Categories: ବାଣିଜ୍ୟ

ବ୍ୟାଙ୍କଗୁଡ଼ିକୁ ଆର୍‌ବିଆଇ ନିର୍ଦ୍ଦେଶ: ଏଟିଏମ୍‌ରେ ଅସଫଳ ଟ୍ରାଞ୍ଜାକଶନକୁ ମାଗଣା ଭାବେ ଧରନି

ମୁମ୍ବାଇ,୧୬-୮: ଏଟିଏମ୍‌ରେ ହେଉଥିବା ଅସଫଳ ଟ୍ରାଞ୍ଜାକ୍‌ଶନ,ବାଲାନ୍ସ ଯାଞ୍ଚ ଅଥବା ନୂଆ ଚେକ୍‌ବହି ନେବା ଭଳି ଅଣ-ନଗଦ କାରବାରକୁ ମାଗଣା ଟ୍ରାଞ୍ଜାକଶନ ଭାବେ ଗଣନା ନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ଟେକ୍ନିକାଲ ଅଥବା ଟଙ୍କା ନ ଥିବା କାରଣରୁ ଏଟିଏମ୍‌ରେ ବେଳେ ବେଳେ ଟ୍ରାଞ୍ଜାକଶନ ଫେଲ୍‌ ହୋଇଯାଏ। ବ୍ୟାଙ୍କଗୁଡ଼ିକ ମାଗଣାରେ ଦେଉଥିବା ଟ୍ରାଞ୍ଜାକଶନ ଭିତରେ ଏଗୁଡ଼ିକୁ ଗଣତି କରିଦେଉଥିବାର ନଜରକୁ ଆସିଛି। ବ୍ୟାଙ୍କଗୁଡ଼ିକ ଫେଲ୍‌ ଟ୍ରାଞ୍ଜାକଶନକୁ ଗଣତି ଭିତରେ ଧରିବେ ନାହିଁ ଏବଂ ଗ୍ରାହକଙ୍କ ଠାରୁ ଶୁଳ୍କ ଆଦାୟ ନ କରିବାକୁ ଆର୍‌ବିଆଇ ସମସ୍ତ ବାଣିଜି୍ୟକ, କୋଅପରେଟିଭ, ଗ୍ରାମୀଣ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି।

Share