ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ; ଗେଟ୍ସଙ୍କୁ ପଛରେ ପକାଇ ଆର୍ନଲ୍ଟ ଦ୍ୱିତୀୟ ଶୀର୍ଷ ଧନୀ

ନୂଆଦିଲ୍ଲୀ,୧୮-୭: ମାଇକ୍ରୋସଫ୍‌ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ଠାରୁ ବିଶ୍ୱର ଦ୍ୱିତୀୟ ଶୀର୍ଷ ଧନୀ ମୁକୁଟ ହଟିଯାଇଛି। ପ୍ରକାଶ ପାଇଥିବା ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ ତାଲିକାରେ ସେ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି। ତାଙ୍କ ସ୍ଥାନ ନେଇଛନ୍ତି ଫ୍ରାନ୍ସର ବର୍ନାଡ ଆର୍ନଲ୍ଟ। ସେ ତୃତୀୟ ସ୍ଥାନରୁ ଦ୍ୱିତୀୟକୁ ଉଠି ଆସିଛନ୍ତି। ଗତ ୭ ବର୍ଷ ହେବ ଗେଟ୍‌ସ ଇଣ୍ଡେକ୍ସର ୨ୟ ସ୍ଥାନରେ ରହିଥିଲେ। ଲକ୍‌ଜରୀ ଗୁଡ଼ସ କମ୍ପାନୀ ଏଲ୍‌ଭିଏମ୍‌ଏଚ୍‌(ଲୁଇ ଭିଟନ ମୋଏଟ ହେନେସୀ)ର ଅଧ୍ୟକ୍ଷ ତଥା ସିଇଓ ଭାବେ ୭୦ ବର୍ଷର ଆର୍ନଲ୍ଟ କାର୍ଯ୍ୟ କରୁଛନ୍ତି। ଏହି କମ୍ପାନୀ ଫ୍ରାନ୍ସରେ ବେଶ ଚର୍ଚ୍ଚିତ। ଫୋବର୍‌ସ ପତ୍ରିକା ଅନୁଯାୟୀ ଆର୍ନଲ୍ଟ ୧୯୮୪ରେ ଲକ୍‌ଜରୀ ଗୁଡସ ମାର୍କେଟରେ ପାଦ ଥାପିଥିଲେ। ଏହାପରେ ସେ ଟେକ୍ସଟାଇଲ ଗ୍ରୁପ୍‌କୁ ଅଧିଗ୍ରହଣ କରିଥିଲେ। ବ୍ଲୁମ୍‌ବର୍ଗ ଦ୍ୱାରା ବୁଧବାର ଜାରି ତଥ୍ୟ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୦୮ ବିଲିୟନ ଡଲାର। ସେହିପରି ବିଲ୍‌ ଗେଟ୍‌ସଙ୍କର ୧୦୭ ବିଲିୟନ ଡଲାର ସମ୍ପତ୍ତି ରହିଛି। ଟ୍ୟାଗ୍‌ ହାୟର, ଡି ବିୟର୍ସ, ବୁଲଗାରୀ, ଥମାସ ପିଙ୍କ, ଫେଣ୍ଡି ଭଳି ନାମୀଦାମୀ କମ୍ପାନୀ ସମେତ ପ୍ରାୟ ୭୦ ବ୍ରାଣ୍ଡର ମାଲିକ ହେଉଛନ୍ତି ଅର୍ନଲ୍ଟ। ସେ ନେଟ୍‌ଫ୍ଲିକ୍ସ ଓ ବ୍ଲୁ କ୍ୟାପିଟାଲରେ ମଧ୍ୟ ନିବେଶ କରିଛନ୍ତି। ତେବେ ଇ-କମର୍ସ କମ୍ପାନୀ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଶୀର୍ଷରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୨୫ ବିଲିୟନ ଡଲାର।

ମୁକେଶ ଅମ୍ବାନୀ ୧୩ ତମ ସ୍ଥାନରେ
ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ମାଲିକ ତଥା ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭାରତୀୟ ଶୀର୍ଷ ଧନୀ ହୋଇଥିବା ବେଳେ ବିଶ୍ୱରେ ସେ ୧୩ ତମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୫୧.୮ ବିଲିୟନ ଡଲାର ବୋଲି ଇଣ୍ଡେକ୍ସରୁ ଜଣାପଡିଛି। ଏହି ତାଲିକାରେ ମୁକେଶଙ୍କ ସମେତ ୧୮ ଭାରତୀୟ ଧନୀ ସ୍ଥାନ ପାଇଛନ୍ତି। ମୁକେଶଙ୍କ ପରେ ଓ୍ବିପ୍ରୋ ପ୍ରତିଷ୍ଠାତା ତଥା ସିଏମ୍‌ଡି ଅଜିମ ପ୍ରେମ୍‌ଜୀ(୪୮ତମ, ୨୦.୫ ବିଲିୟନ ଡଲାର), ଶିବ ନାଡାର(୯୨ ତମ, ୧୪.୫ ବିଲିୟନ ଡଲାର) ତୃତୀୟ ଓ ଉଦୟ କୋଟାକ(୯୬ତମ, ୧୩.୮ ବିଲିୟନ ଡଲାର)ଚତୁର୍ଥ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri