Categories: ଗଞ୍ଜାମ

ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ୩ ଭାଇ ଗଲେ ଜେଲ

ଦିଗପହଣ୍ଡି୨୮।୫(ଡି.ଏନ୍‌.ଏ.): ଦିଗପହଣ୍ଡି ପୋଲିସ ମଙ୍ଗଳବାର ଚକପଡ଼ା ଗ୍ରାମର ୩ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରଘୁନାଥ ପ୍ରଧାନ, ସୀତାରାମ ଓ ଶିବରାମ। ଅଭିଯୁକ୍ତଙ୍କୁ କେସ ନଂ. ୧୦୦/ ୧୯ରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣରେ କୋର୍ଟଚାଲାଣ କରାଯାଇଛି। ତେବେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍‌ଜେଲକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ରବିବାର ଅଭିଯୁକ୍ତ ୩ ଭାଇ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଚକପଡ଼ା ଗ୍ରାମର କୁରେଶୁ ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। କୁରେଶୁ ନୃସିଂହ ମନ୍ଦିର ପାଖରେ ଛିଡା ହୋଇ ତାଙ୍କ ଡ୍ରାଇଭର ସହିତ କଥା ହେଉଥିବା ବେଳେ ୩ ଭାଇ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଜୀବନ ବିକଳରେ କୁରେଶୁ ଦୌଡି ପଳାଇ ଯାଇଥିଲେ। ଏ ନେଇ ସେ ସୋମବାର ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ।