ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଲୁଟ୍‌

ବାଲିଅନ୍ତା,୧୫ା୬(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ପାହଳ ଫାଣ୍ଡି ଅଧୀନ ଫୁଲନଖରା-ନିଆଳୀ ମାଧବ ରାସ୍ତାର ନଖରାସ୍ଥିତ ଖାରବେଳ ଇଷ୍ଟେଟର ଏକ ନିଛାଟିଆ ସ୍ଥାନରୁ ଶୁକ୍ରବାର ଅପରାହ୍ନରେ ବଡଧରଣର ଡକାୟତି ହୋଇଛି। ୫ରୁ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୨ ବ୍ୟାଙ୍କ କର୍ମଚାରୀଙ୍କଠାରୁ ପ୍ରାୟ ୩୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ଘଟଣା ଜାଣିବା ପରେ ଇଣ୍ଡିଆନ ବ୍ୟାଙ୍କର ନିଆଳୀ ଶାଖା ପରିଚାଳକ ନରେଶ କୁମାର ପଟ୍ଟନାୟକ ରାତିରେ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ନିଆଳୀସ୍ଥିତ ଇଣ୍ଡିଆନ ବ୍ୟାଙ୍କର ନଗଦ ୩୫ଲକ୍ଷ ଟଙ୍କା ନେଇ ବ୍ୟାଙ୍କର ୨ କର୍ମଚାରୀ ଏକ ଘରୋଇ କାର୍‌(ନଂ ଓଡି ୦୨ ଏବି ୦୯୦୨) ଯୋଗେ ଭୁବନେଶ୍ୱର ଶହୀଦ ନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଡିପୋଜିଟ ପାଇଁ ଯାଉଥିଲେ। ଟଙ୍କା ରଖିଥିବା ଟ୍ରଙ୍କଟିକୁ କାର୍‌ର ପଛ ଡୋରରେ ରଖି କର୍ମଚାରୀମାନେ ନିଆଳୀରୁ ଅପରାହ୍ନ ୪ଟା ୫୦ରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। କିନ୍ତୁ ପୂର୍ବରୁ ୫/୬ଜଣ ଦୁର୍ବୃତ୍ତ ଗୋଟିଏ କାର୍‌ରେ ପିଛା କରି ଖାରବେଳ ଇଷ୍ଟେଟ ସମ୍ମୁଖରେ ବ୍ୟାଙ୍କ କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡ୍ରାଇଭର ଭୟରେ କାର୍‌ଟିକୁ ଫୁଲନଖରା ଆଡ଼କୁ ନ ନେଇ ଇଷ୍ଟେଟ କଲୋନୀ ଭିତରକୁ ନେଇଯାଇଥିଲେ। ଦୁର୍ବୃତ୍ତମାନେ ପିଛାକରି କଲୋନୀ ଶେଷ ଆଡ଼କୁ ମଶାଣି ନିକଟସ୍ଥ ନିଛାଟିଆ ସ୍ଥାନରେ ଅଟକାଇ ପ୍ରଥମେ ଡ୍ରାଇଭର ସମ୍ବିତ ମଲ୍ଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର୍‌ ଚାବିଟିକୁ ନେଇଯାଇଥିଲେ। ପରେ ୨ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରାଇ ଚୁପ୍‌ ହୋଇ ବସିବାକୁ କହିବାସହ କାର୍‌ର ଆଗ କାଚଟିକୁ ଭାଙ୍ଗି ଦେଇଥିଲେ। ପରେ କାର୍‌ ପଛ ଡୋର୍‌ରେ ଥିବା ଟଙ୍କା ଭର୍ତ୍ତି ଟ୍ରଙ୍କଟିକୁ ନେଇ ଆଣିଥିବା କାର୍‌ରେ ଫେରାର ହୋଇଯାଇଥିଲେ। ପରେ ଘଟଣା ବିଷୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣି ପାହଳ ଫାଣ୍ଡିରେ ଅଭିଯୋଗ କରିଥିଲେ। ଖବରପାଇ ଜୋନ-୪ର ଏସିପି ଅମରେନ୍ଦ୍ର ପଣ୍ଡା ଓ ବାଲିଅନ୍ତା ଥାନାଧିକାରୀ ପ୍ରଦୀପ ରାଉତ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରାଥମିକ ତଦନ୍ତରେ ୨ ବ୍ୟାଙ୍କ କର୍ମଚାରୀ ସମେତ କାର୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚୁରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri