Posted inଫୁରସତ

ବ୍ୟକ୍ତିତ୍ୱ: ଚନ୍ଦ୍ରଶେଖର କମ୍ବର

ଭାରତୀୟ ସାହିତ୍ୟରେ ନାଟ୍ୟ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଉ ସେହି ଭୂମିକା ସୁଚାରୁରୂପେ ସମ୍ପାଦନ କରିଛନ୍ତି ପ୍ରସିଦ୍ଧ ନାଟ୍ୟ ସ୍ରଷ୍ଟାମାନେ। ସେହି ନାଟ୍ୟସ୍ରଷ୍ଟାମାନଙ୍କ ମଧ୍ୟରୁ ଚନ୍ଦ୍ରଶେଖର କମ୍ବର ହେଉଛନ୍ତି ଅନ୍ୟତମ। କନ୍ନଡ଼ ଭାଷାର ଏହି ପ୍ରସିଦ୍ଧ ସ୍ରଷ୍ଟାଙ୍କୁ ଭାରତୀୟ ସାହିତ୍ୟର ଜଣେ ଅଗ୍ରଣୀ ନାୟକ ବୋଲି କୁହାଯାଇଥାଏ। କମ୍ବର ଥିଲେ ଜଣେ ବହୁମୁଖୀ ପ୍ରତିଭା। ସେ ଏକାଧାରରେ ଥିଲେ ଜଣେ କବି, ନାଟ୍ୟକାର, ଲୋକଗଳ୍ପ ଲେଖକ, ଫିଲ୍ମ ନିର୍ଦ୍ଦେଶକ। ହାମ୍ପିଠାରେ ପ୍ରତିଷ୍ଠା ହୋଇଥିବା କନ୍ନଡ଼ ୟୁନିଭର୍ସିଟିର ସେ ଥିଲେ ଫାଉଣ୍ଡର-ଭାଇସ୍‌-ଚାନ୍ସଲର। ସେ ମଧ୍ୟ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ପଦ ତୁଲାଇଥିଲେ। ଏ ସବୁକୁ ବାଦ୍‌ ଦେଲେ ତାଙ୍କର ଆଉ ଏକ ବିଶେଷ ପରିଚୟ – ସେ ହେଉଛନ୍ତି ଜଣେ ଭାଷାବିତ୍‌। ଉତ୍ତର କର୍ନାଟକର କଥିତ ଭାଷା (ଡାଏଲେକ୍ଟ) ସବୁକୁ ନିଜର ସୃଷ୍ଟି ସର୍ଜନାରେ ବ୍ୟବହାର କରି ସେ ତାଙ୍କର ସମସାମୟିକଙ୍କ ପାଇଁ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ସେଥିପାଇଁ ତାଙ୍କୁ କନ୍ନଡ଼ ସାହିତ୍ୟର ପାଠକମାନେ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥାନ୍ତି। ତାଙ୍କର କବିତା ହେଉ କି ନାଟକ ସବୁଥିରେ ପାଠକମାନେ କନ୍ନଡ଼ର ମୂଳଭାଷା ସହିତ କର୍ନାଟକୀ କଥିତ ଭାଷାର ଏକ ସୁମଧୁର କକ୍‌ଟେଲ୍‌ ଅନୁଭବ କରିଥାନ୍ତି।

ପୁରାଣରୁ ଆଧୁନିକତା: କମ୍ବର ତାଙ୍କ ସାହିତ୍ୟ ପାଇଁ ସବୁଠି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପାଠକମାନେ ତାଙ୍କ ସାହିତ୍ୟରେ ପାଆନ୍ତି ଆଧୁନିକ ମଣିଷର କଥା ଓ ବ୍ୟଥା। ପୁଣି କମ୍ବର ଅତ୍ୟନ୍ତ କୁଶଳତାର ସହିତ ଲୋକକଥା ଓ ପୁରାଣ କାହାଣୀ ସବୁକୁ ନେଇ ସେଥିରେ ଆଧୁନିକ ମଣିଷର ଜୀବନଶୈଳୀକୁ ସାମିଲ କରିଛନ୍ତି। ନାଟକ ପାଇଁ ସେ ବିଶେଷ ଭାବେ ପୁରାଣ ତଥା କିମ୍ବଦନ୍ତୀକୁ ଗ୍ରହଣ କରିଥିବା ବେଳେ କବିତାରେ ସେ ବଦଳୁଥିବା ମଣିଷର ଜୀବନଶୈଳୀକୁ ବିଶେଷ ଭାବେ ପ୍ରାଧାନ୍ୟ ଦେଇଛନ୍ତି। ଫଳରେ ଗୋଟିଏ ନୂତନ ଚିନ୍ତାଧାରାର ସାହିତ୍ୟ ସୃଷ୍ଟି ହୋଇଛି। ଆଉ ସେହି ସାହିତ୍ୟର ଶୀର୍ଷକ ସାଜିଛନ୍ତି କମ୍ବର। ସେ ନାଟକ ଲେଖି ଭାବାବେଗ ସ୍ତରରେ ଯେଉଁ ଆନ୍ଦୋଳନ ସୃଷ୍ଟି କରିଛନ୍ତି ସେଥିଲାଗି ତାଙ୍କୁ ସମଗ୍ର ଭାରତ ବର୍ଷରେ ଜଣେ ଅଗ୍ରଣୀ ନାଟ୍ୟକାର ଭାବେ ସମ୍ମାନ ଦିଆଯାଏ। କେବଳ କନ୍ନଡ଼ ସାହିତ୍ୟକୁ ନୁହେଁ; ଅଧିକନ୍ତୁ ଭାରତର ବହୁ ଆଞ୍ଚଳିକ ଭାଷାର ନାଟ୍ୟ ସାହିତ୍ୟକୁ ପ୍ରଭାବିତ କରିଛନ୍ତି।

ପ୍ରାଥମିକ ଜୀବନ: ୧୯୩୭, ଜାନୁୟାରୀ ୨
ତାରିଖରେ କର୍ନାଟକର ବେଲଗଁା ଜିଲାସ୍ଥିତ ଘୋଡ଼ାଗେରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଚନ୍ଦ୍ରଶେଖର କମ୍ବର। ପରିବାରରେ ସେ ଥିଲେ ସାନପୁଅ। ତାଙ୍କ ଉପରେ ଥିଲେ ଦୁଇଭାଇ – ପରାସାପ୍ପା ଏବଂ ୟାଲେପ୍ପା। ପିଲାଟିବେଳୁ କମ୍ବର ନାଚ, ଗୀତ, ତାମସା ଆଡ଼କୁ ମନ ବଳାଇଥିଲେ। ପୁଣି ପୁରାଣ, ଲୋକକଥା, କିମ୍ବଦନ୍ତୀ ଶୁଣିବାରେ ଆଗ୍ରହ ରଖୁଥିଲେ। ସେହିପରି ଗ୍ରାମରେ ହେଉଥିବା ପର୍ବପର୍ବାଣି ଆଦି ସାଂସ୍କୃତିକ କାର୍ଯ୍ୟ ପ୍ରତି ତାଙ୍କର ବିଶେଷ ଭାବେ ରୁଚି ରହିଥିଲା। ବାଲ୍ୟକାଳର ସେହି ଅଭ୍ୟାସ ବଡ଼ଦିନେ ତାଙ୍କର କାମରେ ଆସିଲା। ଅର୍ଥାତ୍‌ ସେ ଯେଉଁ ସାହିତ୍ୟ ସୃଷ୍ଟିକଲେ ସେଥିରେ ବାଲ୍ୟକାଳର ସ୍ମୃତିସବୁ ବିଶେଷ ଭାବରେ ପ୍ରତିଭାତ ହୋଇ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଆଣିଦେଲା। ପିଲାଟିବେଳୁ କମ୍ବର ଥିଲେ ଜଣେ ଆଗ୍ରହୀ ପାଠକ। କୁମାରା ବ୍ୟାସ, ବାସବ, କୁଭେମ୍ପୁ ଏବଂ ଗୋପାଲକ୍ରିଷ୍ଣ ଆଡ଼ିଗା ଆଦି ତାଙ୍କର ପ୍ରିୟ କନ୍ନଡ଼ ଲେଖକ ହୋଇଥିବା ବେଳେ ଡବ୍ଲୁ ବି ଇଟ୍‌ସ, ଓ୍ବିଲିୟମ୍‌ ସେକ୍ସପିୟର ତଥା ଫେଡେରିକୋ ଗାର୍ସିଆ ଲୋର୍କା ଆଦି ଥିଲେ ତାଙ୍କର ଅତିପ୍ରିୟ ବିଦେଶୀ ଲେଖକ।
ସୃଷ୍ଟି ଓ ସର୍ଜନା: କମ୍ବରଙ୍କ ନାମରେ ରହିଛି ଏକାଧିକ ଲୋକପ୍ରିୟ ସୃଷ୍ଟିର ତାଲିକା। ସେ ୨୫ଟି ନାଟକ ଲେଖିଥିବା ବେଳେ ତାଙ୍କର ୧୧ଟି କବିତା ସଂକଳନ ପ୍ରକାଶିତ ହୋଇଛି। ସେହିଭଳି ଅଦ୍ୟାବଧି ସେ ପାଞ୍ଚଟି ଉପନ୍ୟାସ ଲେଖିବା ସହିତ ୧୬ଟି ଗବେଷଣାଲବ୍ଧ ପ୍ରବନ୍ଧ ପୁସ୍ତକ ଏବଂ ଏକାଧିକ ପାଠ୍ୟପୁସ୍ତକ, ଥିଏଟର ପୁସ୍ତିକା ରଚନା କରିଛନ୍ତି। ତାଙ୍କର ପ୍ରସିଦ୍ଧ ନାଟକ ମଧ୍ୟରେ ରହିଛି ‘ଜୁକୁମାରାସ୍ବାମୀ’, ‘ଜୟସିଦନାୟକ’, ‘କାଡୁ କୁଡୁରେ’, ‘ନୟି କଥା’, ‘ମହାମାୟୀ’, ‘ହରକେୟା କୁରି’। ‘ସିରିସାମ୍ପିଜେ’ ଶୀର୍ଷକ ନାଟକ ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri