ବ୍ୟାଙ୍କ ପରିଚାଳକଙ୍କୁ ଘେରିଲେ ମହିଳା

ବାହାନଗା, ୧୭।୭(ଡି.ଏନ.ଏ.)-ଋଣ ନ ପାଇ ବାହାନଗା ବ୍ଲକ ଚିତ୍ତଳ ଗ୍ରାମର ‘ଜୟ ମହାବୀର’ ମହିଳା ଗ୍ରୁପ୍‌ର ସଦସ୍ୟାମାନେ ମଙ୍ଗଳବାର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପରିଚାଳକଙ୍କୁ ଘେରିଥିଲେ। ଶାଖା ପରିଚାଳକଙ୍କ କଥାରେ ମହିଳାମାନେ ରାଜି ନ ହୋଇ ଶେଷରେ ଆକାଉଣ୍ଟ ବନ୍ଦ କରି ପଳାଇଥିଲେ।
୨ ବର୍ଷ ତଳେ ଏହି ଗ୍ରୁପ୍‌ ଗଠନ କରାଯାଇଥିଲା ା ଗ୍ରୁପ୍‌ ତରଫରୁ ଅଞ୍ଜି ଗ୍ରାମରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଖାତା ଖୋଲାଯାଇ ପ୍ରତ୍ୟେକ ସଦସ୍ୟା ମାସକୁ ଏକ ଶହ ଟଙ୍କା ଲେଖାଏଁ ଆଦାୟ କରି ବ୍ୟାରେ ଜମା କରନ୍ତି। ସେହି ଅନୁଯାୟୀ ୨ ବର୍ଷ ହେବା ପରେ ମହିଳାମାନେ ବ୍ୟାଙ୍କରୁ ଋଣ ନେଇ ସ୍ବାବଲମ୍ବୀ ହେବା ନିମନ୍ତେ ଆଗ୍ରହ କରି ବ୍ୟାଙ୍କ ଶାଖା ପରିଚାଳକଙ୍କ ସହିତ ଆଲୋଚନା କରିଥିଲେ। ବ୍ୟାଙ୍କ ମଧ୍ୟ ଋଣ ଦେବା ପାଇଁ ସହମତି ପ୍ରକାଶ କରିଥିଲେ। ତେବେ ସମସ୍ତ କାଗଜପତ୍ର କାମ ସାରି ସଦସ୍ୟାମାନେ ଗ୍ରୁପ୍‌ର ସଭାପତି ଯଶ୍ମିନ୍‌ ମହାଳିକ ଓ ସହ ସମ୍ପାଦିକା ଊର୍ମିଳା ମହାଳିକଙ୍କ ସହିତ ମଙ୍ଗଳବାର ଋଣ ନେବା ପାଇଁ ପୂର୍ବାହ୍ନ ୧୧ଟାରେ ବ୍ୟାଙ୍କକୁ ଆସିଥିଲେ। ଦିନ ସାରା ମହିଳାମାନେ ରହିବା ପରେ ବ୍ୟାଙ୍କର ଶାଖା ପରିଚାଳକ ସଞ୍ଜୟ ଦାସମହାପାତ୍ର ଗ୍ରୁପ୍‌କୁ ଋଣ ଦେବେ ନାହିଁ ବୋଲି କହିବାରୁ ମହିଳାମାନେ ପ୍ରତିବାଦ କରିବା ସହିତ ଶାଖା ପରିଚାଳକଙ୍କୁ ଘେରି ରହିଥିଲେ ା ତେବେ ଚିତ୍ତଳ ଗ୍ରାମର ଏହି ମହିଳା ଗ୍ରୁପର ସଦସ୍ୟାଙ୍କ ମଧ୍ୟରୁ ମଞ୍ଜୁଲତା ମହାଳିକ, ଜାନକୀ ମହାଳିକ, ତିଳୋତ୍ତମା ମହାଳିକ ୩ଜଣ ମହିଳା ପୂର୍ବରୁ ଗ୍ରାମର ବାବା ଆଖଣ୍ଡଳମଣି ମହିଳା ଗ୍ରୁପ୍‌ରେ ସଦସ୍ୟା ଥିଲେ। ମାତ୍ର ସେହି ଗ୍ରୁପ୍‌ ସଭାପତି ଅପର୍ଣ୍ଣା ମହାଳିକ ଓ ସମ୍ପାଦିକା ଲକ୍ଷ୍ମୀପ୍ରିୟା ମହାଳିକ ନେତୃତ୍ୱରେ ଗ୍ରାମ୍ୟ ବ୍ୟାଙ୍କରୁ ୩ଲକ୍ଷ ୨୦ହଜାର ଟଙ୍କା ଋଣ ନେଇ ଦୀର୍ଘଦିନ ପର୍ଯ୍ୟନ୍ତ ଶୁଝି ନ ଥିଲେ। ପରେ ସେହି ଗ୍ରୁପ୍‌ରୁ ୩ଜଣ ମହିଳା ବାହାରି ଆସି ଗ୍ରାମର ନୂଆ କରି ଗଠନ ହୋଇଥିବା ମହାବୀର୍‌ ଗ୍ରୁପ୍‌ରେ ସାମିଲ ହୋଇ ପ୍ରତିମାସ ଟଙ୍କା ରଖୁଥିଲେ। ତେବେ ବ୍ୟାଙ୍କ ପରିଚାଳକ ଉପରୋକ୍ତ ମହିଳାମାନେ ପୂର୍ବ ଗ୍ରୁପରୁ ଋଣ ନେଇ ଶୁଝି ନ ଥିବାରୁ ସେମାନଙ୍କୁ ଋଣ ଦିଆଯିବ ନାହିଁ କହିବା ପରେ ୩ଜଣ ମହିଳା ବ୍ୟାଙ୍କ ପରିଚାଳକଙ୍କ ସହିତ କଥା ହୋଇ ୱାନ୍‌ ଟାଇମ୍‌ ସେଟଲ୍‌ ମେଣ୍ଟ ଅନୁଯାୟୀ କଟାକଟି ପରେ ଜଣକା ୫ ହଜାର ୭ଶହ ଟଙ୍କା ବ୍ୟାଙ୍କରେ ପରିଶୋଧ କରିବା ପାଇଁ ବ୍ୟାଙ୍କ ତରଫରୁ କହିବାରୁ ୩ଜଣ ମହିଳା ସେମାନଙ୍କ ଭାଗରେ ଟଙ୍କା ପରିଶୋଧ କରିଥିଲେ। ଏହାପରେ ମଙ୍ଗଳବାର ବ୍ୟାଙ୍କରୁ ଋଣ ନେବା ପାଇଁ ଆସିବାରୁ ସେହି ୩ ଜଣଙ୍କୁ ଆଉ ଋଣ ଦିଆଯିବ ନାହି ଶାଖା ପରିଚାଳକ କହିବାରୁ ମହିଳା ମାନେ ହୋହାଲ୍ଲା କରିବା ସହିତ ଶାଖାପରିଚାଳକ ଦାସମହାପାତ୍ରଙ୍କୁ ଘେରିଥିଲେ। ପରେ ଶାଖା ପରିଚାଳକ ଦାସ ମହାପାତ୍ର ୩ ଜଣଙ୍କୁ ବାଦ୍‌ ଦେଇ ଋଣ ଦେବା ପାଇଁ କହିଥିଲେ ମଧ୍ୟ ମହିଳାମାନେ ଆଉ ଏଠାରୁ ଋଣ ନେବେ ନାହିଁ କହିବା ସହିତ ବ୍ୟାଙ୍କରେ ଆକାଉଣ୍ଟ ବନ୍ଦ କରିଦେଇଥିଲେ। ସେହି ୩ଜଣ ମହିଳାଙ୍କର ଆଉ ବ୍ୟାଙ୍କରେ ଋଣ ଟଙ୍କା ବାକି ନାହିଁ ଓ ସେମାନଙ୍କ ନିକଟକୁ କୌଣସି ନୋଟିସ ବ୍ୟାଙ୍କ ତରଫରୁ ଦିଆଯିବ ନାହିଁ ବୋଲି ଲିଖିତ ଆକାରରେ ଦେବା ପରେ ମହିଳାମାନେ ଶାନ୍ତ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri