Posted inଫୁରସତ

ଭକ୍ତର ଅନୁଭୂତି: ଭକ୍ତି ଭାବରେ ବନ୍ଧା କାଳିଆସାଆନ୍ତ, ଭାବକୁ ନିକଟ ସେ ଯେ ଅଭାବକୁ ଦୂର

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଭକ୍ତର ଭକ୍ତିଭାବରେ ବନ୍ଧା କାଳିଆସାଆନ୍ତ ହିଁ ଭକ୍ତର
ଭଗବାନ । ତାଙ୍କ ପାଖରେ ନଥାଏ ଜାତିଧର୍ମର ଭେଦଭାବ। ସେ ଇଚ୍ଛାମୟ, କରୁଣାସାଗର କେବେ କାହାରିକୁ ନିରାଶ କରିନାହାନ୍ତି । ସେଥିପାଇଁ ତ ସେ ବଡ଼ଦେଉଳରୁ ବାହାରି ଆସନ୍ତି ବଡ଼ଦାଣ୍ଡକୁ ଆଉ ଭୁଜବଢ଼ାଇ ନିଅନ୍ତି ତାଙ୍କ ଆଶ୍ରିତଜନଙ୍କୁ…

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଭକ୍ତର ଭକ୍ତିଭାବରେ ବନ୍ଧା କାଳିଆସାଆନ୍ତ ହିଁ ଭକ୍ତର ଭଗବାନ। କେବେ ସେ ଭକ୍ତଙ୍କ ପାଇଁ ଅଝଟ ହୁଅନ୍ତି ତ ପୁଣି କେବେ ଭକ୍ତଙ୍କ ଲାଗି କରୁଣାର ଅଶ୍ରୁ ବୁହାନ୍ତି। ମହାପ୍ରଭୁଙ୍କ ଠାରେ ଯେମିତି ଯାହାର ଭାବ ସେମିତି ତାଙ୍କର ମନୋବାଞ୍ଛା ପୂରଣ ହୋଇଥାଏ। ଏମିତିରେ ଭକ୍ତଙ୍କ ଡାକ ଶୁଣୁଥିବା ଭଗବାନଙ୍କ ଲୀଳା ରହିଛି ଯୁଗଯୁଗକୁ। ସେ ଇଚ୍ଛାମୟ, କରୁଣାସାଗର କେବେ କାହାରିକୁ ନିରାଶ କରିନାହାନ୍ତି । ସେଥିପାଇଁ ତ ସେ ବଡ଼ଦେଉଳରୁ ବାହାରି ଆସନ୍ତି ବଡ଼ଦାଣ୍ଡକୁ ଆଉ ଭୁଜବଢ଼ାଇ ନିଅନ୍ତି ତାଙ୍କ ଆଶ୍ରିତଜନଙ୍କୁ। ଆପଣେଇ ବୁଝିପାରନ୍ତି ସବୁରି ଦୁଃଖସୁଖକୁ। ଯେମିତି ସେଦିନ ବଡ଼ଦାଣ୍ଡରେ ହାତପାତି ମାଗିଥିଲେ ଭକ୍ତ ବଳରାମ ଦାସ , ଯବନପୁଅ ଭକ୍ତ ସାଲବେଗ ଆଉ ଏବର ସେମିତି ନିଆରା କିଛି ଭକ୍ତଙ୍କ ଭକ୍ତିର ଅନୁଭୂତିକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ।

କାଳିଆ ଠାରେ କରୁଣା ମାଗେ- ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା । ବଡ଼ଦାଣ୍ଡରେ ଜନସମୁଦ୍ର। ଭକ୍ତଙ୍କ ଭିଡ଼। ପାରମ୍ପରିକ ବାଦ୍ୟର ନିନାଦରେ କମ୍ପୁଛି ସାରା ଶ୍ରୀକ୍ଷେତ୍ରର ପରିବେଶ। ଚାରିଆଡ଼େ ଶୁଭୁଛି ଜୟ ଜଗନ୍ନାଥ … ଜୟ ଜଗନ୍ନାଥ। ବଡ଼ଦାଣ୍ଡର ଗହଳି ଭିତରେ କେତେ କେତେ ଭକ୍ତଙ୍କ ଭକ୍ତିର ଭାବକୁ କାଳିଆ ଶୁଣି ନ ଶୁଣିଲାପରି ଚାହିଁ ରହିଥାଏ। ସେଦିନ ଏହି ଗହଳି ଭିତରେ ଜଣେ ମୁସଲମାନ ମହିଳା ଭାବଭକ୍ତିରେ ନିଜର ଆବେଗମୟ ବେଦନାଭରା ଇଚ୍ଛାକୁ ଜଣାଇଥିଲେ – କାଳିଆରେ କାହିଁ କେତେଦୂରୁ ଆସିଛି ତୋର ଦର୍ଶନଲାଗି, ଊଣାକରିବୁନି ତୋ କରୁଣାରୁ ଟିକେ। ଏତିକି ମିନତି ତୋ ଠାରେ ବୋଲି କାନିପାତି ଭିକମାଗିଥିଲେ ପୁତ୍ରସନ୍ତାନଟିଏ ପାଇଁ । ଇଚ୍ଛାମୟଙ୍କ କରୁଣାହେଲା। ମା’ଙ୍କୁୁ ମିଳିଲା ପୁତ୍ରସନ୍ତାନଟିଏ। ଭିକମାଗିଥିବାରୁ ମା’ ପୁଅର ନାମଦେଲେ ଭିକାରୀ। ସେ ହେଲେ ନୟାଗଡ଼ ଜିଲା ଖଣ୍ଡପଡ଼ା ବଜାରଅଞ୍ଚଳର ବାସିନ୍ଦା ଅମିର ଖାନ୍‌ ଓ ସ୍ତ୍ରୀ ତୁଫାନ ବିବିଙ୍କର ପୁଅ ଭିକାରୀ ମହମ୍ମଦ। ପିଲାଟି ଦିନରୁ ଭିକାରୀଙ୍କ ଗୀତଗାଇବା ପ୍ରତିଭା ବେଶ୍‌ ବାରି ହୋଇପଡ଼ୁଥିଲା। ସମୟକ୍ରମେ ଓଡ଼ିଆଘରର ପର୍ବପର୍ବାଣିରେ ସେ ସାମିଲ ହେଉଥିଲେ। ସେ କୁହନ୍ତି ଆମପରିବାରରେ ଝିଅ ଜନ୍ମ ହେଉଥିବାରୁ ମୋ ମା’ ପୁରୀ ରଥଯାତ୍ରା ସମୟରେ ଜଗନ୍ନାଥଙ୍କୁ ଭିକମାଗିଥିଲେ, ତା’ପରେ ମହାପ୍ରଭୁଙ୍କ କରୁଣାରୁ ଜନ୍ମଲାଭ କରିଥିଲି। ତେବେ ଖଣ୍ଡପଡ଼ା ରାଜପରିବାର ସହିତ ଆମର ଚଳଣି ଥିବାରୁ ସେଠାର ମୁଁ ପିଲାବେଳୁ ବିଭିନ୍ନ ସମୟରେ ଗୀତ ବୋଲୁଥିବାରୁ ସମସ୍ତଙ୍କର ପ୍ରିୟ ହୋଇଯାଇଥିଲି। ଓଡ଼ିଶୀ, ଭଜନ, ଜଣାଣ ସହିତ ବିଲଙ୍କାରାମାୟଣ, ସଭାବିନୋଦ, ମହାଭାରତ, ଗୀତଗୋବିନ୍ଦ, ମଥୁରା ମଙ୍ଗଳ, ମନବୋଧ ଚଉତିଶା ଆଦି ପୁରାଣ ପଢିଶୁଣି ଅନ୍ୟମାନଙ୍କ ପାଖରେ ଗାଇଲି। ଏପରି କି ଅନେକ ନାଟକରେ ମଧ୍ୟ ଅଭିନୟ କଲି। ଲକ୍ଷେହୀରା, ଊର୍ବଶୀ, ସୀତା ସାବିତ୍ରୀ ଏବଂ ସୀତାରାମ ଅଗ୍ରଓ୍ବାଲଙ୍କ ସହିତ ଦେଖାହେବାରୁ ମୋତେ କେଳି କଦମ୍ବ ମୂଳିଆ, ହଟିଆ ଠାକୁର ଭଜନକୁ ଗାଇଲି ।ଅକ୍ଷୟ ମହାନ୍ତିଙ୍କ ଓ ପ୍ରଫୁଲ୍ଲ କରଙ୍କ ସହିତ ମଞ୍ଚରେ ଭଜନ,ଗୀତ ଗାଇବାବେଳେ ଆଖିରୁ ଆପେ ଆପେ ଭାବର ଅଶ୍ରୁ ବୋହିଯାଏ। ଥରେ ଜଟଣୀର ଅରଗୁଳ ଅଞ୍ଚଳରୁ ଏକ ଭଜନ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥାଏ। ହଠାତ୍‌ ରାସ୍ତାରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେଲା। ସମସ୍ତେ ଭାବିଲେ ଯେମିତି କି ଏହି ଘଟଣାରେପରେ ବୋଧେ ଭିକାରୀ ଆଉ ନାହାନ୍ତି। କିନ୍ତୁ ଭଗବାନଙ୍କ ଦୟାରୁ ମୁଁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲି। ବଡ଼ଠାକୁରଙ୍କୁ ସେଠାରେ ମୁଣ୍ଡିଆମାରି ଘରକୁ ଫେରିଥିଲି। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନଜଣାଣ, ଚମ୍ପୁ, ଛାନ୍ଦ ଆଦି ଗାୟନ କରୁଛି। ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛି। ମୋର ମାଟ୍ରିକ ଶିକ୍ଷାପରେ ଗୁରୁ ନେତ୍ରମୋହନ ରାମଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲି। ମୋର ପ୍ରିୟଭଜନ ”ହରି ଭଜୁଛନ୍ତି ହରଙ୍କୁ, ହର ଭଜୁଛନ୍ତି ହରିଙ୍କୁ“ଗାୟନକରିଥାଏ। ବହୁଚେଷ୍ଟା ଫଳରେ ଖଣ୍ଡପଡ଼ାରେ ଏକ ମିନାର, ମସ୍‌ଜିଦ ସମସ୍ତଙ୍କ ସହଯୋଗରେ ନିର୍ମାଣ ହୋଇପାରିଛି। ଏବେ ବୟସ ପ୍ରାୟ ୭୦ ଟପିଲାଣି । କିନ୍ତୁ ଭଜନ ଜଣାଣ ମୋର ଜୀବନ। ‘ସବ୍‌କା ମାଲିକ୍‌ ଏକ୍‌ ହେ’ ଚିନ୍ତନରେ ବିଶ୍ୱାସ କରେ । ଘରେ ସପରିବାର ପ୍ରତି ଗୁରୁବାର ଓ ସଙ୍କ୍ରାନ୍ତିରେ ଶୁଦ୍ଧ ଶାକାହାର ଅରୁଆ ଭୋଜନ କରିଥାଉ।

ମୁସ୍‌ଲିମ ଗୌନ୍ତିଆଙ୍କ ଛେରାପହଁରା- ଦୀର୍ଘ ଦଶନ୍ଧି ଧରି ରେମେଣ୍ଡାର ରଥଯାତ୍ରାରେ ଛେରାପହଁରା କରିଆସୁଛିନ୍ତି ମୁସ୍‌ଲିମ । ଏଠାର ରଥଯାତ୍ରାରେ ନିଆରା ପରମ୍ପରା ଦେଖିବାକୁମିଳେ। ଯାହାକି ସଦ୍‌ଭାବନାର ଶ୍ରୀକ୍ଷେତ୍ର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସାଧାରଣତଃ ଅଣହିନ୍ଦୁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ ହୋଇଥାଏ। ମାତ୍ର ଭକ୍ତଙ୍କ ଲାଗି ମହାପ୍ରଭୁ ରଥଯାତ୍ରାରେ ବାହାରିଥାନ୍ତି । ଅଣହିନ୍ଦୁମାନେ ବଡ଼ଦାଣ୍ଡରେ ରଥରେ ମହାପ୍ରଭୁଙ୍କୁ ଦର୍ଶନକରି ଧନ୍ୟ ମନେକରନ୍ତି। ତେବେ ଝାରସୁଗୁଡ଼ା ଜିଲାର ସଦର ମହକୁମା ଠାରୁ ପଶ୍ଚିମକୁ ପ୍ରାୟ ୪୦କିମି ଦୂର ଲଖନପୁର ବ୍ଲକର ରେମେଣ୍ଡା ଠାରେ ରଥଯାତ୍ରାରେ ଛେରାପହଁରା କରନ୍ତି ଜଣେ ମୁସ୍‌ଲିମ ଗୌନ୍ତିଆ । ଏହି ଗାଁର ମୁସ୍‌ଲିମ ଗୌନ୍ତିଆ ଇସଲାମଧର୍ମକୁ କଡ଼ାକଡ଼ି ପାଳନ କରୁଥିବା ବେଳେ ତାଙ୍କ ପୃଷ୍ଟପୋଷକତାରେ ପ୍ରତିବର୍ଷ ଏଠାରେ ପାଳନ ହୋଇଆସୁଛି ମହାପ୍ରଭୁଙ୍କ ପବିତ୍ର ରଥଟଣା ଓ ବାହୁଡ଼ା ଯାତ୍ରା। ଏଥିରେ ତାଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ମିଶିି ରଥ ଟାଣିଥାନ୍ତି। ଏଠି କିଏ ମୁସଲମାନ କିଏ ହିନ୍ଦୁ ଜଣାପଡ଼େନି। ତେବେ ଏହି ଗାଁର ଗୌନ୍ତିଆ ମହମ୍ମଦ ଜମିରୁଲ୍ଲା ଜଣେ ଗାଳ୍ପିକ ଭାବେ ରାଜ୍ୟରେ ପରିଚିତ। ଏଠା ରଥଯାତ୍ରାରେ ତାଙ୍କର ଆଉଏକ ସ୍ବତନ୍ତ୍ର ପରିଚୟ ଯୋଡ଼ିହୋଇଯାଇଛି। ମୁସ୍‌ଲିମ ଗୌନ୍ତିଆ ଜମିରୁଲ୍ଲା କୁହନ୍ତି ରେମେଣ୍ଡାର ଏହି ଯାତ୍ରା ପ୍ରାୟ ୧୮୫୭ ମସିହା ପୂର୍ବରୁ ପାଳିତ ହୋଇଆସୁଛିା ପୂର୍ବରୁ ମୋ ପ୍ରପିତାମହ ମାସୁଖ ଅଲି ନାଗପୁର କୋର୍ଟରେ ମୁନ୍‌ସଫ ଭାବେ କାମକରୁଥିଲେ। ସେତେବେଳେ ରାଜାଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ରେମେଣ୍ଡା ଗ୍ରାମର ଗୌନ୍ତି ସମ୍ଭାଳିବାକୁ ପଡ଼ିଥିଲା। ତେବେ ନିଜର ସରଳ ଓ ସେବା ମନୋଭାବରେ ସେ ସାଧାରଣରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ। ମାତ୍ର ତାଙ୍କ ବିୟୋଗ ପରେ ତାଙ୍କ ପୁଅ ମହମ୍ମଦ ହନିଫ ହୋଇଥିଲେ ଗୌନ୍ତିଆ। ମୁଁ ପିଲାଦିନରୁ ଦେଖିଛି ଅଜା ଓ ପିତାଙ୍କ ଏଠାର ରଥଯାତ୍ରା ଅୟୋଜନରେ ବ୍ୟସ୍ତ ରହୁଥିବାର । ସେହି ସମୟରୁ ରଥଯାତ୍ରା ପ୍ରତି ମୋର ଅନୁରାଗ ରହିଛି। ଏଥିପାଇଁ ରଥଯାତ୍ରା କାର୍ଯ୍ୟକୁ ତୁଲାଉଛି। ନିକଟସ୍ଥ କୁଲସର ଗ୍ରାମରୁ ମହାପ୍ରଭୁ ଜଗନ୍ନାଥ ,ବଳଭଦ୍ର, ମା’ସୁଭଦ୍ରାଙ୍କ ବିଗ୍ରହଙ୍କୁ ରଥଯାତ୍ରାବେଳେ ଆମ୍ଭଗ୍ରାମକୁ ଅଣାଯାଉଥିଲା। ସମୟକ୍ରମେ କୁଲସର ଗାଁ ହୀରାକୁଦ ଡ୍ୟାମ ଜଳରେ ବୁଡ଼ିଗଲା । ଏହାପରେ କେବଳ ରଥଯାତ୍ରା ସମୟରେ ନିକଟସ୍ଥ ସୁନାରୀ ଗ୍ରାମରୁ ମହାପ୍ରଭୁଙ୍କ ବିଗ୍ରହକୁ ଅଣାଯାଉଛି। ରଥଯାତ୍ରା ସରିଗଲାପରେ ସୁନାରୀ ଗ୍ରାମରେ ମହାପ୍ରଭୁଙ୍କୁ ମନ୍ଦିରରେ ବିଜେ କରାଯାଇଥାଏ। ଏହାର ପୂଜାର୍ଚ୍ଚନା କରିଥାନ୍ତି ସୁବାସ ଶତପଥୀଙ୍କ ପରିବାରର ସଦସ୍ୟମାନେ। ୧୯୮୪ମସିହାରୁ ପହଣ୍ଡିବିଜେ ଓ ବାହୁଡ଼ାରେ ଛେରାପହଁରା କରିଆସୁଛି। ମାତ୍ର ପୁରୀ ରଥଯାତ୍ରାର ୩ଦି ପରେ ଏଠାରେ ପଞ୍ଚମୀତିଥିରେ ରଥଯାତ୍ରା ହୋଇଥାଏ। ସେହିପରି ବାହୁଡ଼ା ଯାତ୍ରା ମଧ୍ୟ ତ୍ରୟୋଦଶୀରେ ହୋଇଥାଏ।

ଥିଲେ ଜଣେ ଭକ୍ତ ବାବୁ ମିଆଁ- ସମୟଚକ୍ରରେ ଅତୀତର ଅନେକ ଘଟଣା ସ୍ମୃତି ହୋଇ ରହିଯାଏ। ଆଜକୁ ପ୍ରାୟ ୨୪ବର୍ଷ ତଳେ ଜଣେ ଗରିବ , ନିରକ୍ଷର ରିକ୍ସା ଚାଳକଙ୍କ ଈଶ୍ୱରଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ଓ ପ୍ରେମ ସଦ୍‌ଭାବନା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା ା ସେ ଥିଲେ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସିନ୍ଦୋଳ ଗ୍ରାମପଞ୍ଚାୟତ ଇନ୍ଦିରିଆ ଗାଁ ମୁସଲିମବସ୍ତିର ଧର୍ମପରାୟଣ ବ୍ୟକ୍ତ ବାବୁ ମିଆଁ । ଯେ କି କହୁଥିଲେ ଈଶ୍ୱର ଆଲ୍ଲା ତେରେ ନାମ…। ଏମିତିରେ ଏହି ବ୍ୟକ୍ତି ଜଣଙ୍କ ଗରିବ ହେଲେ ବି ଥିଲେ ସ୍ବାଭିମାନୀ । ସେ ରିକ୍ସାଟାଣି ପରିବାର ପୋଷୁଥିଲେ ।
ବିଭିନ୍ନ ସାମାଜିକ , ଧର୍ମପୀଠ, ଶିକ୍ଷାନୁଷ୍ଠାନ ଓ ରାସ୍ତା କଡ଼ରେ ନଡ଼ିଆଗଛ ବି ଲଗାଇ ତା’ର ଯତ୍ନନେଉଥିଲେ । ସକାଳେ,ସନ୍ଧ୍ୟାରେ ନମାଜ ପଢ଼ିଲେ, ଭଜନ ଗାଇଲେ । ଏମିତି ଆଧାତ୍ମିକ ବିଶ୍ୱାସରେ କାଳାତିପାତ କରୁଥିଲେ। ଘରେ ଆଲ୍ଲାଙ୍କୁ ପ୍ରାର୍ଥନା କରୁଥିବା ସ୍ଥାନରେ ନେଇ ରଖିଥିଲେ ଜଗନ୍ନାଥଙ୍କ ଫଟୋକୁ, ତୁଳସୀ ଚଉରାରେ ଜଳଅପର୍ଣ କରୁଥିଲେ । ଶ୍ରୀକ୍ଷେତ୍ରରେ ରଥ ଟାଣିବାକୁ ତାଙ୍କର ଭାରିଇଚ୍ଛା ରହିଥିଲା। ମାତ୍ର ମନରେ ଟିକେ ଶଙ୍କାଥିଲା ଯେ ସେ ମୁସଲିମ ବୋଲି । ହେଲେ ସେ ଦିନେ ସ୍ବପ୍ନ ଦେଖିଲେ ଜଗନ୍ନାଥ ତାଙ୍କୁ ଡାକୁଛନ୍ତି। ଏପରି ଚିନ୍ତନରେ ହଠାତ୍‌ ଦିନେ ଗାଁରୁ ସେ କେଉଁଆଡ଼େ କିଛିଦିନ ଗାଏବ ହୋଇଗଲେ । ଆଉ ଯେତେବେଳେ ସେ ଘରେପହଞ୍ଚତ୍ଲେ ତାଙ୍କ ହାତରେ ଥିଲା ମହାପ୍ରଭୁଙ୍କ ଫଟୋ। କଣ୍ଠରୁ ଆସୁଥିଲା ଭଜନ, ଜଣାଣ। ସେତେବେଳେ ତାଙ୍କୁ ଦେଖିବାକୁ ଗାଁରେ ଅନେକଙ୍କ ଭିଡ଼ ଜମିଥିଲା । ତା’ପରେ ଚହଳପଡ଼ିଗଲା ବାବୁ ମିଆଁ ପୀରଙ୍କୁ ଭୁଲି ପୁରସ୍ତମ ଯାଇଛି। ଶ୍ରୀକ୍ଷେତ୍ରରେ ଯାଇ ରଥ ଟାଣିଛି। ଆଲ୍ଲାଙ୍କୁ ନ ଡାକି ଈଶ୍ୱରଙ୍କୁ ଡାକୁଛି। କିଏ କହିଲା ବିଧର୍ମମୀ ତ କିଏ କହିଲା କାଫେର। ମାତ୍ର ଧର୍ମ ଓ ଈଶ୍ୱରଙ୍କୁ ନେଇ ପ୍ରତିବନ୍ଧକର ଗାରଟାଣୁଥିବା ମଣିଷଙ୍କ କାର୍ଯ୍ୟରେ ସେ ମର୍ମାହତ ହୋଇପଡ଼ୁଥିଲେ। ଏମିତିରେ ସେ ହେଲେ ଗାଁରୁ ବାସନ୍ଦ। ତଥାପି ଈଶ୍ୱର-ଆଲ୍ଲାଙ୍କୁ ଏକରୂପେ ମାନୁଥିଲେ। ଖାତିର ନ ଥିଲା କାହାରିକୁ । ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ୨୦୧୩ ମସିହାରୁ ବାବୁ ମିଆଁଙ୍କ ବିୟୋଗ ହୋଇସାରିଛି ସତ ହେଲେ ତାଙ୍କର ଈଶ୍ୱର ଭକ୍ତି, ଶ୍ରଦ୍ଧା, ପ୍ରେମ ଓ ସର୍ବଧର୍ମ ଚିନ୍ତନ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ରହିଥିବ ଯୁଗଯୁଗକୁ। ଏବେ ତାଙ୍କ ପରିବାର ଦୁଇପୁଅ ଓ ୫ ଝିଅଙ୍କ ବିବାହ କେବେଠୁ ସରିଯାଇଛି। ବାବୁଙ୍କ ସ୍ତ୍ରୀ ନସିଆ ବିବି ବୟସର ଅପରାହ୍ନରେ। କିନ୍ତୁ ଆଜିର ଦୁନିଆରେ ବାବୁ ମିଆଁଙ୍କ ସ୍ମୃତି କେବଳ କଥାରେ ରହିଯାଇଛି।

 

କାଳିଆ ଠାକୁର, ଭାବକୁ ନିକଟ ଅଭାବକୁ ଦୂର: କାଳିଆ ଠାକୁର, ଭାବକୁ ନିକଟ ଅଭାବକୁ ଦୂର। ଏଭଳି ଠାକୁରଙ୍କ ଭକ୍ତ ଭାବେ ନିଜର ଭକ୍ତି ଅର୍ଘ୍ୟ ଢ଼ାଳି ଦେଇଛନ୍ତି ଦେବଶ୍ରୀ ହଲିମ୍‌। ସେ କୁହନ୍ତି ମୁଁ ମୁସଲମାନ୍‌ ହେଲେ ମଧ୍ୟ ଘରେ ଶ୍ରୀବଳଭଦ୍ର, ମାତା ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ମାତା ଲକ୍ଷ୍ମୀଙ୍କ ପିତ୍ତଳ ମୂର୍ତ୍ତି ରଖି ପୂଜା କରେ। ସୁଖରେ ଦୁଃଖରେ ତିନି ଠାକୁର ଓ ମାତା ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ ସେ ମନକୁ ମନ କଥା ହୁଏ। ସେମାନେ ମୋର ଅତି ନିଜର। ମୁସଲମାନ୍‌ ଭାବେ ନମାଜ ଓ କୋରାନ୍‌ ପାଠ ସହିତ ଶ୍ରୀଜଗନ୍ନାଥଙ୍କୁ ପୂଜା କରେ । ଏଥିରେ ଶାଶୁଘର ସଦସ୍ୟଙ୍କର ନ ଥାଏ କିଛି ବାଧା। ତିନି ଠାକୁରଙ୍କ ମଧ୍ୟରେ ସମଗ୍ର ବିଶ୍ୱର ବିଭିନ୍ନ ବର୍ଣ୍ଣର ଲୋକେ ସମାହିତ। ବଡ଼ ଭାଇ ଶ୍ରୀବଳଭଦ୍ରଙ୍କ ଶ୍ରୀଅଙ୍ଗ ପାଶ୍ଚାତ୍ୟ ଲୋକଙ୍କୁ ସୂଚିତ କରୁଥିବାବେଳେ ମାତା ସୁଭଦ୍ରାଙ୍କ ହଳଦିଆ ଶ୍ରୀଅଙ୍ଗ ୟୁରୋପୀୟ ବାସୀଙ୍କ ପ୍ରତୀକ। ସେହିପରି କଳାଠାକୁରଙ୍କ ଶ୍ରୀଅଙ୍ଗ ଆଫ୍ରିକୀୟ ସମେତ ସମସ୍ତ କୃଷ୍ଣ ବର୍ଣ୍ଣ ଲୋକଙ୍କୁ ସୂଚାଇଥାଏ। ଈଶ୍ୱର ଆଲ୍ଲା ହିଁ ଗୋଟିଏ ସ୍ବରୂପ। ଆଉ ସେ ହେଉଛନ୍ତି କଳା ଠାକୁର। ସେ ସର୍ବବ୍ୟାପୀ,ସର୍ବ ସଚରାଚରରେ ସମାହିତ। ଘରେ ସ୍ବାମୀ ଓ ପୁଅଙ୍କ ପରେ କଳାଠାକୁର ମୋର ଅତି ନିଜର। କଳାଠାକୁରଙ୍କ ପାଇଁ ଛୋଟ ବଗିଚାରେ ବିଭିନ୍ନ ପ୍ରକାର ତୁଳସୀ ସହିତ ଫୁଲଗଛ ମଧ୍ୟ ଲଗାଇଛି। ଶ୍ରୀଜଗନ୍ନାଥଙ୍କ ପାଇଁ ବି ବ୍ରହ୍ମକମଳ ଗଛ ଲଗାଇଛିି। ଏଥିରେ ଫୁଲ ଫୁଟିଲେ ଏହାକୁ ଶ୍ରୀଜୀଉଙ୍କୁ ଲାଗି କରିବି। କାଳିଆ ଠାକୁରଙ୍କ ପୂଜା ସହିତ ମଗୁଶିର ଗୁରୁବାରରେ ଘରେ ଅତି ଶ୍ରଦ୍ଧାରେ ମାତା ଲକ୍ଷ୍ମୀଙ୍କ ପୂଜା କରିଥାଏ।

ସେ ଭାବର ଠାକୁର, ଅତ୍ୟନ୍ତ ଉଦାର ସେ ଦିଅଁ- ଜଗନ୍ନାଥ ଧର୍ମ ଓ ସଂସ୍କୃତି ଉପରେ କଳ୍ପନା ଅତ୍ୟନ୍ତ ଚମତ୍କାର ଓ ମନୋମୁଗ୍ଧକର। ବିଶ୍ୱବାସୀଙ୍କୁ ଏହା ଆକର୍ଷିତ କରୁଛି। ଅନେକ ଭକ୍ତ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କରିବାର ସୁଯୋଗ ପାଇପାରନ୍ତି ନାହଁି ବୋଲି ସେମାନଙ୍କୁ ଦର୍ଶନ ଦେବା ନିମନ୍ତେ ବଡ଼ଦାଣ୍ଡକୁ ମହାପ୍ରଭୁ ରଥଯାତ୍ରା ସମୟରେ ଆସନ୍ତି। ସେତେବେଳେ ଭକ୍ତ ରଥାରୂଢ଼ ତିନି ଦିଅଁଙ୍କ ରଥ ଦଉଡି ଟାଣିପାରେ, ରଥକୁ ଛୁଇର୍ଁପାରେ । ସତରେ ତାଙ୍କ ରଥ ଟାଣି ଭକ୍ତମାନେ ଅପୂର୍ବ ଆନନ୍ଦ ଲାଭ କରନ୍ତି। ଶ୍ରୀଜଗନ୍ନାଥଙ୍କ ପୂଜାପଦ୍ଧତି ତ ଅତି ସରଳ। ଏହା ଆହୁରି ସରଳ ହୋଇଯାଏ ଅଣସର ଘରେ ଥିବା ସମୟରେ। ସେ ଭାବର ଦେବତା। ତାଙ୍କୁ ପାଇବା ପାଇଁ କିଛି ମନ୍ତ୍ର ତନ୍ତ୍ର ଲୋଡା ନାହଁି ବୋଲି ମୋର ଭାବନା ା ଯେଉଁମାନେ ତାଙ୍କୁ ଭାବରେ ଡାକନ୍ତି ତାଙ୍କ କଥା ଶୁଣନ୍ତି ଓ ତାଙ୍କ ଉପରେ ମହାପ୍ରଭୁ କୃପାବାରି ଅଜାଡି ଦିଅନ୍ତି। ସର୍ବ ଧର୍ମେ ଜଗନ୍ନାଥ। ଓଡ଼ିଶାରେ ସବୁ କାମରେ ତାଙ୍କୁ ଖୋଜାଯାଏ, ମନେପକାଯାଏ। ବିବାହରେ ତାଙ୍କ ପାଖକୁ ନିମନ୍ତ୍ରଣ ପଠାଯାଏ। ସେ ଭାବର ଠାକୁର, ଅତ୍ୟନ୍ତ ଉଦାର ସେ ଦିଅଁ। ତାଙ୍କ ପୂଜା ପଦ୍ଧତି ମୋତେ ଆକର୍ଷିତ କରେ। ଜଗନ୍ନାଥ ସଂସ୍କୃତିକୁ ଉଦାରତାର ସହ ଗ୍ରହଣ କରେ ବୋଲି କୁହନ୍ତି ପୂର୍ବତନ ମନ୍ତ୍ରୀ ସେକ୍‌ ମତଲୁବ୍‌ ଅଲି। ନବକଳେବର ୨୦୧୫ ସମୟରେ ‘ମହାପ୍ରଭୁଙ୍କର ନବକଳେବର’ ପ୍ରବନ୍ଧ ସଂକଳନ କରିଥିଲି। ଏଥିରେ ଓଡିଶାର ପ୍ରଖ୍ୟାତ ଲେଖକ ଓ ଜଗନ୍ନାଥ ଭକ୍ତମାନଙ୍କ ଲେଖା ପ୍ରକାଶ ପାଇଥିଲା। ମୁଁ ସେହି ସଂକଳନରେ ନବକଳେବର ସମ୍ପର୍କରେ ଏକ ଦୀର୍ଘ ପ୍ରବନ୍ଧ ଲେଖିଥିଲି ଓ ସେହି ପୁସ୍ତକର ମୁଖବନ୍ଧ ବି ଲେଖିଥିଲି। ଏହା ବ୍ୟତୀତ ରଥଯାତ୍ରା, ଚନ୍ଦନ ଯାତ୍ରା ସମୟରେ ପ୍ରବନ୍ଧ ଲେଖେ । ନୀଳାଦ୍ରିବିଜୟ, ଲକ୍ଷ୍ମୀଙ୍କ ମାନଭଞ୍ଜନ ଓ ରସଗୋଲା ଉପରେ ବି ପ୍ରବନ୍ଧ ଲେଖିଛି। । ମୁଁ ଓଡ଼ିଶାର ଲୋକ। ମୁଁ ଓଡ଼ିଆ। ଉକତ୍ଳୀୟ ପରମ୍ପରା ଓ ଚଳଣି ମୋତେ ଭଲ ଲାଗେ । କଲେଜ ଜୀବନରୁ ମୁଁ ଧୋତି ପଞ୍ଜାବି ପିନ୍ଧୁଛି । ଯାହା ଓଡ଼ିଶାର ଚଳଣିି ତାକୁ ମୁଁ ଗ୍ରହଣ କରିଛି। ସର୍ବଧର୍ମ ସମନ୍ବୟର ପ୍ରତୀକ ଜଗନ୍ନାଥଧର୍ମ ଓ ସଂସ୍କୃତିରେ ଆମ ଜାତୀୟସଂସ୍କୃତି କେନ୍ଦ୍ରୀଭୂତ ହୋଇଛି।

ତଥ୍ୟ ଓ ଉପସ୍ଥାପନା-ବନବିହାରୀ ବେହେରା
ସହାୟତା: ସଞ୍ଜିତ୍‌ ବଳ, ନୀଳେନ୍ଦ୍ରକୁମାର ଗଜେନ୍ଦ୍ର


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri