ବୟସର ଶେଷ ପାହାଚରେ ଆନ୍ତରିକତା ଶିଖାଇଦେଲା ଶ୍ମଶାନ

କୋରାପୁଟ,୨୯।୪(ସ୍ବ.ପ୍ର.): ଶ୍ମଶାନ କଥା କହିଲେ ସାଧାରଣତଃ ଆମ ଭିତରେ କେବଳ ଭୟଟିଏ ଉକୁଟେ। କିନ୍ତୁ ସେଇ ଶ୍ମଶାନ ପରିଣତ ବୟସରେ ପାଦ ଦେଇଥିବା ୨ ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କେବଳ ବନ୍ଧୁତାରେ ବାନ୍ଧି ଦେଇନାହିଁ, ବରଂ ସେମାନଙ୍କ ପାଇଁ ନିର୍ଭୟ ଆଶ୍ରୟସ୍ଥଳୀ ପାଲଟିଛି।
କୋରାପୁଟ ଉପକଣ୍ଠ ତଥା ସହରରୁ ନୂତନ ବୋରିଗୁମ୍ମା ରାସ୍ତାରେ ଥିବା ଶ୍ମଶାନରେ ରହିଛି ଏକ ପରିତ୍ୟକ୍ତ ଘର। ସେଇଠି ଦୁଇ ବନ୍ଧୁ ଭାବେ ଦିନ କାଟୁଛନ୍ତି ଦୁଇଜଣ ବୃଦ୍ଧ। ସେମାନଙ୍କ ଭିତରୁ ଜଣେ ମୁମ୍ବାଇରୁ ଆସିଥିବା ବେଳେ ଅନ୍ୟ ଜଣେ ପ୍ରେମ ସୁନା ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଞ୍ଚାୟତ ଗୌଡ଼ଗୁଡ଼ାରୁ କାମ ଖୋଜିଖୋଜି କୋରାପୁଟରେ ଆସି ପହଞ୍ଚତ୍ଥିଲେ। ପ୍ରେମ ସୁନା କାମ ନ ପାଇ କେଉଁଠି ରହିବି ଭାବି ଶ୍ମଶାନ ଆଡ଼କୁ ଯାଇଥିଲେ। ପ୍ରବେଶ ଦ୍ୱାରରେ ଥିବା ଏକ ପରିତ୍ୟକ୍ତ ଘରେର ୨ଟି ସିମେଣ୍ଟ ବେଞ୍ଚରୁ ଗୋଟିକରେ ରହିଥିଲେ ମରାଠୀ ବୃଦ୍ଧ ଜଣକ। ଅନ୍ୟ ବେଞ୍ଚଟିକୁ ଅକ୍ତିଆର କରିନେଲେ ପ୍ରେମ। କେହି କାହାକୁ ଚିହ୍ନି ନଥିଲେ। ମରାଠି କଥା ହେଉଥିବା ଅପରିଚିତ ବୃଦ୍ଧ ଜଣକ ମାନସିକ ରୋଗୀ ବୋଲି ଜାଣିବା ପରେ ପ୍ରେମ ତାଙ୍କ ଆବଶ୍ୟକତା ଦେଖି ସେହିଠାରେ ରହିଯାଇଛନ୍ତି। ଧୀରେଧୀରେ ଉଭୟଙ୍କ ଭିତରେ ବନ୍ଧୁତା ବଢ଼ିଯାଇଛି। ମରାଠି ବୃଦ୍ଧ ଜଣକ ବଜାରକୁ ଯାଇ ଚାଉଳ, ପନିପରିବା ମାଗି ଆଣିଲେ ପ୍ରେମ ସୁନା ସେ ସବୁକୁ ରାନ୍ଧିବା ଦାୟିତ୍ୱଟି ନେଇଛନ୍ତି। ଜଣେ ନ ଖାଇଲା ପର୍ଯ୍ୟନ୍ତ ଅନ୍ୟ ଜଣେ ଅପେକ୍ଷା କରୁଛି। ବର୍ଷେ ହେଲା ଦୁଇବନ୍ଧୁ ଏଠାରେ ରହି ଆସୁଛନ୍ତି। ଶ୍ମଶାନରେ ରହିବା ଲାଗି ସେମାନଙ୍କୁ କେବେ ଭୟ ଲାଗିନାହଁି ବୋଲି କହନ୍ତି ପ୍ରେମ ସୁନା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍‌ପି ସପ୍ତଗିରି

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ...

ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍‌ରେ ଚାଲିପାରୁନାହାନ୍ତି। ଫଳରେ ବାପା...

୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା

ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା...

ଭାଇ ବାହା ଘରୁ ଫେରିଲା ବେଳେ ବାଟରେ ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ଭାଇର ବାହାଘର ସାରି ରାୟଗଡା ଫେରିଲା ବେଳେ ଏକ ସଡ଼କ ଦୁର୍ଘଟଣାରେ ଭଉଣୀ ମୃତ୍ୟୁବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି...

ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର

କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧...

ବସ୍‌ ମିଳିବନି କହି ଘରକୁ ଡାକିଲେ, ପରେ ବିବାହିତା ମହିଳାଙ୍କୁ ବୁଦାକୁ ନେଇ ବଳାତ୍କାର; କାନ୍ଦି କାନ୍ଦି…

ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର...

୧୧ ବର୍ଷ ପରେ ନ୍ୟାୟ…ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡ଼ା,୧୮।୧୧(ଆଶିଷ ରଞ୍ଜନ ପଣ୍ଡା) -ଦୀର୍ଘ ୧୧ ବର୍ଷ ପରେ ରାୟଗଡ଼ା ସହର ବୁଦୁରାବାଲସା ସାହିରେ ହୋଇଥିବା ବହୁଚର୍ଚ୍ଚିତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ରାୟଗଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri