ବ୍ୟାୟାମ କରିବାକୁ ବାହାରି ଟ୍ରୋଲ୍‌ ହେଲେ ମଲ୍ଲିକା

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ବଲିଉଡ୍‌ ଷ୍ଟାରମାନେ ସାଧାରଣ ଲୋକଙ୍କ ପରି ଘରେ ସମୟ ବିତାଉଥିଲେ। ଯଦିଓ ଦେଶରୁ କରୋନା ହଟିନାହିଁ ତଥାପି ସରକାର ଲକ୍‌ଡାଉନ୍‌ ହଟାଇ ଦେଇଛନ୍ତି। ଏହା ପରେ ମୁମ୍ବାଇ ରାସ୍ତାରେ ବ୍ୟାୟାମ କରିବାକୁ ବାହାରି ପଡ଼ିଛନ୍ତି ସେଲିବ୍ରିଟିମାନେ। ଏମାନଙ୍କ ମଧ୍ୟରୁ ମଲ୍ଲିକା ଶେରାଓ୍ବତ୍‌ଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଦେଖି ଲୋକେ ମଲ୍ଲିକାଙ୍କୁ ଟ୍ରୋଲ୍‌ ବି କରିଛନ୍ତି।
କାରଣ ଲକ୍‌ଡାଉନ୍‌ ହଟିଥିଲେ ମଧ୍ୟ କରୋନା ଭୟ ଏଯାଏ ଦୂର ହୋଇନାହିଁ। ଏପରିସ୍ଥିତିରେ ମଲ୍ଲିକା ମୁହଁରେ ମାସ୍କ ବାନ୍ଧି ନ ଥିଲେ। କିଛି ସମୟ ପାଇଁ ମୁହଁରେ ମାସ୍କ ଦେଇଥିବା ଦେଖିବାକୁ ମିଳିଥିଲେ ହେଁ ପରବର୍ତ୍ତୀ ସମୟରେ ସେ ବିନା ମାସ୍କରେ ଓ୍ବାର୍କଆଉଟ୍‌ କରିଥିଲେ। ଖାଲି ଏତିକି ନୁହେଁ, ଲୋକେ ତାଙ୍କୁ ରାସ୍ତାରେ ଦେଖିବା ପରେ ସେଲ୍‌ଫି ପାଇଁ ଅନୁରୋଧ ବି କରିଥିଲେ। ଫଳରେ ମଲ୍ଲିକା ସାମାଜିକ ଦୂରତାକୁ ଭୁଲି ସେଲ୍‌ଫି ନେବାରେ ବ୍ୟସ୍ତ ରହିଲେ।


ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ୟୁଜର ଲେଖିଛନ୍ତି, ଆପଣ ଏକ ଭଲ ଉଦାହରଣ ସୃଷ୍ଟି କରୁନାହାନ୍ତି। ପ୍ରତିଦିନ ହଜାର ହଜାର ଲୋକ ମରୁଛନ୍ତି। ଆପଣ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ଭାବିନାହାନ୍ତି ବୋଧହୁଏ। ଦାୟିତ୍ୱହୀନ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତ, ଆପଣଙ୍କଠାରେ ମଧ୍ୟ କରୋନା ଥାଇପାରେ। ତୁମର ମାସ୍କ କେଉଁଠି ଅଛି।
ମଲ୍ଲିକା ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରି କ୍ୟାପଶନ୍‌ ଲେଖିଛନ୍ତି, ବାନ୍ଦ୍ରାରେ ସନ୍ଧ୍ୟା ବୁଲା ଏବଂ ପ୍ରଶଂସକଙ୍କ ସହିତ ସେଲ୍‌ଫି ଉଠାଇବା ଏକ ଉତ୍ସବରେ ପରିଣତ ହେଲା। ଏହି ସମୟରେ ମଲ୍ଲିକା ଏକ ଗୋଲାପୀ ଏବଂ କଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ନଜର ଆସିଥିଲେ।

Share