Categories: ମେଟ୍ରୋ

ଭଉଣୀଙ୍କୁ ମାଡ଼ମାରି ଭାଇ ଗିରଫ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ସମ୍ପର୍କୀୟ ଭଉଣୀକୁ ମାଡମାରିବା ଓ ଅସଦାଚାରଣ କରିଥିବା ଅଭିଯୁକ୍ତ ଭାଇଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ସୋମବାର ଗିରଫ କରିଛି। ସେ ହେଲେ ଯାଜପୁର ଜିଲା ମଙ୍ଗରାଜପୁର ଅଞ୍ଚଳର ଲାକୁନ ମଲ୍ଲିକ। ସୂଚନା ମୁତାବକ ଏହି ଥାନା ଅଞ୍ଚଳରେ ଅଭିଯୁକ୍ତ ଲାକୁନାଙ୍କ ରହୁଥିବା ଜଣେ ସମ୍ପର୍କୀୟ ଭଉଣୀଙ୍କ ଘରେ ବିଭିନ୍ନ କାରଣକୁ ନେଇ ସବୁବେଳେ ଝଗଡା ଲାଗୁଥିଲେ। ଗତ ୧୯ ତାରିଖରେ ତାଙ୍କ ଘରେ କେହି ନ ଥିବାବେଳେ ଅଭିଯୁକ୍ତଙ୍କ ପହଞ୍ଚତ୍ ଭଉଣୀଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ସହ ଅସଦାଚରଣ କରିଥିଲେ। ଏ ନେଇ ଥାନରେ ଅଭିଯୋଗ ପରେ ପୋଲିସ ନଂ.୫୪୫/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଲାକୁନଙ୍କୁ ଧରିଥିଲା।