ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା

ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ ବୟଫ୍ରେଣ୍ଡ ରକି ଜୈସଓ୍ବାଲଙ୍କ ସହ ସେ ପ୍ୟାରିସ୍‌ରେ ଛୁଟି ମନାଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ହୀନା ନିଜ ଭ୍ୟାକେସନର ବହୁ ଫଟୋ ଓ ଭିଡିଓ ଶେୟାର କରିଛନ୍ତି। ଶେୟାର କରିଥିବା କିଛି ଫଟୋରେ ସେ ଏକୁଟିଆ ପୋଜ୍‌ ଦେଉଥିବା ବେଳେ ଅନ୍ୟଗୁଡିକରେ ରକି ଓ ସାଙ୍ଗମାନଙ୍କ ସହ ହୀନା ନଜର ଆସିଛନ୍ତି। ହୀନାଙ୍କ ଫ୍ୟାରିସ ଫଟୋରେ ତାଙ୍କର ଅଲଗା ଅନ୍ଦାଜ ଓ ଗ୍ଲାମରସ୍‌ ଲୁକ୍‌ ଦେଖିବାକୁ ମିଳିଛି। ଚଳିତ ବର୍ଷ ହୀନା କାନ୍‌ସ ଫିଲ୍ମ ଫେଷ୍ଟିଭାଲ ଓ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି।

Share