ବୟଫ୍ରେଣ୍ଡଙ୍କ ସହିତ ସ୍କୁଟିରେ ବୁଲିଲେ ଶ୍ରଦ୍ଧା କପୁର: ଭିଡ଼ିଓ ଭାଇରାଲ

ମୁମ୍ବାଇ, ୧୦।୬: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଶ୍ରଦ୍ଧା ବୟଫ୍ରେଣ୍ଡ ରୋହନ ଶ୍ରେଷ୍ଠଙ୍କ ସହିତ ସ୍କୁଟିରେ ମୁମ୍ବାଇର ରାସ୍ତାରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ ପରେ ଆରମ୍ଭ ହୋଇଥିବା ଅନ୍‌ଲକ୍‌ରେ ଶ୍ରଦ୍ଧା ବେଶ୍‌ ଖୁସିରେ ବୟଫ୍ରେଣ୍ଡଙ୍କ ପଛରେ ବସିଛନ୍ତି। ରୋହନ ଏବଂ ଶ୍ରଦ୍ଧା ଉଭୟ ମାସ୍କ ମଧ୍ୟ ପିନ୍ଧିଛନ୍ତି। ରୋହନ ସର୍ଟସ ଏବଂ ଟି-ଶର୍ଟ ପିନ୍ଧିଥିବାବେଳେ ଶ୍ରଦ୍ଧା କଳା ରଙ୍ଗର ଟି-ସର୍ଟ ଏବଂ ଟ୍ରାକ୍‌ ସୁଟ୍‌ ପିନ୍ଧିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ଶ୍ରଦ୍ଧା ଏବଂ ରୋହନଙ୍କ ସମ୍ପର୍କକୁ ନେଇ ବଲିଉଡ୍‌ରେ ଦୀର୍ଘ ଦିନ ଧରି ଚର୍ଚ୍ଚା ଜାରି ରହିଛି।

Share