Categories: ଫୁରସତ

ଭଙ୍ଗା ଏରୋପ୍ଲେନ୍‌ରେ ରେଷ୍ଟୁରାଣ୍ଟ୍‌…

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ ସେମାନଙ୍କର କାରବାର ବୃଦ୍ଧି ପାଇଁ ତଥା ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏହି ମର୍ମରେ ରାଜସ୍ଥାନ ବହରୋଡରେ ଏକ କମ୍ପାନୀ ନୂଆ ପ୍ରକାର ରେଷ୍ଟୁରାଣ୍ଟ୍‌ ସ୍ଥାପନ କରିଛି। ଏରୋପ୍ଲେନ୍‌ର ଭଙ୍ଗାତୁଟା ଅଂଶକୁ ନେଇ ଏହି ରେଷ୍ଟୁରାଣ୍ଟ୍‌ ନିର୍ମାଣ କରାଯାଇଛି। ଏହା ଭିତରେ ବସି ଗ୍ରାହକ ଆରାମରେ ଏରୋପ୍ଲେନ୍‌ରେ ଦିଆଯାଉଥିବା ଆତିଥେୟତାର ମଜା ନେଇପାରିବେ। ପୂର୍ବରୁ ଲୁଧିଆନାରେ ହାଓ୍ବାଇ ଆଡ୍ଡା ନାମକ ଏକ ରେଷ୍ଟୁରାଣ୍ଟ୍‌ ନିର୍ମାଣ କରାଯାଇଥିଲା। ଏହାର ସଫଳତା ପରେ ଏବେ ଦେଶର ଅନ୍ୟ ଅଞ୍ଚଳରେ ଏପରି ରେଷ୍ଟୁରାଣ୍ଟ୍‌ ନିର୍ମାଣ କରାଯିବାର ଯୋଜନା ରହିଛି। ଏଭଳି ରେଷ୍ଟୁରାଣ୍ଟ୍‌ରେ ୭୨ ଲୋକ ବସି ଖାଇବାର ସୁବିଧା ରହିଛି।

Share