Categories: ଖେଳ

ବ୍ୟାଡ୍‌ମିଣ୍ଟନ ଏସିଆନ ଟିମ୍‌ ଚାମ୍ପିୟନଶିପ୍‌: ମାଲେସିଆଠାରୁ ହାରିଲା ଭାରତ

ମାନିଲା (ଫିଲିପାଇନ୍ସ), ୧୩ା୨ (ପି.ଟି.)- ବ୍ୟାଡ୍‌ମିଣ୍ଟନ ଏସିଆନ ଟିମ୍‌ ଚାମ୍ପିୟନଶିପ୍‌ ଗ୍ରୁପ୍‌ ‘ବି’ରେ ଭାରତୀୟ ପୁରୁଷ ଦଳ ଏହାର ଦ୍ୱିତୀୟ ମୁକାବିଲାରେ ମାଲେସିଆଠାରୁ ୧-୪ ହାରିଯାଇଛି। ଏଥିରେ ଡବଲ୍ସ ସ୍ପେଶାଲିଷ୍ଟ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଅନୁପସ୍ଥିତି ଅନୁଭବ କରାଯାଇଥିଲା। ଗୋଇଠିରେ ଯନ୍ତ୍ରଣା ଯୋଗୁ ସେ ଏହି ମ୍ୟାଚ୍‌ରୁ ଓହରିଯାଇଥିଲେ। ତାଙ୍କ ଅନୁପସ୍ଥିତିରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଥିବା ଦୁଇ ଡବଲ୍ସ ଯୋଡ଼ି ଏମ୍‌.ଆର୍‌. ଅର୍ଜୁନ ଓ ଚିରାଗ ଶେଟ୍ଟି ଏବଂ ଧ୍ରୁବ କାପିଲା ଓ ଲକ୍ଷ୍ୟ ସେନ୍‌ ସେମାନଙ୍କ ମ୍ୟାଚ ହାରିଯାଇଥିଲେ। ରିଜାଲ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଭାରତର ଜଣେ ମାତ୍ର ଖେଳାଳି କିଡ଼ାମ୍ବି ଶ୍ରୀକାନ୍ତ ତାଙ୍କ ମ୍ୟାଚ ଜିତିଥିବାବେଳେ ବିଶ୍ୱର ୧୧ ନମ୍ବର ବି. ସାଇ ପ୍ରଣୀଥ ଓ ଏଚ୍‌. ଏସ୍‌. ପ୍ରଣୟ ସେମାନଙ୍କ ସିଙ୍ଗଲ୍ସ ମ୍ୟାଚରେ ପରାଜିତ ହୋଇଥିଲେ। ଗୁରୁବାର ଏହି ପରାଜୟ ଦ୍ୱାରା ଭାତର ନିଜ ଗ୍ରୁପ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଶୁକ୍ରବାର କ୍ୱାର୍ଟରଫାଇନାଲରେ ଥାଇଲାଣ୍ଡକୁ ଭେଟିବ।

Share