ବୟସ୍କ ତୀର୍ଥଯାତ୍ରୀଙ୍କ ସହାୟତା ପାଇଁ ପଶୁପତିନାଥ ମନ୍ଦିର ଟ୍ରଷ୍ଟକୁ ଭାରତ ଦେଲା ୨ ବିଦ୍ୟୁତ୍‌ ଚାଳିତ ଯାନ

କାଠମାଣ୍ଡୁ,୨୭।୧୧: ନେପାଳର ପଶୁପତିନାଥ ମନ୍ଦିରକୁ ଆସୁଥିବା ବୟସ୍କ ତୀର୍ଥଯାତ୍ରୀଙ୍କ ଯିବା ଆସିବାରେ ସୁବିଧା ପାଇଁ ଭାରତ ପକ୍ଷରୁ ୨ଟି ବିଦ୍ୟୁତ୍‌ ଚାଳିତ ଯାନ ଯୋଗାଇ ଦିଆଯାଇଛି। ଭାରତ ପକ୍ଷରୁ ଏହାକୁ ପଶୁପତିନାଥ ମନ୍ଦିର ଟ୍ରଷ୍ଟକୁ ବୁଧବାର ହସ୍ତାନ୍ତର କରାଯାଇଛି। ଏହି ଯାନକୁ ଭାରତର ଗାୟାମ୍‌ ମୋଟର ଓ୍ବାର୍କସ୍‌ ପକ୍ଷରୁ ନିର୍ମାଣ କରାଯାଇଛି।

Share