Posted inଫୁରସତ

ବ୍ୟକ୍ତିତ୍ୱ: ବି.ସରୋଜା ଦେବୀ

ଭାରତୀୟ ସିନେମା ଜଗତର ଜଣେ ଅନ୍ୟତମ ସଫଳ ଅଭିନେତ୍ରୀ ହେଉଛନ୍ତି ବି.ସରୋଜା ଦେବୀ। ହିନ୍ଦୀ, ତେଲୁଗୁ, ତାମିଲ ଏବଂ କନ୍ନଡ଼ ଭାଷାରେ ସେ ଦୁଇଶହରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଏକାଦିକ୍ରମେ ଛ’ ଦଶନ୍ଧି ସେ ଅଭିନୟ କରି ନିଜ ଅଭିନୟ କଳାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ସିନେମା ଇତିହାସରେ ତାଙ୍କୁ ଜଣେ ସଫଳ ଅଭିନେତ୍ରୀ ବୋଲି କୁହାଯାଇଥାଏ। ତାଙ୍କ ଅଭିନୟର ବାସ୍ତବତା ଯୋଗୁ ତାଙ୍କୁ ‘ଅଭିନୟ ସରସ୍ବତୀ’ ବୋଲି ମଧ୍ୟ କୁହାଯାଇଥାଏ। ମାତ୍ର ୧୭ବର୍ଷ ବୟସରେ ତାଙ୍କୁ ଏକ ବଡ଼ ବ୍ରେକ୍‌ ମିଳିଥିଲା କନ୍ନଡ଼ ଇଣ୍ଡଷ୍ଟ୍ରିରେ। ଫିଲ୍ମର ଶୀର୍ଷକ ଥିଲା ‘ମହାକବି କାଳିଦାସ’। ଏହା ୧୯୫୫ ମସିହା କଥା। ୧୯୫୯ରେ ସେ ତେଲୁଗୁ ଫିଲ୍ମ ‘ପଣ୍ଡୁରଙ୍ଗା ମହାତ୍ମ୍ୟମ୍‌’ ଫିଲ୍ମରେ ନିଜର ଡେବ୍ୟୁ କରିଥିଲେ। ୧୯୭୦ ପର୍ଯ୍ୟନ୍ତ ସେ ତାଙ୍କର ଏହି ସଫଳତାର ଯାତ୍ରାକୁ ବଜାୟ ରଖିବାରେ ସହାୟକ ହୋଇଥିଲେ। ତାମିଲ୍‌ ମୁଭି ‘ନାଡୋଡ଼ି ମନାନ୍‌’ କରିବା ପରେ ତାଙ୍କ ପଛରେ ସଫଳ ନାୟିକାର ଟ୍ୟାଗ୍‌ ଯୋଡ଼ି ହୋଇ ଯାଇଥିଲା। ତାମିଲ୍‌ ଇଣ୍ଡଷ୍ଟ୍ରିରେ ତାଙ୍କର ସବୁଠୁ ବେଶି ଚାହିଦା ରହିଥିଲା। ୧୯୫୯ରେ ହିନ୍ଦୀ ଚିତ୍ର ଜଗତକୁ ପ୍ରବେଶ କରିଥିଲେ। ‘ପୈଗାମ୍‌’ ଥିଲା ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ। ୧୬୧ଟି ଫିଲ୍ମରେ ସେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ୧୯୫୫ରୁ ୧୯୮୪ ସମୟ କାଳକୁ ସରୋଜା ଦେବୀଙ୍କ ସମୟ ବୋଲି କୁହାଯାଇଥାଏ। ସେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ, ପଦ୍ମ ଭୂଷଣ ପ୍ରଭୃତି ସମ୍ମାନରେ ସମ୍ମାନିତ ହୋଇଥିଲେ। ସେହିଭଳି ବାଙ୍ଗାଲୋର ୟୁନିଭର୍ସିଟି ପକ୍ଷରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଥିଲା।

ପ୍ରାଥମିକ ଜୀବନ : ୧୯୩୮ ଜାନୁୟାରୀ ୭ ତାରିଖରେ ବାଙ୍ଗାଲୋରରେ ଜନ୍ମ ହୋଇଥିଲେ ସରୋଜାଦେବୀ। ତାଙ୍କ ବାପାଙ୍କ ନାମ ଭୈରାପ୍ପା। ସେ ଜଣେ ପୋଲିସ୍‌ ଅଧିକାରୀ ଥିଲେ। ମା’ଙ୍କ ନାମ ରୁଦ୍ରାମ୍ମା। ରୁଦ୍ରାମ୍ମା ଥିଲେ ଜଣେ ସୁଗୃହିଣୀ। ସରୋଜାଦେବୀ ଥିଲେ ତାଙ୍କ ପରିବାରର ଚତୁର୍ଥ କନ୍ୟା ସନ୍ତାନ। ସେଥିଲାଗି ତାଙ୍କ ଜେଜେବାପା ମୟାନ୍ନା ଗୌଡ଼ା ଚାହୁଁଥିଲେ ଯେ ତାଙ୍କୁ ଅନ୍ୟ କାହାକୁ ପୋଷ୍ୟକନ୍ୟା ଭାବରେ ପ୍ରଦାନ କରିଦେବା ପାଇଁ। ମାତ୍ର ସେକଥା ହେବାକୁ ଦେଇ ନ ଥିଲେ ତାଙ୍କ ବାପା ଭୈରାପ୍ପା। ସେ ପିଲା ଥିବା ବେଳେ ବାପା ଭୈରାପ୍ପା ତାଙ୍କୁ ନୃତ୍ୟ ତଥା ସଂଗୀତ ଶିଖିବା ପାଇଁ ଉତ୍ସାହିତ କରିଥିଲେ। ଖାଲି ଉତ୍ସାହିତ କରି ନ ଥିଲେ; ଅଧିକନ୍ତୁ ତାଙ୍କୁ ବିଭିନ୍ନ ଉସ୍ତାଦଙ୍କ ନିକଟକୁ ନେବା ଆଣିବା ମଧ୍ୟ କରୁଥିଲେ। ତେବେ ତାଙ୍କ ମା’ ଖୁବ୍‌ ଷ୍ଟ୍ରିକ୍ଟ ଥିଲେ। ସେ ତାଙ୍କର ପରିଧାନ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ। ସ୍ବିମ୍‌ସୁଟ୍‌ କିମ୍ବା ସ୍ଲିଭ୍‌ଲେସ୍‌ ବ୍ଲାଉଜ୍‌ ପିନ୍ଧିବା ପାଇଁ ତାଙ୍କୁ ବାରଣ କରିଥିଲେ। ସରୋଜା ମା’ଙ୍କର କଥାକୁ ସମ୍ମାନ ଜଣେଇ ଆଜି ଯାଏ ନା ସ୍ବିମ୍‌ସୁଟ୍‌ ପିନ୍ଧିଛନ୍ତି ନା’ ସ୍ଲିଭ୍‌ଲେସ୍‌ ବ୍ଲାଉଜ୍‌ ପରିଧାନ କରିଛନ୍ତି। ସେ ୧୩ବର୍ଷର ହୋଇଥିବା ବେଳେ ଏକ ସଭାରେ ସଂଗୀତ ପରିବେଷଣ କରୁଥିଲେ। ସେଠାରେ ତାଙ୍କର ପ୍ରତିଭାକୁ ପ୍ରଥମ କରି ଠାବ କରିଥିଲେ ବି.ଆର.କ୍ରିଷ୍ଣମୂର୍ତ୍ତି। ସେ ତାଙ୍କୁ ଫିଲ୍ମରେ ଅଫର ଦେଇଥିଲେ। ହେଲେ ବୟସରେ କମ୍‌ ହୋଇଥିବାରୁ ସେ ସେହି ଫିଲ୍ମ ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
ମୁଭି କ୍ୟାରିୟର : ସରୋଜା ଦେବୀଙ୍କ ମୁଭି କ୍ୟାରିୟର ଆରମ୍ଭ ହୋଇଥିଲା ୧୯୫୫ ମସିହାରେ। ପ୍ରଥମ ଫିଲ୍ମ ଥିଲା ‘ମହାକବି କାଳିଦାସ’। ଏଥିରେ ସେ ସହଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ। ୧୯୫୮ରେ ସେ ପ୍ରଥମେ ମୁଖ୍ୟ ଅଭିନେତ୍ରୀ ଭାବରେ ପରଦାକୁ ଆସିଲେ। ଏହାପରେ ତାଙ୍କ ହାତକୁ ଆସିଲା ହିନ୍ଦୀ ଫିଲ୍ମ ‘ପୈଗାମ୍‌’। ଏଥିରେ ତାଙ୍କର ସହକଳାକାର ଥିଲେ ଦିଲୀପ କୁମାର। ‘ପୈଗାମ’ ମୁକ୍ତିଲାଭ କରିବା ପରେ ସରୋଜା ଦେବୀଙ୍କ ନାମ ପାଖରୁ ଆଞ୍ଚଳିକ ଅଭିନେତ୍ରୀର ଟ୍ୟାଗ୍‌ ହଟିଗଲା। ସେ ପାଲଟିଗଲେ ଜଣେ ସର୍ବଭାରତୀୟ ଅଭିନେତ୍ରୀ। ଏହା ପରେ ପରେ ରାଜେନ୍ଦ୍ର କୁମାରଙ୍କ ସହିତ ‘ଶଶୁରାଲ’, ସୁନୀଲ ଦତ୍ତଙ୍କ ସହ ‘ବେଟି ବେଟେ’, ଶମ୍ମି କପୁରଙ୍କ ସହିତ ‘ପ୍ୟାର କିୟା ତୋ ଡରନା କ୍ୟା’ ଆଦି ଫିଲ୍ମରେ ଅଭିନୟ କରି ସେ ଭାରତୀୟ ସିନେମାରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ରାଜ କପୁର ତାଙ୍କୁ ‘ନଜରାନା’ ଫିଲ୍ମ ପାଇଁ ଚୁକ୍ତି କରିଥିଲେ। ଫିଲ୍ମର କିଛି ସିନ୍‌ ମଧ୍ୟ ସୁଟ୍‌ ହୋଇଥିଲା। ତେବେ ନିର୍ଦ୍ଦେଶକ ସି.ଭି.ଶ୍ରୀଧରଙ୍କ ସହିତ ମନୋମାଳିନ୍ୟ କାରଣରୁ ସେ ‘ନଜରାନା’ରୁ ଓହରି ଯାଇଥିଲେ। ତାଙ୍କ ସ୍ଥାନରେ ବୈଜୟନ୍ତିମାଲାଙ୍କୁ ନିଆ ଯାଇଥିଲା।

ପାରିବାରିକ ଜୀବନ : ଜଣେ ସଫଳ ଅଭିନେତ୍ରୀ ହୋଇଥିଲେ ମଧ୍ୟ ପ୍ରେମ ବିବାହକୁ ପସନ୍ଦ କରି ନ ଥିଲେ ସରୋଜା ଦେବୀ। ସେ ଇଞ୍ଜିନିୟର ଶ୍ରୀହର୍ଷଙ୍କୁ ବିବାହ କରିଥିଲେ। ଶ୍ରୀହର୍ଷ ଜଣେ ଉତ୍ତମ ସ୍ବାମୀ ଥିଲେ। ସରୋଜାଦେବୀ ଯେତେବେଳେ ଗଭୀର ଆର୍ଥତ୍କ ସଙ୍କଟ ମଧ୍ୟ ଦେଇ ଗତି କରୁଥିଲେ ଆଉ ଆୟକର ବିଭାଗ ତାଙ୍କ ପଛରେ ପଡ଼ି ଯାଇଥିଲା ସେତେବେଳେ ଶ୍ରୀହର୍ଷ ହିଁ ତାଙ୍କୁ ସେହି ସଙ୍କଟରୁ ବାହାରକୁ ଆଣିଥିଲେ। ଖାଲି ସେତିକି ନୁହେଁ ସେ କିପରି ସଫଳତାର ସହିତ ଆର୍ଥିକ ପରିଚାଳନା କରିପାରିବେ ତାହା ମଧ୍ୟ ତାଙ୍କୁ ଶିଖାଇଥିଲେ। ସମସ୍ତେ ଭାବିଥିଲେ ବିବାହ ପରେ ସରୋଜାଦେବୀଙ୍କ ଫିଲ୍ମ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ। ମାତ୍ର ଶ୍ରୀହର୍ଷ ହିଁ ତାଙ୍କୁ ଫିଲ୍ମ କ୍ୟାରିୟର ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ତାଙ୍କର ବୈବାହିକ ଜୀବନ ବେଶ୍‌ ସଫଳ ରହିଥିଲା। ସରୋଜାଦେବୀ ଦୁଇଝିଅ ଓ ଗୋଟିଏ ପୁତ୍ର ସନ୍ତାନର ଜନନୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri