ଭଉଣୀ ଘରକୁ ଯାଉଥିବା ବେଳେ ଯୁବକଙ୍କୁ ଗୁଳିମାଡ଼

ସୋନପୁର,୮।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଚୁଡ଼ାଖାଇ ପାହାଡ଼ ରାସ୍ତା ନିକଟରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ସେ ହେଲେ ବ୍ରାହ୍ମଣୀ ନିକଟସ୍ଥ ଭୁରାଟ ଗାଁର ଶାନ୍ତନୁ ରାଉତ।

ସୂଚନାଯୋଗ୍ୟ, ଶାନ୍ତନୁ ସକାଳେ ମୋଟର ସାଇକେଲରେ ଭଉଣୀଙ୍କ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଶାନ୍ତନୁଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ଗୁଳିମାଡ଼ ହୋଇଛି ସ୍ପଷ୍ଟ ହୋଇନାହିଁ । ଖବରପାଇ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।