Categories: ଜାତୀୟ

ବ୍ୟାଣ୍ଡ୍‌ ବାଜା ସହିତ ବାଣ ଫୁଟାଇ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଗ୍ରାମବାସୀ

ଅଜମେର,୨୯।୪: ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ରାଜସ୍ଥାନ ଅଜମେର ଅଞ୍ଚଳରେ ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ସ୍ଥାନୀୟ ବୋରାଜ୍‌ ଗାଁର ବାସିନ୍ଦା ଏକତ୍ରିତ ହୋଇ ବ୍ୟାଣ୍ଡ୍‌ ବାଜା ବଜାଇ ବାଣଫୁଟାଇ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ବାଣଫୁଟା ସହିତ ବାଜା ଶବ୍ଦ ଶୁଣି ସୁରକ୍ଷାକର୍ମୀ ବେଶ୍‌ ବିଚଳିତ ହୋଇପଡ଼ିଥିଲେ। ତେବେ ଗାଁ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଧାଡ଼ିରେ ଠିଆ ହୋଇ ମତଦାନ କରିଛନ୍ତି। ଗାଁ ଲୋକଙ୍କର ଏଭଳି ନିଆରା ଭୋଟ ଦାନ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଚତୁର୍ଥ ପର୍ଯ୍ୟାୟରେ ରାଜସ୍ଥାନର ୧୩ଟି ଲୋକ ସଭା ଆସନ ପାଇଁ ମତଦାନ ହୋଇଛି।

Share