ବ୍ୟାଙ୍କ ଧର୍ମଘଟ ଯୋଗୁ ବନ୍ଦ ରହିଲା ରାଜ୍ୟର ୪୨୦୦ ଶାଖା

ମୁମ୍ବାଇ, ଭୁବନେଶ୍ୱର(ବ୍ୟୁରୋ)୨୩-୧୦:ସରକାରଙ୍କ ମେଗା ବ୍ୟାଙ୍କ ମିଶ୍ରଣ ପଦକ୍ଷେପକୁ ବିରୋଧ କରି ସାରା ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ମଙ୍ଗଳବାର ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ଧର୍ମଘଟର ପ୍ରଭାବ ରାଜଧାନୀ ଭୁବନେଶ୍ୱର ସମେତ ରାଉରକେଲା, କଟକ, ସମ୍ବଲପୁର, ବାଲେଶ୍ୱର ଏବଂ ବାରିପଦା ଭଳି ରାଜ୍ୟର ପ୍ରମୁଖ ସହର ଗୁଡିକରେ ଦେଖାଯାଇଛି। ଏସ୍‌ବିଆଇ କର୍ମଚାରୀ ସଂଘ ଧାରଣାକୁ ନୈତିକ ସମର୍ଥନ ଜଣାଇଥିଲେ ମଧ୍ୟ ଧର୍ମଘଟରେ ସାମିଲ ହୋଇ ନ ଥିଲା। ମଙ୍ଗଳବାର ଖୋଲାଥିବା ବିଭିନ୍ନ ବ୍ୟାଙ୍କ ସାମ୍ନାରେ କର୍ମଚାରୀମାନେ ପିକେଟିଂ କରିବା ସହ ଶାଖାଗୁଡିକୁ ବନ୍ଦ କରିଥିଲେ। ଏହି ସମୟରେ ଏଟିଏମ୍‌ ବନ୍ଦ ବନ୍ଦ କରାଯାଇଥିଲା। ସମବାୟ ଏବଂ ଗ୍ରାମ୍ୟ ବ୍ୟାଙ୍କକୁ ଛାଡି ଦେଲେ ରାଜ୍ୟର ପ୍ରାୟ ୪,୨୦୦ ଶାଖା ଧର୍ମଘଟ ଯୋଗୁ ବନ୍ଦ ହୋଇଥିବା ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ଆସୋସିଏଶନ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ ସୂଚନା ଦେଇଛନ୍ତି।
ତ୍ରିପାଠୀ କହିଛନ୍ତି ଯେ, ଧର୍ମଘଟରେ ରାଜ୍ୟର ୧୦ ହଜାର କର୍ମଚାରୀ ସାମିଲ ହୋଇଥିଲେ। ସରକାରଙ୍କୁ ଲିଖିତ ଭାବେ ବ୍ୟାଙ୍କିଙ୍ଗ୍‌ ସମସ୍ୟା ସମ୍ପର୍କରେ ଦାବି ରଖାଯିବ। କର୍ମଚାରୀଙ୍କ ନିଜସ୍ବ ଦାବିକୁ ଏଥିରେ ସାମିଲ କରାଯାଇନାହିଁ। ବ୍ୟାଙ୍କ ମିଶ୍ରଣ ଦ୍ୱାରା ଲୋକଙ୍କ ସ୍ବାର୍ଥ ବ୍ୟାହତ ହେଉଛି। ଏସ୍‌ବିଆଇ ସହ ଏହାର ସହାୟକ ବ୍ୟାଙ୍କ ମିଶ୍ରଣ ଦ୍ୱାରା ପ୍ରାୟ ୯,୫୦୦ ଶାଖା ଏବଂ ୩୦୦୦ ଏଟିଏମ୍‌ ବନ୍ଦ କରିଦିଆଗଲା। ୫ ହଜାର କର୍ମଚାରୀ ସ୍ବେଚ୍ଛାକୃତ ଭାବେ ଅବସର ନେଲେ। ସରକାର ବ୍ୟାଙ୍କ ମିଶ୍ରଣ ଦ୍ୱାରା ବଡ ଲୋନ ସହ ସଂସ୍କାର କଥା କହୁଛନ୍ତି। ବ୍ୟାଙ୍କଗୁଡିକର ବଡ ଲୋନ କେବଳ କର୍ପୋରେଟ ନେଉଛନ୍ତି ଯାହାର ୭୦% ଏବେ ଏନ୍‌ପିଏ ହୋଇଛି। ବ୍ୟାଙ୍କ ବଡ ହେଲେ ସାଧାରଣ ଲୋକଙ୍କୁ ଉପେକ୍ଷିତ ଓ ଅଣଦେଖା କରାଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।
