Categories: ଜାତୀୟ

ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଲେ ମୋଦି

ଉତ୍ତରାଖଣ୍ଡ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଦର୍ଶନ କରିବା ପରେ ରବିବାର ସକାଳୁ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଛନ୍ତି। ମନ୍ଦିରରେ ପୂଜା ସାରି ବାହାରକୁ ଆସିବା ବେଳେ ସେଠାକାର ପୂଜାରୀ ତାଙ୍କୁ ବଦ୍ରିନାଥର ପ୍ରତୀକ ଚିହ୍ନ ଓ ଲଡୁ ଦେଇଥିବା ଦେଖାଯାଇଛି। ମୋଦିଙ୍କ ଗସ୍ତକୁ ଲକ୍ଷ୍ୟ କରି ମନ୍ଦିର ପରିସରକୁ ଜିରୋ ଜୋନ୍‌ରେ ରଖାଯାଇଥିଲା। ଯାତ୍ରୀଙ୍କୁ ଅଧାବାଟରେ ଅଟକାଇ ଦିଆଯାଇଥିଲା।

Share