ବୟଫ୍ରେଣ୍ଡଙ୍କ ସହ ସୁଇମିଂ ପୁଲ୍‌ରେ ମଜା ଉଠାଉଛନ୍ତି ସୁସ୍ମିତା

କିଛିଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଏବଂ ବୟଫ୍ରେଣ୍ଡ ରହମନଙ୍କ ବ୍ରେକ୍‌ଅପ୍‌ ଖବର ଆସିଥିଲା। କିନ୍ତୁ ସୁସ୍ମିତା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଫ୍ୟାନ୍‌ମାନଙ୍କୁ ଏହା ଭୁଲ ବୋଲି ପ୍ରମାଣ ଦେଇଛନ୍ତି। ଏହି ଫଟୋରେ ଦୁହେଁ ଏକ ସୁଇମିଂ ପୁଲ୍‌ରେ ପହଁରୁଥିବା ଦେଖିବାକୁ ମିଳିଛି। ଯାହା ଜଣାପଡୁଛି ଦୁଇଜଣଙ୍କ ମଧ୍ୟରେ ଏବେବି ରିଲେସନ ରହିଛି ଆଉ ମନଖୋଲି ମଜା ଉଠାଉଛନ୍ତି। ସୁସ୍ମିତା ବୟଫ୍ରେଣ୍ଡ ରହମନ ଏବଂ ଝିଇ ଆଲିଶାଙ୍କ ସହ ଖୁବ୍‌ ମଜା କରିଛନ୍ତି। ସୁଇମିଂ ପୁଲ୍‌ରେ ପହଁରୁଥିବା ସମୟରେ ରହମନ ସୁସ୍ମିତାଙ୍କୁ ସମ୍ଭାଳି ଥିବାରୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୁସ୍ମିତା ‘ଆଇ ଲଭ୍‌ ୟୁ ଜାନ୍‌’ କ୍ୟାପଶନ ମଧ୍ୟ ଲେଖିଛନ୍ତି। ଦେଖିଲେ ଲାଗୁଛି ଏହି ଦୁଇ ପ୍ରେମପକ୍ଷୀଙ୍କ ମଧ୍ୟରେ ସବୁ ଠିକ୍‌୍‌ଠାକ ଚାଲିଛି। ରହମନ ମଧ୍ୟ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ରହମନ ହାତରେ ଧରିଥିବା ଏକ ବହିରେ ‘ଆଇ ଲଭ୍‌ ୟୁ’ ଲେଖାଯାଇଥିବା ନଜର ଆସିଛି। ଫଟୋଗୁଡ଼ିକ ଦେଖିଲେ ଲାଗୁଛି ବ୍ରେକ୍‌ଅପ୍‌ ଖବର ମିଥ୍ୟା। ଏବେ ବି ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲ ପାଉଛନ୍ତି।

Share