ଭଗବାନ୍‌ ଆମ ଅନ୍ତରରେ

ନିର୍ଜୀବରୁ ଜୀବ ସୃଷ୍ଟି – ଏ ଏକ ନିୟମ ା ମଣିଷର ଦେହକୁ ଅଣୁ ପରମାଣୁ ଭଳି ଟିକି ଟିକି କରିପାରିଲେ ଆମ ଚକ୍ଷୁରେ ସେଗୁଡିକ ନିର୍ଜୀବ ଦେଖାଯିବେ, ସେହିପରି ଗଛଲତା, ପଶୁପକ୍ଷୀ ା ଦେହକୁ ଭଲ ରଖିବାକୁ ଡାକ୍ତରମାନେ ଯେଉଁ ଭାଇଟାମିନ୍‌ ଓ ମିନେରାଲ୍ସ ଦିଅନ୍ତି ସେସବୁ ତ ନିର୍ଜୀବ ା ଲୌହ ନ ଥିଲେ ରକ୍ତରେ ହେମୋଗ୍ଲୋବିନ ତିଆରି ହେବ ନାହିଁ, ଫୁସ୍‌ଫୁସ୍‌ରୁ ତାହା ଅମ୍ଲଜାନ ନେଇ ବିଭିନ୍ନ କୋଷକୁ ନ ଗଲେ ମଣିଷ ସଜୀବ ରହିବ ନାହିଁ ା ନିର୍ଜୀବ ଓ ଜୀବ ଉଭୟକୁ ନଷ୍ଟ କରିବାର ସାମର୍ଥ୍ୟ ମଣିଷର ଅଛି। ତେଣୁ ମଣିଷକୁ କଣ୍ଟ୍ର୍ରୋଲ କରିବାକୁ ପଡ଼ିବ, ଏ କଣ୍ଟ୍ରୋଲକୁ କାର୍ଯ୍ୟକାରୀ କରିବାକୁ ସରକାର ଯେଉଁ ଦଣ୍ଡବିଧାନ ବ୍ୟବସ୍ଥା କରିଥାଆନ୍ତି ତାହା ଚାକ୍ଷୁସ ପ୍ରମାଣ ଉପରେ ନିର୍ଭରକରେ ା ଚାକ୍ଷୁସ ପ୍ରମାଣ ନ ଥିବା ଅଘଟଣକୁ ରୋକିବା ଲାଗି ‘ଧର୍ମ’ ବା ‘ଭଲଗୁଣ’ର ପ୍ରଚାରକମାନେ ଜଣେ ଅଦୃଶ୍ୟ ବିଚାରକର କଳ୍ପନା କଲେ ଯିଏ ମଣିଷର ସାମଗ୍ରିକ କାର୍ଯ୍ୟକଳାପର ବିଚାରକରି ତା’ର ମୃତ୍ୟୁ ପରେ ପରେ ଦଣ୍ଡ ଦେବେ ବା ପୁରସ୍କୃତ କରିବେ – ଦଣ୍ଡ ପାଇଁ କାରାଗାର ହେଉଛି ନର୍କ ଆଉ ପୁରସ୍କାର ପାଇଁ ବାସସ୍ଥାନ ହେଉଛି ସ୍ବର୍ଗ ା ଧର୍ମପ୍ରଚାରକଙ୍କ ଏଭଳି ପ୍ରଚାରର କାରଣ ସେମାନେ ଚାହୁଁଛନ୍ତି ସମାଜ ସୁସ୍ଥ ରହୁ ଓ ଅଧର୍ମ କାରବାର ନ ହେଉ। ସେହି ଅଦୃଶ୍ୟ ବିଚାରକଙ୍କୁ ଭଗବାନ୍‌ କୁହାଗଲା।
