Categories: ଜାତୀୟ

ଭଗବାନ ଶଙ୍କରଙ୍କ ବେଶ ଛାଡି ଏବେ କଳାଚଷମାରେ ନଜର ଆସିଲେ ତେଜ ପ୍ରତାପ

ପାଟନା, ୫।୮: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ପୁଣି ଥରେ ଭିନ୍ନ ଅବତାରରେ ନଜର ଆସିଛନ୍ତି। କେତେବେଳେ ସେ ବଂଶୀ ଧରି ଗାଇ ଚରାଉଥିବାବେଳେ ତ ଆଉ କେତେବେଳେ ଭଗବାନ ଶଙ୍କରଙ୍କ ଅବତାରରେ ଦେଖାଯାନ୍ତି। ଏଥର କିନ୍ତୁ ସେସବୁ ଛାଡି ଫିଲ୍ମ ହିରୋ ଭାବେ ଲୋକଙ୍କ ସାମ୍ନାକୁ ଆସିଛନ୍ତି। କେଶକୁ ବାନ୍ଧି କଳାଚଷମା ସାଙ୍ଗକୁ ଜିନ୍ସ ଟି-ସାର୍ଟରେ ସେ ନଜର ଆସିଛନ୍ତି। ସୋସିଆଲ ମିଡିରେ ତେଜ ପ୍ରତାପଙ୍କ ଏହି ଫଟୋ ଭାଇରାଲ ହେବା ପରେ ତାଙ୍କୁ ୟୁଜର୍ସ ଟ୍ରୋଲ କରିବାକୁ ପଛାଇନାହାନ୍ତି। ଏସବୁ ଛାଡି ବିାହାରର ମୁଖ୍ୟମନ୍ତ୍ରୀ ହେବାରେ ଧ୍ୟାନ ଦିଅନ୍ତୁ ବୋଲି କିଛି ୟୁଜର୍ସ ଲେଖିଛନ୍ତି।

Share