Categories: ଜାତୀୟ

ଭଗତ ସିଂଙ୍କ ଯୋଗୁ ରକ୍ଷା ପାଇଲେ ଉଦ୍ଧବ: ଏମ୍‌ଏଲ୍‌ସି କୋଟା ଆସନରୁ ହେବେ ମନୋନୀତ

ମୁମ୍ବାଇ,୯।୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଆସନ ଉପରେ ଦେଖାଦେଇଥିବା ସଙ୍କଟ ଟଳିଯାଇଛି। ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ କୋଟାରେ ଥିବା ୨ଟି ଏମ୍‌ଏଲ୍‌ସି ଆସନ ମଧ୍ୟରେ ଗୋଟିଏରୁ ଉଦ୍ଧବଙ୍କୁ ମନୋନୀତ କରାଯିବ। ଏନେଇ ଗୁରୁବାର ହୋଇଥିବା କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏସମ୍ପର୍କରେ ମନ୍ତ୍ରୀ ନବାବ୍‌ ମଲିକ୍‌ ସୂଚନା ଦେଇଛନ୍ତି। ଏହାଦ୍ୱାରା ଉଦ୍ଧବ ଏବେ ଆଶ୍ୱସ୍ତ ହୋଇଛନ୍ତି। କରୋନା ସଂକ୍ରମଣ ଯୋଗୁ ଏମ୍‌ଏଲ୍‌ସି ନିର୍ବାଚନ ସମ୍ଭବ ନୁହେଁ। ତେଣୁ ସାମ୍ବିଧାନିକ ବ୍ୟବସ୍ଥା ଅନ୍ତର୍ଗତ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

Share