କିନ୍ତୁ ଧର୍ମପ୍ରଚାରକଙ୍କ ଶିଷ୍ୟମାନେ ସେମାନଙ୍କ ଧର୍ମ ଅନୁଯାୟୀ ଚଳୁ ନ ଥିବା ଲୋକ (ଅନ୍ୟ ଧର୍ମର ଶିଷ୍ୟ)ମାନଙ୍କୁ ଅଧର୍ମୀ କହି ସେମାନେ ନର୍କକୁ ଯିବାର ଯୋଗ୍ୟ ବୋଲି ଘୋଷଣା କରିଦେଲେ ା ଗୋଟିଏ ଧର୍ମର ଅନୁଗତ ଅନ୍ୟ ଧର୍ମର ଅନୁଗତ ନୁହେଁ। ତେଣୁ ସେ ନର୍କକୁ ଯିବା ନିଶ୍ଚିତ ବୋଲି ସେମାନେ କହିଲେ – ଏ ଧାରଣାର ଅର୍ଥ ହେଲା ସମସ୍ତେ ନର୍କକୁ ଯିବେ। ଏଭଳି ଅଯୌକ୍ତିତାକୁ ପ୍ରତ୍ୟେକ ଧର୍ମର ପ୍ରଚାରକମାନେ ବୁଝିପାରିଲେ ମଣିଷ ସମାଜରେ ହିଂସା ଓ ଦ୍ୱେଷ ରହନ୍ତା ନାହିଁ ା
ଆଞ୍ଚଳିକ ଅଯୌକ୍ତିକତା ଛଡ଼ା ଆଉ ଗୋଟିଏ ବିଶ୍ୱସ୍ତରୀୟ ଅଯୌକ୍ତିକତା ଧର୍ମସଂସ୍ଥାପକମାନେ ପ୍ରଚାର କରନ୍ତି: ସେମାନେ କହନ୍ତିି, ମଣିଷର ସୃଷ୍ଟି ଭଗବାନ୍‌ଙ୍କର ଏକ ଡିଜାଇନ ବା ନକ୍ସା ଅନୁସାରେ ହୋଇଛି, ତେଣୁ ମଣିଷ ଅନନ୍ୟ ା ବିଶ୍ୱରେ ଗୋଟିଏ ମାତ୍ର ସୌରମଣ୍ଡଳ ଅଛି, ତାହାର ଗ୍ରହମାନଙ୍କ ମଧ୍ୟରେ ଗୋଟିଏ ମାତ୍ର ପୃଥିବୀ ଗ୍ରହ ଅଛି, ତହିଁରେ ଗୋଟିଏ ମାତ୍ର ଜ୍ଞାନୀ ଜୀବ ଅଛି ତାହା ହେଉଛି ମଣିଷ ା ଏହା ଭଗବାନ୍‌ଙ୍କ ଗ୍ରାଣ୍ଡ ଡିଜାଇନ (ମହାନ୍‌ ନକ୍ସା)ର ଫଳ ା କିନ୍ତୁ ବିଲାତର ପଦାର୍ଥବିତ୍‌ ଷ୍ଟିଫେନ୍‌ ହକିଂ ଓ ମାର୍କିନ୍‌ ପଦାର୍ଥବିତ୍‌ ଲିଓନାର୍ଡ ମ୍ଲୋଡିନା ୨୦୧୦ ସେପ୍ଟେମ୍ବରରେ ପ୍ରକାଶିତ ‘ବିଶାଳ ନକ୍ସା’ (ଦି ଗ୍ରାଣ୍ଡ ଡିଜାଇନ) ପୁସ୍ତକରେ କହିଛନ୍ତି ଯେ ଭୌତିକ ନିୟମ ଅଛି ବୋଲି ଆମ ବିଶ୍ୱ ଆପେ ଆପେ ତିଆରି ହୋଇଛି। ବିଗ୍‌ ବ୍ୟାଙ୍ଗ୍‌ ବା ଆଦି ବିସ୍ପୋରଣ ଏକ ଅବଶ୍ୟମ୍ଭାବୀ ଘଟଣା, ହେବାର ଥିଲା ହେଲା। ଏକାଧିକ ବିଶ୍ୱ ବି ତିଆରି ହୋଇଥିବ ଓ ହେଉଥିବ ା କେନ୍ଦ୍ରାକର୍ଷଣ ଭଳି ଏକ ନିୟମ ଅଛି ବୋଲି ଶୂନ୍ୟରୁ ବିଶ୍ୱ ଆପେ ଆପେ ତିଆରି କରିବ, କରୁଛି ଓ କରୁଥିବ; ଭଗବାନ୍‌ ହସ୍ତକ୍ଷେପକରି ବିଗ୍‌ ବ୍ୟାଙ୍ଗ୍‌ କଲେ ବୋଲି କହିବା ଦରକାର ନାହିଁ। ଜଣେ କିଏ ବିଶ୍ୱ ତିଆରି କରିଛନ୍ତି କହିବା ମାନେ ସୃଷ୍ଟି ଗୋଟିଏ ମହାକାୟ ନକ୍ସା ବା ଗ୍ରାଣ୍ଡ ଡିଜାଇନ – ତା’ ମାନେ ‘ଗୋଟିଏ ସୂର୍ଯ୍ୟ, ଗୋଟିଏ ସୌରମଣ୍ଡଳ, ସୂର୍ଯ୍ୟଠାରୁ ଆଶ୍ୱସ୍ତ ଦୂରତାରେ ଗୋଟିଏ ମାତ୍ର ପୃଥିବୀ, ତହିଁରେ ମଣିଷ ଭଳି ଗୋଟିଏ ମାତ୍ର ଜ୍ଞାନୀ ଜୀବ ରହିବ’। ଦୃଶ୍ୟମାନ ବିଶ୍ୱରେ ବହୁ ସଂଖ୍ୟାର ସୂର୍ଯ୍ୟ ଭଳି ତାରକା ଓ ପ୍ରତ୍ୟେକର ଗ୍ରହପୁଞ୍ଜ ଥିବାର ପ୍ରମାଣ ମିଳିଲାଣି। ତେଣୁ ମଣିଷ ସୃଷ୍ଟି ପାଇଁ ‘ଭଗବାନ୍‌’ କଳ୍ପନା କରିବା ସମୀଚୀନ ନୁହେଁ। ଭୌତିକ ନିୟମଗୁଡ଼ିକୁ ବୁଝି ନ ପାରି ମଣିଷ ‘ଭଗବାନ୍‌’ ଧାରଣା ଆଣିଛି। ସୃଷ୍ଟିର ନିୟମ ସବୁ ଆମେ ମାନିବା କଥା, ନ ହେଲେ ସୃଷ୍ଟି ନଷ୍ଟହେବ ା ନିୟମାବଳୀ ହିଁ ଭଗବାନ୍‌, ମାନିବା ହେଉଛି ଭକ୍ତି, ତାହା ଆମ ହାତରେ!
ସାଧୁସନ୍ଥମାନେ ଭଗବାନ୍‌ ଶବ୍ଦ ବ୍ୟବହାର କରୁଥିଲା ବେଳେ ପରିବେଶର ବିଭିନ୍ନ ସୃଷ୍ଟିକୁ ରକ୍ଷାକରିବା ଓ ମଣିଷ ମଣିଷ ଭିତରେ ମିଳିମିଶି ରହିବାର ନିୟମମାନ ବତାଇଥାନ୍ତି, ସେସବୁ ନିୟମ ‘ସେମାନଙ୍କ ଅଞ୍ଚଳ’ର ପରିବେଶରୁ ଆସିଥାଏ। ତାକୁ ‘ପୃଥିବୀସାରା’ ଲାଗୁ କରିବାକୁ ଚାହୁଁଥିବା ସାଧୁସନ୍ଥମାନେ ବିବର୍ତ୍ତନର ନିୟମମାନକୁ ଲକ୍ଷ୍ୟ ଓ ଅନୁଭବ କରିପାରିନାହାନ୍ତି: ତେଣୁ ପ୍ରତ୍ୟେକ ଧର୍ମ ଆରମ୍ଭରେ ଆଞ୍ଚଳିକ ହୋଇଥିବା ସ୍ଥଳେ ପରେ ଶିଷ୍ୟମାନେ ଅନ୍ୟ ଅଞ୍ଚଳକୁ ଯାଇ ପ୍ରଚାରକରି ତାକୁ ବିଶ୍ୱସ୍ତରୀୟ କରିବାକୁ ଚାହାନ୍ତି। ନୂଆ ଅଞ୍ଚଳର ପରିବେଶ ସହ ଧର୍ମର ରୀତିନୀତିକୁ ଖାପ ଖୁଆନ୍ତି ନାହିଁ, ଫଳରେ ସଂଘର୍ଷ ଜାତହୁଏ। ପୃଥିବୀ ସାରା ପ୍ରଯୁକ୍ତ ହେଲା ଭଳି ଧର୍ମ ଯେ ପର୍ଯ୍ୟନ୍ତ ପ୍ରଚାର ନ ହୋଇଛି, ଗୋଟିଏ ଧର୍ମର ଭଗବାନ୍‌ ଅନ୍ୟ ଧର୍ମର ଭଗବାନ୍‌ଙ୍କଠାରୁ ଭିନ୍ନ ବୋଲି ସେମାନେ ଧାରଣା ସୃଷ୍ଟି କରିବେ ା ସେମାନଙ୍କୁ ଆମେ ମୌଳବାଦୀ କହିବା, ସେମାନେ ଧର୍ମକୁ ବ୍ୟବସାୟକରି ଚାଲିବେ ା
ମନ୍ଦିର, ମସ୍‌ଜିଦ୍‌, ଗିର୍ଜା, ଗୁରୁଦ୍ୱାର, ସିନାଗଗ୍‌, ଚାପେଲ୍‌, ବିହାର ଭଳି ଅନୁଷ୍ଠାନ ଏବଂ ପୁରୋହିତ, ମୁଲ୍ଲା, ଫାଦର, ଗ୍ରନ୍ଥି, ଗବ୍‌ବାଇ, ସାକ୍ରିସ୍ତାନ, ଭିକ୍ଷୁ ଭଳି ପୂଜକମାନେ ବାହାରି ପାରିବାରିକ ବ୍ୟବସାୟ ଚଳାଇବେ। ଧର୍ମର ମୂଳ ଉଦ୍ଦେଶ୍ୟ ଯେ ସମାଜ ସଂସ୍କାର, ତାହା ଧର୍ମର ପ୍ରଚାରକ ଭୁଲି ଏକ ମୌଳବାଦୀ ଗୋଷ୍ଠୀ ତିଆରି କରନ୍ତି ଏବଂ ଗଡ୍‌ମ୍ୟାନ୍‌ ବା ଧର୍ମାଧିକାରୀ ହୋଇଯାଆନ୍ତି (ଯେପରି ଭୂମି ଗୋଟେଇବା ଲୋକ ଜମିଦାର ହୁଏ)ା ମୂଳ ଧର୍ମସଂସ୍ଥାପକମାନେ କହିନାହାନ୍ତି ଯେ ତାଙ୍କ ପାଇଁ ଗୋଟିଏ ଅନୁଷ୍ଠାନ ବା ସଂସ୍ଥା ଗଢ଼ ଏବଂ ଯେତେ ଅନୁଗାମୀ ବଢ଼ାଇବ ଭଗବାନ୍‌ ସେତେ ଖୁସି ହେବେ ା ସେମାନେ କହନ୍ତି, ତାଙ୍କ ବାଣୀରେ ଉଦ୍‌ବୁଦ୍ଧ ହେଲେ ସମାଜରେ ସୁଖଶାନ୍ତି ବିରାଜ କରିବ, ଜୀବନରେ ଆସୁଥିବା ଦୁଃଖକଷ୍ଟକୁ ସହିହେବ। କିନ୍ତୁ ଧର୍ମସଂସ୍ଥାପକଙ୍କ ପିଲାମାନେ ଚାହାନ୍ତି ବାପାର (ଧର୍ମପ୍ରଚାରକ ନାରୀ ନ ଥିଲେ) ନାମକୁ ଧୋଇଧାଇ ଏକ ଜମିଦାରି କରି ବସିବେ ଏବଂ ଅନୁଗାମୀମାନେ ସେମାନଙ୍କ ପରିବାରକୁ ଚଳାଇବେ ା ସେତେବେଳେ ମଣିଷର ଭୂମିକା ହିଁ ଭଗବାନ୍‌ଙ୍କ ଭୂମିକା ହୋଇଯାଏ।
ଜୀବନ ସମ୍ପର୍କରେ ଆମର ଯେଉଁ ଧାରଣା ବା ଜ୍ଞାନ ତାହା ଆମର ନିଜ ଶରୀର ସମ୍ପର୍କିତ ଜ୍ଞାନ ଉପରେ ସୀମିତ। ଶରୀର ବିଷୟକ ଜ୍ଞାନ ଏ ଯାବତ୍‌ ସମ୍ପୂର୍ଣ୍ଣ ନୁହେଁ। ଗଛଲତା, ପିମ୍ଫି, ଅଣୁଜୀବ ସହ ଜଳ ଓ ବାୟୁମଣ୍ଡଳରେ ଭାସମାନ ଜୀବ ସହିତ ପରିବେଶର ସମସ୍ତ ସୃଷ୍ଟି ସଙ୍ଗେ ମଣିଷର ସମ୍ପର୍କ କିଭଳି, ତାହା ଆମ ଜିନୋମ (ବଂଶଗୁଣ ବା ଡିଏନ୍‌ଏ) ଅନୁଧ୍ୟାନରୁ ଜାଣିଲୁଣି ା
ଆମ ଦେହରେ ଖଣିଜ ପଦାର୍ଥ ଭଳି ଅଜୀବ ବସ୍ତୁ, ହାଇଡ୍ରୋକ୍ଲୋରିକ୍‌ ଭଳି ରାସାୟନିକ ଦ୍ରବ୍ୟ, ବିଭିନ୍ନ ବ୍ୟାକ୍ଟେରିଆ ଆଉ ଭାଇରସ୍‌ ଭଳି ଅଦୃଶ୍ୟ ଜୀବନ୍ତ ଓ ମୃତ ଅଣୁଜୀବ, ଫିମ୍ପି ତଥା ଆବେଜକ (କାଟାଲିଷ୍ଟ) ପଦାର୍ଥ ରହି ଆମକୁ ମଣିଷ କରିଛି, ଆମ ଅନ୍ତନଳୀରେ ବ୍ୟାକ୍ଟେରିଆ ନ ଥିଲେ ଆମେ ଖାଦ୍ୟ ହଜମ କରିପାରନ୍ତୁ ନାହିଁ ା
ଆମେ ଶରୀର ବିଷୟରେ ଜାଣିଥିବା ଜ୍ଞାନରୁ ଜାଣିଲୁଣି ଯେ ପରିବେଶ ନଷ୍ଟକଲେ ଆମେ ନଷ୍ଟ ହୋଇଯିବା- ଅର୍ଥନୈତିକ ଦୃଷ୍ଟିରୁ ନିମ୍ନ ସ୍ତରରେ ଥିବା ଲୋକେ ଯେତେ ଅବୁଝା ରହୁଛନ୍ତି, ଅର୍ଥନୈତିକ ଦୃଷ୍ଟିରୁ ଉଚ୍ଚତର ସ୍ତରରେ ଥିବା ଲୋକେ ସେତେ ବେଶି ଧ୍ୱଂସକାରୀ ସାଜୁଛନ୍ତି ା ଯେ ଯାବତ୍‌ ସମାଜର ନେତୃସ୍ଥାନୀୟ ବ୍ୟକ୍ତିମାନେ ପରିବେଶ ଚିନ୍ତା ନ କରିବେ ଏବଂ ମଣିଷ ମଣିଷ ଭିତରେ ନିବିଡ଼ତା ନ ଆଣିବେ, ନିଜର ବୁଦ୍ଧି ଛାଡ଼ି କଳର କୃତ୍ରିମ ବୁଦ୍ଧି (ଏଆଇ) ଉପରେ ନିର୍ଭର କରିଚାଲିବେ ସେ ପ୍ରକାର ପରିସ୍ଥିତି ଯେଉଁ ବିବର୍ତ୍ତନ ଆଣିବ ତାହା ଅକାଳରେ ମଣିଷକୁ ଧ୍ୱଂସ କରିଦେବ ା
ସବୁ ସ୍ତରରେ ନିୟନ୍ତ୍ରଣ ବା ମଧ୍ୟବର୍ତ୍ତିତା ବଜାୟ ରଖିବା ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ କର୍ତ୍ତବ୍ୟ ହେଲେ ପ୍ରକୃତ ଭଗବତ୍‌ ବିଶ୍ୱାସ ଆସିପାରିବ!
sahadevas@yahoo.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାତୀଙ୍କୁ ଠେଙ୍ଗାରେ ପିଟିବା ସହ ହାତୀପଲଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଛାଡିବା ପଡିଲା ମହଙ୍ଗା: ବିଳମ୍ବିତ ରାତିରେ ୨ ନାବାଳକ ଗିରଫ

ପାଟଣା, ୯।୫(ବୀର କିଶୋର ଦାଶ): ଗତ ୪/୫ଦିନ ତଳେ ୪ଟି ଦନ୍ତା ହାତୀପାଟଣା ରେଞ୍ଜ ମଲ୍ଲିପଶି ବିଟରେ ଡେରା ପକାଇ ଥିବାବେଳେ ହାତୀଙ୍କୁ ଠେଙ୍ଗାରେ ପିଟିବା, ଲାଞ୍ଜ…

ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାଁ ଘୋଷଣା: କାଞ୍ଚନ ବାଗଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ବର୍ଯ୍ୟା ବିଶାଳ ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାମ…

ଗଞ୍ଜାମ ପୋଲିସ ପକ୍ଷରୁ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ: ଯୋଗ ଦେଲେ ବହୁ ସଂଖ୍ୟକ ଛାତ୍ରୀ

ଗଞ୍ଜାମ,୯।୫(ଅନାଥ ତରାଇ): ଗଞ୍ଜାମ ଥାନା ପକ୍ଷରୁ ପୋଲିସ ଓ ଜନସାଧାରଣ ବିଶେଷକରି କିଶୋର କିଶୋରୀଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଲକ୍ଷ୍ୟରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ସଫଳତାର…

ଅନାଲୋ ସଜନୀ

ଜୋତା ଦୋକାନର ପିଲାଟିକୁ ମୋ ପାଇଁ ଜୋତା ଦେଖେଇବାକୁ କହିଛି କି ନାହିଁ ମତେ ସାମାନ୍ୟ ଠେଲିଦେଇ ଜଣେ ଯୁବତୀ ଏବଂ ତାଙ୍କ ମାଆ ଭିତରକୁ ପଶିଆସିଲେ।…

ମହତ୍ତ୍ୱାକାଂକ୍ଷୀ ଗତିଶୀଳତା

ନିୟମିତ ଭାବେ କିଛି ବର୍ଷ ବ୍ୟବଧାନରେ ବାସ୍ତବ ସ୍ଥିତିକୁ ସ୍ବୀକାର କରି ତଦନୁଯାୟୀ କାର୍ଯ୍ୟ କରିବା ପାଇଁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଆହ୍ବାନ ଦିଏ। ସମ୍ପ୍ରତି ରାଷ୍ଟ୍ରଦୂତ…

ୟୁଏଫ୍‌ଓ ଫାଇଲ ସାର୍ବଜନୀନ କଲା ପେଣ୍ଟାଗନ୍‌

ଓ୍ବାଶିଂଟନ,୯ା୫:ପେଣ୍ଟାଗନ୍‌ ୟୁଏଫ୍‌ଓ (ଅଜ୍ଞାତ ଉଡ଼ନ୍ତା ବସ୍ତୁ) ସହ ଜଡିତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପ୍ରକାଶ ଆରମ୍ଭ କରିଛି। ୟୁଏଫ୍‌ଓ ଯାହାକୁ ଏବେ ଅଜଣା ଅସାମାନ୍ୟ…

ବିଜୟୀ ସରକାର ଉପରେ ଲାଗି ରହିଛି ସସପେନ୍ସ! ରାଜ୍ୟପାଳଙ୍କୁ AAMK ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କଲା TVK, ଥାନାରେ ପହଞ୍ଚିଲା…

ଚେନ୍ନାଇ,୯।୫: ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ ତାମିଲନାଡୁରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଅଭିନେତାରୁ ରାଜନେତା ହୋଇଥିବା ଜୋସେଫ ବିଜୟ ଶନିବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କାର୍ଯ୍ୟକ୍ରମ…

୨୨ବର୍ଷ ପରେ ମିଳିଲା ଜାମିନ: ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ଭୁବନେଶ୍ୱର,୯ା୫:ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତଙ୍କୁ ୨୨ବର୍ଷ ପରେ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଅଭିଯୁକ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri