବୋଲି ଚର୍ଚ୍ଚା ହୋଇଥିଲା।

Share