ଚଳିତ ବର୍ଷ ଅଗଷ୍ଟରେ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ ନେଇ ସରକାର ଘୋଷଣା କରିଥିଲେ। ଏସ୍‌ବିଆଇ ସହ ଏହାର ସହାୟକ ବ୍ୟାଙ୍କଗୁଡିକର ମିଶ୍ରଣ ଏବଂ ବ୍ୟାଙ୍କ ଅଫ୍‌ ବରୋଦା ସହ ଦେନା ଏବଂ ବିଜୟା ବ୍ୟାଙ୍କ ମିଶ୍ରଣ ହେବା ଫଳରେ ଏହାର ପ୍ରଭାବ ଦେଖାଯାଇଛି। ଏଭଳି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୩ ହଜାର ବ୍ୟାଙ୍କ ଶାଖା ବନ୍ଦ ହୋଇଛି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏଶନ(ଏଆଇବିଇଏ) ପକ୍ଷରୁ ସୂଚନା ରହିଛି।
ବଡ ବଡ ବାଣିଜ୍ୟ ଗୋଷ୍ଠୀର ସ୍ବାର୍ଥକୁ ଗୁରୁତ୍ୱ ଦେଇ ସରକାର ବ୍ୟାଙ୍କ ମିଶ୍ରଣ ନେଇ ଯୋଜନା କରିଛନ୍ତି। ଏହି ଗୋଷ୍ଠୀ ବ୍ୟାଙ୍କଗୁଡ଼ିକରୁ ଅର୍ଥ ଲୁଟ କରୁଛନ୍ତି। ବୃହତ୍ତ ପରିମାଣର ଋଣ ନେଇ ଏହାକୁ ପୈଠ କରୁ ନ ଥିବାରୁ ବ୍ୟାଙ୍କରେ ଅନାଦାୟ ଋଣ (ଏନ୍‌ପିଏ) ପରିମାଣ ବଢୁଥିବା ସଂଘ ପକ୍ଷରୁ ଦାବି କରାଯାଇଛି। ଏଭଳି ବିଭିନ୍ନ ଦାବିକୁ ନେଇ ଏଆଇବିଇଏ ଏବଂ ବ୍ୟାଙ୍କ ଏମ୍ପ୍ଲଇ ଫେଡେରେଶନ ଅଫ୍‌ ଇଣ୍ଡିଆ(ବିଇଏଫ୍‌ଆଇ) ଦିନିକିଆ ଧର୍ମଘଟକୁ ଓହ୍ଲାଇଥିଲେ।
ଏହାବାଦ ସଂଘ ପକ୍ଷରୁ କୁହାଯାଇଛି ଯେ, ସରକାର ଛୋଟଛୋଟ ବ୍ୟାଙ୍କଗୁଡିକୁ ବନ୍ଦ କରିଦେଉଛନ୍ତି। ଏଭଳିସ୍ଥିତିରେ ଘରୋଇକ୍ଷେତ୍ର ବ୍ୟାଙ୍କ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ଲାଇସେନ୍ସ ପ୍ରଦାନ କରାଯାଉଛି। ଏହା ଦ୍ୱାରା ବ୍ୟାଙ୍କିଙ୍ଗକୁ ଘରୋଇକରଣ କରାଯାଉଛି। ଗତ ମାସରେ ବ୍ୟାଙ୍କ ଅଫିସର ସଂଘଗୁଡିକ ପକ୍ଷରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଥିଲା। ସରକାରଙ୍କ ସହ ଆଲୋଚନା ପରେ ଏହି ଧର୍ମଘଟ ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri