Categories: ମେଟ୍ରୋ

ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଘରୁ ଡକାୟତି : ଦୁର୍ବୃତ୍ତ ଲୁଟିନେଲେ ୨୦ ହଜାର ଟଙ୍କା, ସୁନା ଗହଣା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର (ଡି.ଏନ.ଏ): ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁର ଦିବ୍ୟବିହାର ଲେନ୍‌-୭ ପ୍ଲଟ ନଂ. ୫୩/୧୩୯ରେ ଭଡ଼ା ରହୁଥିବା ବ୍ୟାଙ୍କ୍‌ ମ୍ୟାନେଜର ଶର୍ମିଷ୍ଠା ସ୍ବାଇଁଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଘରେ ଶୋଇଥିବା ତାଙ୍କ ଶାଶୁ ଓ ଶ୍ୱଶୁରଙ୍କ ରୁମ୍‌ କବାଟକୁ ବାହାର ପଟୁ କପଡ଼ାରେ ବାନ୍ଧି ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା ଓ ୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଏ ନେଇ ମଙ୍ଗଳବାର ଶ୍ରୀଲିଙ୍ଗରାଜ ଥାନାରେ ଶର୍ମିଷ୍ଠା ଅଭିଯୋଗ କରିବା ପରେ ପୋଲିସ ଏକ କେସ୍‌ (ନଂ.-୨୦୩/୧୯) ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କ ହାତଥିବା ସନ୍ଦେହ କରାଯାଉଛି।