Categories: ଫୁରସତ

ଭଗବାନ୍‌ ରାମଙ୍କ ବଂଶଧର ୨୧ ବର୍ଷୀୟ ଯୁବକ: ୨୦ ହଜାର କୋଟି ସମ୍ପତ୍ତିର ମାଲିକ

ମାତ୍ର ୨୧ ବର୍ଷୀୟ ଯୁବକ ୨୦ ହଜାର କୋଟି ଟଙ୍କାର ମାଲିକ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଖାଲି ସେତିକି ନୁହେଁ, ଯୁବକ ଜଣଙ୍କ ନିଜକୁ ଭଗବାନ୍‌ ରାମଙ୍କ ବଂଶଧର ବୋଲି ମଧ୍ୟ କହୁଛନ୍ତି।
ପଦ୍ମନାଭ ସିଂହ ନାମକ ସମ୍ପୃକ୍ତ ଯୁବକ ଜୟପୁର ରାଜ ପରିବାରର ସଦସ୍ୟ। ସେ ଜୟପୁର ଶାହୀ ପରିବାରର ୩୦ତମ ବଂଶଧର। ପଦ୍ମନାଭ ଜଣେ ମଡେଲ ସାଙ୍ଗକୁ ପୋଲୋ ଖେଳାଳି, ଟ୍ରାଭେଲର ମଧ୍ୟ। ଭ୍ରମଣକୁ ସବୁଠାରୁ ଅଧିଭ ଭଲ ପାଉଥିବା ପଦ୍ମନାଭ ଏଥିପାଇଁ ବହୁତ ଟଙ୍କା ଖର୍ଚ୍ଚ ମଧ୍ୟ କରିଥାନ୍ତି।
କୁହାଯାଏ ଜୟପୁରର ପୂର୍ବ ମହାରାଜା ଭବାନୀ ସିଂହ ଭଗବାନ୍‌ ରାମଙ୍କ ପୁଅ କୁଶଙ୍କ ୩୦୯ତମ ବଂଶଧର। ଏହି ରାଜପରିବାର ସହ ସମ୍ପର୍କ ରଖିଥିବା ପଦ୍ମିନୀ ଦେବୀ ନିଜେ ଏକ ସାକ୍ଷାତ୍‌କାରରେ ଏହା କହିଥିଲେ। ନିଜର ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀ ପାଇଁ ବେଶ୍‌ ପରିଚିତ ପଦ୍ମନାଭଙ୍କର ଜୟପୁରର ରାମନିବାସ ମହଲରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ରହିଛି। ୨୦୧୧ରେ ଏହି ରାଜପରିବାରର ସମ୍ପତ୍ତି ୬୨୧.୮ ମିଲିୟନ୍‌ ଅର୍ଥାତ୍‌ ୪୪ ଅରବ ଟଙ୍କାରୁ ଊର୍ଦ୍ଧ୍ୱ ଥିଲା। ଏବେ ଏହା ବଢ଼ି ୪୮ ଅରବରେ ପହଞ୍ଚିଛି।

Share