Posted inଫୁରସତ

ବ୍ୟକ୍ତିତ୍ୱ: ଅନ୍ତର୍ଜାତୀୟ ସୁପରଷ୍ଟାର ଏମା ଓ୍ବାଟ୍‌ସନ୍‌

ଇଣ୍ଟରନ୍ୟାଶନାଲ ସୁପରଷ୍ଟାର ବା ଅନ୍ତର୍ଜାତୀୟ ସୁପରଷ୍ଟାର। ଅତି କମ୍‌ ବୟସରେ ଏଭଳି ଏକ ମୁକୁଟ ପିନ୍ଧିବାର ସଫଳ ହୋଇଛନ୍ତି ସେ। ଏକ ପରିସଂଖ୍ୟାନ ଅନୁଯାୟୀ ସେ ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ବିଷୟରେ ସର୍ବାଧିକ ଥର ଅନ୍ତର୍ଜାତୀୟ ପତ୍ରିକାମାନଙ୍କରେ ତଥ୍ୟ ପ୍ରକାଶିତ ହୋଇଛି। ପୁଣି ଇଣ୍ଟରନେଟ୍‌ରେ ମଧ୍ୟ ତାଙ୍କ ଫଟୋର ଡାଉନ୍‌ଲୋଡ଼ ତାଲିକା ସର୍ବାଧିକ। ଏହି ସବୁକୁ ଆଖି ଆଗରେ ରଖି ତାଙ୍କୁ କୁହାଯାଉଛି ଅନ୍ତର୍ଜାତୀୟ ସୁପରଷ୍ଟାର ବା ଇଣ୍ଟରନ୍ୟାଶନାଲ ସୁପରଷ୍ଟାର। ସେ ହେଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ଏମା ଓ୍ବାଟ୍‌ସନ୍‌। ବିଶେଷକରି ‘ଦି ବ୍ଲିଙ୍ଗ୍‌ ରିଙ୍ଗ୍‌’ ଫିଲ୍ମ ରିଲିଜ୍‌ ହେବା ପରେ ତାଙ୍କର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଇଛି।

୨୦୧୩ରେ ମୁକ୍ତିଲାଭ କରିଥିଲା ଫିଲ୍ମ ‘ଦି ବ୍ଲିଙ୍ଗ୍‌ ରିଙ୍ଗ୍‌’। ଏହା ଏକ ବ୍ୟଙ୍ଗାତ୍ମକ କ୍ରାଇମ୍‌ ଡ୍ରାମା। କିଛି ପଥଭ୍ରଷ୍ଟ କିଶୋର ଜଣେ ସୁନ୍ଦରୀ ସେଲିବ୍ରିଟିଙ୍କ ଘରୁ ଚୋରି କରୁଛନ୍ତି। ଏହି ସୁନ୍ଦରୀ ସେଲିବ୍ରିଟି ଭୂମିକାରେ ଅଭିନୟ କରିଛନ୍ତି ସୁନ୍ଦରୀ ଏମା। ଫିଲ୍ମ ରିଲିଜ୍‌ ହେବା ପରେ ମୁଭି କ୍ରିଟିକ୍‌ମାନେ କହିଥିଲେ ଯେ ଏହା ହେଉଛି ଏମାଙ୍କ ଜୀବନର ସବୁଠାରୁ ସଫଳ ଫିଲ୍ମ। ଏହି ଫିଲ୍ମ ହିଁ ଏମାଙ୍କୁ ଜଣେ ଅନ୍ତର୍ଜାତୀୟ ନାୟିକାରେ ପରିଣତ କରିଦେଇଥିଲା।

ହ୍ୟାରି ପୋଟର୍‌ରୁ ଆରମ୍ଭ : ଏମାଙ୍କୁ ହ୍ୟାରିପୋଟର୍‌ର ନାୟିକା ବୋଲି କୁହାଯାଏ। ତାଙ୍କର ପୂରାନାମ ଏମା ଚାର୍ଲୋଟ୍‌ ଡୁଏରେ ୱାଟ୍‌ସନ୍‌। ପ୍ୟାରିସ୍‌ରେ ଜନ୍ମ। ସେ ଏକାଧାରରେ ଜଣେ ମଡେଲ୍‌ ତଥା ଅଭିନେତ୍ରୀ ।
ସେ ୯ ବର୍ଷର ହୋଇଥିବା ବେଳେ ଅଭିନୟ ଜଗତକୁ ଆସିଥିଲେ। ସେହି ଫିଲ୍ମ ଥିଲା ହ୍ୟାରି ପୋର୍ଟର୍‌। ହ୍ୟାରି ପୋଟର ସିରିଜ୍‌ ହିଁ ଏମାଙ୍କୁ ଜଣେ ଅଭିନେତ୍ରୀର ମାନ୍ୟତା ଦେଇଥିଲା। ହରମିନୁ ଗ୍ରାଞ୍ଜର ଭୂମିକାରେ ଅଭିନୟ କରି ସେ ସମସ୍ତଙ୍କ ମନ ଜିଣି ନେଇଥିଲେ।

ମୂଳରୁ ଅଭିନୟ : ପିଲାଟି ବେଳୁ ଏମାଙ୍କ ଭିତରେ ଅଭିନୟ କରିବାର ନିଶା ଭରପୂର ହୋଇ ରହିଥିଲା। ସ୍କୁଲ୍‌ରେ ଅନୁଷ୍ଠିତ ଡ୍ରାମା ତଥା ଏକକ ଅଭିନୟରେ ସେ ଅଂଶଗ୍ରହଣ କରୁଥିଲେ ଓ ପ୍ରାଇଜ୍‌ ଜିତୁଥିଲେ। ହ୍ୟାରି ପୋଟର ସିରିଜ୍‌ରେ ଅଭିନୟ କରି ସେ ହଲିଉଡ୍‌କୁ ପ୍ରବେଶ କରିଥିଲେ। ବୟସରେ କମ୍‌ ହୋଇଥିଲେ ମଧ୍ୟ ଏମାଙ୍କ ପ୍ରତିଭା ତାଙ୍କୁ ସଫଳତାର ପାହାଚ ଚଢ଼େଇ ନେଇଥିଲା। ବଡ଼ ପରଦାରେ ନୁହେଁ; ଏମା ଓ୍ବାଟସନ୍‌ ଟେଲିଭିଜନ୍‌ରେ ମଧ୍ୟ ବେଶ୍‌ ସମାନ୍ତରାଳ ଭାବରେ ସକ୍ରିୟ। ‘ଦି ଟେଲ୍‌ ଅଫ୍‌ ଡେସ୍‌ପିରେକ୍ସ’ ଥିଲା ତାଙ୍କର ପ୍ରଥମ ଟେଲି ସିରିଜ୍‌। ଏହା ଥିଲା ଏକ ଆନିମେଟେଡ଼ ଫିଲ୍ମ।

ଜନ୍ମ ଓ ପରିବାର : ୧୯୯୦ ମସିହା ଏପ୍ରିଲ୍‌ ୧୫ ତାରିଖରେ ପ୍ୟାରିସ୍‌ର ଏକ ଓକିଲ ପରିବାରରେ ଏମା ୱାଟ୍‌ସନ୍‌ ଜନ୍ମଗ୍ରହଣ କରିଥିଲେ। ବାପାଙ୍କ ନଁା କ୍ରିସ୍‌ ୱାଟ୍‌ସନ୍‌ ଏବଂ ମା’ଙ୍କ ନାମ ଜାକ୍‌ଲିନ୍‌ ଲୁସ୍‌ବେ। ଦୁହେଁ ଆଇନ୍‌ ବ୍ୟବସାୟ ସହିତ ଜଡ଼ିତ ଥିଲେ। ତାଙ୍କୁ ଯେତେବେଳେ ପାଞ୍ଚବର୍ଷ ସେତେବେଳେ ତାଙ୍କ ବାପାମା’ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଲା। ବାପା ସେମାନଙ୍କଠାରୁ ଦୂରେଇଗଲେ। ମା’ ଜାକ୍‌ଲିନ୍‌ ବ୍ରିଟେନ୍‌ ଫେରି ଆସିଲେ। ପ୍ୟାରିସ୍‌ରେ ଜନ୍ମ ହୋଇଥିଲେ ମଧ୍ୟ ବ୍ରିଟେନ୍‌ରେ ବିତିଲା ତାଙ୍କ କୈଶୋର ଓ ଯୌବନ। ପାଠପଢ଼ା ମଧ୍ୟ ବ୍ରିଟେନ୍‌ରେ ହେଲା। ଏହାସତ୍ତ୍ୱେ ବି ଏମା ଭଲପାଆନ୍ତି ପ୍ୟାରିସ୍‌କୁ। କାରଣ ପ୍ୟାରିସ୍‌ ତାଙ୍କର ଜନ୍ମସ୍ଥାନ।

୬ ବର୍ଷରୁ ଅଭିନୟରେ ତାଲିମ : ସେ ୬ ବର୍ଷର ହୋଇଥିବା ବେଳେ ନିଷ୍ପତ୍ତି ନେଇଥିଲେ ଯେ, ବଡ଼ ହୋଇ ସେ ଅଭିନେତ୍ରୀ ହେବେ। ଅଭିନୟକୁ କ୍ୟାରିୟର କରିବେ। ସେଥିଲାଗି ସେ ଏକ ନାଟ୍ୟ ଅନୁଷ୍ଠାନରେ ବିଧିବଦ୍ଧ ଭାବରେ ତାଲିମ୍‌ ନେଲେ। କେବଳ ଅଭିନୟ ନୁହେଁ; ଅଭିନୟ ସହିତ ଗୀତ, ନାଚ ଏବଂ ଅନ୍ୟାନ୍ୟ ବିଭାଗରେ ତାଲିମ ନେଲେ। ୧୦ ବର୍ଷର ହେବା ବେଳକୁ ଏମା ସ୍କୁଲ୍‌ ତଥା ସ୍ଥାନୀୟ ଅଞ୍ଚଳରେ ଥିବା ନାଟ୍ୟ ଅନୁଷ୍ଠାନମାନଙ୍କରେ ଅଂଶ ଗ୍ରହଣ କରି ପ୍ରସିଦ୍ଧ ହୋଇ ପାରିଥିଲେ। ଏହି ସମୟରେ ହ୍ୟାରି ପୋଟର ସିରିଜ୍‌ ପାଇଁ ଜଣେ ସୁନ୍ଦରୀ କିଶୋରୀ ଅଭିନେତ୍ରୀଙ୍କୁ ଖୋଜା ଯାଉଥିଲା। ସେଥିଲାଗି କଳାକାର ଚୟନ କରାଯାଉଥିଲା। ଏମା ଏହି କଳାକାର ଚୟନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ବ୍ୟକ୍ତିଗତ ଜୀବନ : ୨୦୦୧ରେ ହ୍ୟାରି ପୋଟର ସିରିଜ୍‌ର ପ୍ରଥମ ଫିଲ୍ମ ‘ଦି ଫିଲୋସଫର୍‌ସ ଷ୍ଟୋନ୍‌’ର ଶୁଭମୁକ୍ତି ହେଲା। ପ୍ରଥମ ଦିନରେ ହିଁ ଏହା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ସମାଲୋଚକମାନେ ପ୍ରଶଂସାରେ ପୋତି ପକେଇଥିଲେ ଏହି ଫିଲ୍ମ ସହିତ ଏମା ୱାଟ୍‌ସନ୍‌ଙ୍କୁ। ଏମାଙ୍କ ଅନ୍ୟ ଫିଲ୍ମ ମଧ୍ୟରେ ରହିଛି ‘ଦିସ ଇଜ ଦ ଏଣ୍ଡ’, ‘କଲୋନିଆ’, ‘ବିୟୁଟି ଆଣ୍ଡ ଦ ବିଷ୍ଟ’, ‘ଲିଟିଲ ଓ୍ବିମ୍ୟାନ୍‌’ ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri