Categories: ଖେଳ

ବ୍ଲାଟରଙ୍କ ବିରୋଧରୁ ଗୋଟିଏ ମାମଲା ପ୍ରତ୍ୟାହାର କରାଯିବ

ପ୍ୟାରିସ୍‌,୧୧।୪(ଏଏଫ୍‌ପି)- ପୂର୍ବତନ ଫିଫା ଅଧ୍ୟକ୍ଷ ସେପ୍ପ ବ୍ଲାଟରଙ୍କ ବିରୋଧରୁ ଦୁଇଟି ଗୋଟିଏ ମାମଲା ପ୍ରତ୍ୟାହାର କରିବାକୁ ସୁଇସ୍‌ ପବ୍ଲିକ୍‌ ପ୍ରସିକ୍ୟୁଟର ଅଫିସ୍‌ (ଏମ୍‌ପିସି) ନିଷ୍ପତ୍ତି ନେଇଛି। କାରିବିୟାନ ଫୁଟବଲ ୟୁନିୟନ (ସିଏଫ୍‌ୟୁ)କୁ ଟେଲିଭିଜନ ରାଇଟ୍‌ ବିକ୍ରି ନେଇ ତାଙ୍କ ବିରୋଧାରେ ମମଲା ରୁଜୁ କରାଯାଇଥିଲା। ତେବେ ୮୪ ବର୍ଷୀୟ ବ୍ଲାଟରଙ୍କ ବିରୋଧରୁ ଏହାକୁ ପ୍ରତ୍ୟାହାର କରାଯିବ ବୋଲି ଫ୍ରାନ୍ସର ଏକ ଖବରକାଗଜ ଲି ମୋଣ୍ଡେ ଓ ଜର୍ମାନୀର ଦୈନିକ ଖବର କାଗଜ ସୁଡ୍ଡେୟୁସଚ୍‌ ଜେଇଟୁଙ୍ଗ୍‌ ଉଲ୍ଲେଖକରିଛି।
୨୦୧୫ରେ ଫିଫାରେ ହୋଇଥିବା ମହା ଦୁର୍ନୀତି ମାମଲାର ତଦନ୍ତ ନେଇ ବ୍ଲାଟରଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଥିଲା। ତେବେ ବ୍ୟକ୍ତିଗତ ଭାବେ ଏମ୍‌ପିସିଠାରୁ ଏ ସଂକ୍ରାନ୍ତରେ କୌଣସି ସୂଚନା କିମ୍ବା ଡକ୍ୟୁମେଣ୍ଟ ପାଇନାହିଁ ବୋଲି ବ୍ଲାଟର ସ୍ପଷ୍ଟ କରିଛନ୍ତି। ଏନେଇ ଦୃଷ୍ଟି ଦେବାକୁ ମୋ ଓକିଲୋଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି। ଟିଭି ରାଇଟ୍‌ ଚୁକ୍ତି ସଂକ୍ରାନ୍ତରେ ଏହି ଖରବ ପ୍ରକାଶ ପାଇଛି। ଫିଫାକୁ ସୁହାଉ ନ ଥିବା ଭଳି ଚୁକ୍ତି କରିଥିବା କଥା ସୁଇସ୍‌ ପ୍ରସିକ୍ୟୁଟର ସନ୍ଦେହ କରୁଥିଲେ। ଏହି ଚୁକ୍ତି ଅନୁସାରେ ସିଏଫ୍‌ୟୁକୁ ୨୦୧୦ ଓ ୨୦୧୪ ବିଶ୍ୱକପ୍‌ର ଟେଲିଭିଜନ ରାଇଟ୍‌ ବା ପ୍ରସାରଣ ଅଧିକାର ପ୍ରଦାନ କରାଯାଇଥିଲା। ବଜାର ମୂଲ୍ୟଠାରୁ କମ୍‌ ମୂଲ୍ୟରେ ଏହି ଚୁକ୍ତି ପ୍ରଦାନ କରାଯାଇଥିଲା ବୋଲି ସନ୍ଦେହ କରାଯାଇଥିଲା।
ତେବେ ବ୍ଲାଟରଙ୍କ ବିରୋଧରେ ଦ୍ୱିତୀୟ ଫୌଜଦାରୀ ମାମଲାଟି ଚାଲୁ ରହିବ ବୋଲି ସ୍ପଷ୍ଟ କରାଯାଇଛି। ୨୦୧୧ ଫେବୃୟାରେରେ ୟୁଇଏଫ୍‌ଏ ଅଧ୍ୟକ୍ଷଙ୍କୁ ଦୁଇ ମିଲିୟନ ସୁଇସ୍‌ ଫ୍ରାଙ୍କ (୧.୮୯ ମିଲିୟନ ୟୁରୋ) ବିବାଦୀୟ ଢଙ୍ଗରେ ଦିଆଯାଇଥିଲା। ଏହି ମମାଲରେ ବ୍ଲାଟରଙ୍କ ବିରୋଧରେ ମାମଲା ତଥା ତଦନ୍ତ ଚାଲୁ ରହିବ ବୋଲି କୁହାଯାଇଛି।
ମହାଦୁର୍ନୀତିର ବିଭିନ୍ନ ମାମଲାରେ ଛନ୍ଦି ହୋଇ ବ୍ଲାଟର ଫିଫା ଏଥିକ୍ସ କମିଟି ଦ୍ୱାର ବାସନ୍ଦ ହୋଇଥିଲେ। ୨୦୧୫ରେ ତାଙ୍କୁ ଫିଫାରୁ ବହିସ୍କାର କରାଯିବା ସହ ୬ ବର୍ଷା ବାସନ୍ଦ କରାଯାଇଥିଲା। ସେହିପରି ୨୦୧୫ରେ ପ୍ଲାଟିନିଙ୍କୁ ଫିଫା ୪ ବର୍ଷ ବାସନ୍ଦ କରିଥିଲା। ସେତେବେଳେ ସେ ଫିଫାର ଉପାଧ୍ୟକ୍ଷ ଥିଲେ।

Share