Posted inଜାତୀୟ

ବ୍ୟାପମ୍‌ ଦୁର୍ନୀତି: ୩୧ ଜଣଙ୍କୁ ଜେଲ

ନୂଆଦିଲ୍ଲୀ,୨୬ା୧୧: ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ବ୍ୟାପମ୍‌ ନିଯୁକ୍ତି ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୩୧ ଜଣଙ୍କୁ ଜେଲଦଣ୍ଡାଦେଶ ଦେଇଛନ୍ତି। ଗ୍ବାଲିୟରର ପ୍ରଦୀପ ତ୍ୟାଗୀଙ୍କୁୁ ୧୦ ବର୍ଷ ଜେଲ୍‌ ହୋଇଥିବାବେଳେ ଅନ୍ୟ ୩୦ ଜଣଙ୍କୁ ୭ ବର୍ଷ ଲେଖାଏ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ। ଅଧିକାଂଶ ଅପରାଧୀଙ୍କ ଘର ଭିନ୍ଦ୍‌, ମୋରେନା, ଡାଟିଆ, ଗ୍ବାଲିୟର ଏବଂ ଭୋପାଳରେ। ଉତ୍ତରପ୍ରଦେଶରୁ ମଧ୍ୟ କେତେଜଣ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିଲେ। ଅପରାଧୀମାନଙ୍କୁ କୋର୍ଟ ପ୍ରକୋଷ୍ଠରୁ ସିଧା କେନ୍ଦ୍ରୀୟ ଜେଲ୍‌କୁ ପଠାଇଦିଆଯାଇଛି।
୨୦୧୩ରେ ମଧ୍ୟପ୍ରଦେଶର ବୈଷୟିକ ପରୀକ୍ଷା ମଣ୍ଡଳ (ବ୍ୟାପମ୍‌) ଦୁର୍ନୀତି ପଦାକୁ ଆସିଥିଲା। ପ୍ରାର୍ଥୀଙ୍କ ସ୍ଥାନରେ ଅନ୍ୟମାନେ ପରୀକ୍ଷା ଦେଇଥିବାବେଳେ ଏଥିରେ ଜାଲିଆତି ଓ ଠକେଇ ମଧ୍ୟ ହୋଇଥିଲା। ସେତେବେଳେ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି ଏହି ଦୁର୍ନୀତି ଅଭିଯୋଗ ଆସିବା ପରେ ଏଥିରେ ସମ୍ପୃକ୍ତ ପ୍ରାୟ ୪୦ ଜଣଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ରାଜ୍ୟପାଳଙ୍କ ପୁଅ ମଧ୍ୟ ଥିଲେ। ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା। ୨୦୧୭ ଏପ୍ରିଲରେ ସିବିଆଇ ୧୨ ପ୍ରାର୍ଥୀ, ୧୨ ଜଣ ଛଦ୍ମପ୍ରାର୍ଥୀ ଏବଂ ୭ ମଧ୍ୟସ୍ଥଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଏର କରିଥିଲା। ୯୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ୩୧ ଜଣଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ଗୁରୁବାର ସିବିଆଇ ସ୍ବତନ୍ତ୍ର ବିଚାରପତି ଏସ୍‌.ବି. ସାହୁ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮ ଏବଂ ୪୭୧ରେ ଅଭିଯୁକ୍ତମାନଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ।

ବ୍ୟାପମ୍‌ ଦୁର୍ନୀତି କ’ଣ

ମଧ୍ୟପ୍ରଦେଶ ବୈଷୟିକ ପରୀକ୍ଷା ମଣ୍ଡଳ (ବ୍ୟାପମ୍‌) ବିଭିନ୍ନ ସରକାରୀ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ କରିଥାଏ। ଏହି ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଜାଲିଆତି କରି କୋଟି କୋଟି ଟଙ୍କା ଦୁର୍ନୀତି କରୁଥିଲା। ପ୍ରକୃତ ପ୍ରାର୍ଥୀଙ୍କ ବଦଳରେ ଜାଲ୍‌ ପ୍ରାର୍ଥୀ ପରୀକ୍ଷା ଦେଉଥିଲେ। ପରୀକ୍ଷାରେ ପ୍ରବଳ କପି ହେଉଥିଲା। ଦୁର୍ନୀତିରେ ରାଜନେତା, ବରିଷ୍ଠ ଅଧିକାରୀ, ବ୍ୟବସାୟୀ ସମ୍ପୃକ୍ତ ଥିଲେ। ବ୍ୟାପମ ଦ୍ୱାରା ପରିଚାଳିତ ୧୩ଟି ବିଭିନ୍ନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା। ଚାକିରିରେ ଥିବା ପିଲାଙ୍କ ପାଇଁ ଅନ୍ୟମାନେ ପ୍ରକ୍ସିରେ ପରୀକ୍ଷା ଦେଉଥିଲେ। ପରୀକ୍ଷାରେ ଏଭଳି ସିଟ୍‌ ବ୍ୟବସ୍ଥା କରାଯାଉଥିଲା ଯେପରି ଜଣେ ଭଲ ଛାତ୍ରଠାରୁ ଅନ୍ୟ ଦୁଇଜଣ ଉତ୍ତର ଟିପି ପାରିବେ। ଏଥିପାଇଁ ସମ୍ପୃକ୍ତ ଛାତ୍ରଙ୍କୁ ଟଙ୍କା ଦିଆଯାଉଥିଲା। ୯୦ ଦଶକ ମଧ୍ୟଭାଗରୁ ଏହି ଦୁର୍ନୀତି ଚାଲିଥିବାବେଳେ ୨୦୦୦ରେ ପ୍ରଥମ ଏତଲା ଦାଏର ହୋଇଥିଲା। ୨୦୦୯ ପ୍ରାକ୍‌ ମେଡିକାଲ ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସରକାର ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲେ। ଉକ୍ତ କମିଟି ରିପୋର୍ଟ ଆଧାରରେ ଶତାଧିକ ଗିରଫ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ହାଜତରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା ଓ ଅନ୍ୟମାନେ ଜାମିନରେ ବାହାରିଥିଲେ। କୌଣସି ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ନ ଥିଲା।
୨୦୧୩ରେ ଇନ୍ଦୋର ପୋଲିସ ୨୦ ଜଣ ଜାଲ୍‌ ପ୍ରାର୍ଥୀଙ୍କୁ ଗିରଫ କରିବା ପରେ ଘଟଣା ଚର୍ଚ୍ଚାକୁ ଆସିଥିଲା। ସେମାନଙ୍କୁ ଜେରା କରାଯିବାରୁ ଦୁର୍ନୀତି ର଼୍ୟାକେଟର ମୁଖ୍ୟ ଜଗଦୀଶ ସାଗର ବୋଲି ଜଣାପଡିଥିଲା। ପୋଲିସ ଜଗଦୀଶଙ୍କୁ ଗିରଫ କରିବା ପରେ ତଦନ୍ତ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ। ଜେରାବେଳେ ରାଜନେତା, ଏମ୍‌ପିପିଇବିର ଅଧିକାରୀ, ମଧ୍ୟସ୍ଥ, ପ୍ରାର୍ଥୀ ଓ ଅଭିଭାବକଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା। ୨୦୧୫ ଜୁନ୍‌ ସୁଦ୍ଧା ଏହି ମାମଲାରେ ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଥିଲା। ସେଥିରେ ରାଜ୍ୟର ପୂର୍ବତନ ଶିକ୍ଷାମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମା ଓ ଶତାଧିକ ରାଜନେତା ସମ୍ପୃକ୍ତ ଥିଲେ। ମାମଲାର ସିବିଆଇ ତଦନ୍ତ ଲାଗି ୨୦୧୫ ଜୁଲାଇରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ରହସ୍ୟ ଘେରରେ ୪୦ ଜଣଙ୍କ ମୃତ୍ୟୁ

ବ୍ୟାପମ୍‌ ଦୁର୍ନୀତି ଭାବେ ପରିଚିତ ମଧ୍ୟପ୍ରଦେଶ ପ୍ରଫେସନାଲ ଏକ୍‌ଜାମିନେଶନ ବୋର୍ଡ (ଏମ୍‌ପିପିଇବି) ଦୁର୍ନୀତି ୨୦୧୩ରେ ପଦାକୁ ଆସିବା ପରେ ଏହା ସହ ସମ୍ପୃକ୍ତ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ଅସମର୍ଥତ୍ତ ଭାବେ ମୃତ୍ୟୁସଂଖ୍ୟା ୧୦୦ରୁ ଅଧିକ ବୋଲି କୁହାଯାଏ। ମୃତକଙ୍କ ମଧ୍ୟରେ ଅଭିଯୁକ୍ତ, ସାକ୍ଷୀ ଏବଂ ଅନୁଧ୍ୟାନମୂଳକ ଖବର ଛାପିଥିବା ଜଣେ ଖବରଦାତା ଥିଲେ। ସମସ୍ତଙ୍କ ମୃତ୍ୟୁ ରହସ୍ୟଜନକ ସ୍ଥିତିରେ ହୋଇଥିଲା। ରହସ୍ୟଜନକ ମୃତ୍ୟୁ ହୋଇଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ମଧ୍ୟପ୍ରଦେଶର ପୂର୍ବତନ ରାଜ୍ୟପାଳ ରାମନରେଶ ଯାଦବଙ୍କ ପୁଅ ଶୈଳେଶ, ଜବଲପୁର ମେଡିକାଲ କଲେଜ ଡିନ୍‌ ଡ. ଅରୁଣ ଶର୍ମା ଏବଂ ଆଜତକ୍‌ ଖବରଦାତା ଅକ୍ଷୟ ସିଂ, କନଷ୍ଟେବଳ ସଞ୍ଜୟ କୁମାର ଯାଦବ, ଭେଟେରିନାରୀ ଡାକ୍ତର ରାଜେନ୍ଦ୍ର ଆର୍ଯ୍ୟ, ଭେଟେରିନାରୀ କଲେଜ ଛାତ୍ର ଅମିତ ସାଗର, ନମ୍ରତା ଡାମୋର। ଏଭଳି ରହସ୍ୟମୟ ମୃତ୍ୟୁ ଘଟଣା ସେତେବେଳେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଏସ୍‌ଆଇଟି ତଦନ୍ତ ଯଥେଷ୍ଟ ନୁହେଁ, ମାମଲାର ସିବିଆଇ ତଦନ୍ତ କରିବା ପାଇଁ ବିରୋଧୀ ଦଳ ଦାବି କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସିବିଆଇ ତଦନ୍ତ ଚାହୁଁ ନ ଥିଲେ। ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଖବରଦାତା ହତ୍ୟା ମାମଲାର ତଦନ୍ତ କରୁଥିବା ଚୌହାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri