Posted inଜାତୀୟ

ବ୍ୟାପମ୍‌ ଦୁର୍ନୀତି: ୩୧ ଜଣଙ୍କୁ ଜେଲ

ନୂଆଦିଲ୍ଲୀ,୨୬ା୧୧: ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ବ୍ୟାପମ୍‌ ନିଯୁକ୍ତି ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୩୧ ଜଣଙ୍କୁ ଜେଲଦଣ୍ଡାଦେଶ ଦେଇଛନ୍ତି। ଗ୍ବାଲିୟରର ପ୍ରଦୀପ ତ୍ୟାଗୀଙ୍କୁୁ ୧୦ ବର୍ଷ ଜେଲ୍‌ ହୋଇଥିବାବେଳେ ଅନ୍ୟ ୩୦ ଜଣଙ୍କୁ ୭ ବର୍ଷ ଲେଖାଏ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ। ଅଧିକାଂଶ ଅପରାଧୀଙ୍କ ଘର ଭିନ୍ଦ୍‌, ମୋରେନା, ଡାଟିଆ, ଗ୍ବାଲିୟର ଏବଂ ଭୋପାଳରେ। ଉତ୍ତରପ୍ରଦେଶରୁ ମଧ୍ୟ କେତେଜଣ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିଲେ। ଅପରାଧୀମାନଙ୍କୁ କୋର୍ଟ ପ୍ରକୋଷ୍ଠରୁ ସିଧା କେନ୍ଦ୍ରୀୟ ଜେଲ୍‌କୁ ପଠାଇଦିଆଯାଇଛି।
୨୦୧୩ରେ ମଧ୍ୟପ୍ରଦେଶର ବୈଷୟିକ ପରୀକ୍ଷା ମଣ୍ଡଳ (ବ୍ୟାପମ୍‌) ଦୁର୍ନୀତି ପଦାକୁ ଆସିଥିଲା। ପ୍ରାର୍ଥୀଙ୍କ ସ୍ଥାନରେ ଅନ୍ୟମାନେ ପରୀକ୍ଷା ଦେଇଥିବାବେଳେ ଏଥିରେ ଜାଲିଆତି ଓ ଠକେଇ ମଧ୍ୟ ହୋଇଥିଲା। ସେତେବେଳେ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି ଏହି ଦୁର୍ନୀତି ଅଭିଯୋଗ ଆସିବା ପରେ ଏଥିରେ ସମ୍ପୃକ୍ତ ପ୍ରାୟ ୪୦ ଜଣଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ରାଜ୍ୟପାଳଙ୍କ ପୁଅ ମଧ୍ୟ ଥିଲେ। ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା। ୨୦୧୭ ଏପ୍ରିଲରେ ସିବିଆଇ ୧୨ ପ୍ରାର୍ଥୀ, ୧୨ ଜଣ ଛଦ୍ମପ୍ରାର୍ଥୀ ଏବଂ ୭ ମଧ୍ୟସ୍ଥଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଏର କରିଥିଲା। ୯୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ୩୧ ଜଣଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ଗୁରୁବାର ସିବିଆଇ ସ୍ବତନ୍ତ୍ର ବିଚାରପତି ଏସ୍‌.ବି. ସାହୁ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮ ଏବଂ ୪୭୧ରେ ଅଭିଯୁକ୍ତମାନଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ।

ବ୍ୟାପମ୍‌ ଦୁର୍ନୀତି କ’ଣ

ମଧ୍ୟପ୍ରଦେଶ ବୈଷୟିକ ପରୀକ୍ଷା ମଣ୍ଡଳ (ବ୍ୟାପମ୍‌) ବିଭିନ୍ନ ସରକାରୀ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ କରିଥାଏ। ଏହି ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଜାଲିଆତି କରି କୋଟି କୋଟି ଟଙ୍କା ଦୁର୍ନୀତି କରୁଥିଲା। ପ୍ରକୃତ ପ୍ରାର୍ଥୀଙ୍କ ବଦଳରେ ଜାଲ୍‌ ପ୍ରାର୍ଥୀ ପରୀକ୍ଷା ଦେଉଥିଲେ। ପରୀକ୍ଷାରେ ପ୍ରବଳ କପି ହେଉଥିଲା। ଦୁର୍ନୀତିରେ ରାଜନେତା, ବରିଷ୍ଠ ଅଧିକାରୀ, ବ୍ୟବସାୟୀ ସମ୍ପୃକ୍ତ ଥିଲେ। ବ୍ୟାପମ ଦ୍ୱାରା ପରିଚାଳିତ ୧୩ଟି ବିଭିନ୍ନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା। ଚାକିରିରେ ଥିବା ପିଲାଙ୍କ ପାଇଁ ଅନ୍ୟମାନେ ପ୍ରକ୍ସିରେ ପରୀକ୍ଷା ଦେଉଥିଲେ। ପରୀକ୍ଷାରେ ଏଭଳି ସିଟ୍‌ ବ୍ୟବସ୍ଥା କରାଯାଉଥିଲା ଯେପରି ଜଣେ ଭଲ ଛାତ୍ରଠାରୁ ଅନ୍ୟ ଦୁଇଜଣ ଉତ୍ତର ଟିପି ପାରିବେ। ଏଥିପାଇଁ ସମ୍ପୃକ୍ତ ଛାତ୍ରଙ୍କୁ ଟଙ୍କା ଦିଆଯାଉଥିଲା। ୯୦ ଦଶକ ମଧ୍ୟଭାଗରୁ ଏହି ଦୁର୍ନୀତି ଚାଲିଥିବାବେଳେ ୨୦୦୦ରେ ପ୍ରଥମ ଏତଲା ଦାଏର ହୋଇଥିଲା। ୨୦୦୯ ପ୍ରାକ୍‌ ମେଡିକାଲ ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସରକାର ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲେ। ଉକ୍ତ କମିଟି ରିପୋର୍ଟ ଆଧାରରେ ଶତାଧିକ ଗିରଫ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ହାଜତରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା ଓ ଅନ୍ୟମାନେ ଜାମିନରେ ବାହାରିଥିଲେ। କୌଣସି ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ନ ଥିଲା।
୨୦୧୩ରେ ଇନ୍ଦୋର ପୋଲିସ ୨୦ ଜଣ ଜାଲ୍‌ ପ୍ରାର୍ଥୀଙ୍କୁ ଗିରଫ କରିବା ପରେ ଘଟଣା ଚର୍ଚ୍ଚାକୁ ଆସିଥିଲା। ସେମାନଙ୍କୁ ଜେରା କରାଯିବାରୁ ଦୁର୍ନୀତି ର଼୍ୟାକେଟର ମୁଖ୍ୟ ଜଗଦୀଶ ସାଗର ବୋଲି ଜଣାପଡିଥିଲା। ପୋଲିସ ଜଗଦୀଶଙ୍କୁ ଗିରଫ କରିବା ପରେ ତଦନ୍ତ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ। ଜେରାବେଳେ ରାଜନେତା, ଏମ୍‌ପିପିଇବିର ଅଧିକାରୀ, ମଧ୍ୟସ୍ଥ, ପ୍ରାର୍ଥୀ ଓ ଅଭିଭାବକଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା। ୨୦୧୫ ଜୁନ୍‌ ସୁଦ୍ଧା ଏହି ମାମଲାରେ ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଥିଲା। ସେଥିରେ ରାଜ୍ୟର ପୂର୍ବତନ ଶିକ୍ଷାମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମା ଓ ଶତାଧିକ ରାଜନେତା ସମ୍ପୃକ୍ତ ଥିଲେ। ମାମଲାର ସିବିଆଇ ତଦନ୍ତ ଲାଗି ୨୦୧୫ ଜୁଲାଇରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ରହସ୍ୟ ଘେରରେ ୪୦ ଜଣଙ୍କ ମୃତ୍ୟୁ

ବ୍ୟାପମ୍‌ ଦୁର୍ନୀତି ଭାବେ ପରିଚିତ ମଧ୍ୟପ୍ରଦେଶ ପ୍ରଫେସନାଲ ଏକ୍‌ଜାମିନେଶନ ବୋର୍ଡ (ଏମ୍‌ପିପିଇବି) ଦୁର୍ନୀତି ୨୦୧୩ରେ ପଦାକୁ ଆସିବା ପରେ ଏହା ସହ ସମ୍ପୃକ୍ତ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ଅସମର୍ଥତ୍ତ ଭାବେ ମୃତ୍ୟୁସଂଖ୍ୟା ୧୦୦ରୁ ଅଧିକ ବୋଲି କୁହାଯାଏ। ମୃତକଙ୍କ ମଧ୍ୟରେ ଅଭିଯୁକ୍ତ, ସାକ୍ଷୀ ଏବଂ ଅନୁଧ୍ୟାନମୂଳକ ଖବର ଛାପିଥିବା ଜଣେ ଖବରଦାତା ଥିଲେ। ସମସ୍ତଙ୍କ ମୃତ୍ୟୁ ରହସ୍ୟଜନକ ସ୍ଥିତିରେ ହୋଇଥିଲା। ରହସ୍ୟଜନକ ମୃତ୍ୟୁ ହୋଇଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ମଧ୍ୟପ୍ରଦେଶର ପୂର୍ବତନ ରାଜ୍ୟପାଳ ରାମନରେଶ ଯାଦବଙ୍କ ପୁଅ ଶୈଳେଶ, ଜବଲପୁର ମେଡିକାଲ କଲେଜ ଡିନ୍‌ ଡ. ଅରୁଣ ଶର୍ମା ଏବଂ ଆଜତକ୍‌ ଖବରଦାତା ଅକ୍ଷୟ ସିଂ, କନଷ୍ଟେବଳ ସଞ୍ଜୟ କୁମାର ଯାଦବ, ଭେଟେରିନାରୀ ଡାକ୍ତର ରାଜେନ୍ଦ୍ର ଆର୍ଯ୍ୟ, ଭେଟେରିନାରୀ କଲେଜ ଛାତ୍ର ଅମିତ ସାଗର, ନମ୍ରତା ଡାମୋର। ଏଭଳି ରହସ୍ୟମୟ ମୃତ୍ୟୁ ଘଟଣା ସେତେବେଳେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଏସ୍‌ଆଇଟି ତଦନ୍ତ ଯଥେଷ୍ଟ ନୁହେଁ, ମାମଲାର ସିବିଆଇ ତଦନ୍ତ କରିବା ପାଇଁ ବିରୋଧୀ ଦଳ ଦାବି କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସିବିଆଇ ତଦନ୍ତ ଚାହୁଁ ନ ଥିଲେ। ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଖବରଦାତା ହତ୍ୟା ମାମଲାର ତଦନ୍ତ କରୁଥିବା ଚୌହାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri