ବ୍ଲାକ୍‌ରୋଜ୍‌ରେ ପିଟିହୋଇ ବୁଡିଗଲା ଟ୍ରଲର

ପାରାଦୀପ, ୫।୧୧(ସ୍ବ.ପ୍ର.): ପାରାଦୀପ ବନ୍ଦରଠାରୁ ୬ କି.ମି ଦୂରରେ ସୁମଦ୍ରରେ ବୁଡି ରହିଥିବା ବହୁ ଚର୍ଚ୍ଚିତ ବ୍ଲାକରୋଜ୍‌ ଜାହାଜରେ ମଙ୍ଗଳବାର ପ୍ରତ୍ୟୁଷରେ ଦୁର୍ଘଟଣା ଘଟିଛି। ମା’ ଜଗତ୍‌ଜନନୀ ନାମକ ମାଛଧରା ଟ୍ରଲର ମାଛ ଧରି ନେହେରୁବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିବା ବେଳେ ଉକ୍ତ ଜାହାଜ ସହିତ ଧକ୍କାହୋଇ ସମୁଦ୍ରରେ ବୁଡ଼ିଯାଇଛି। ଫଳରେ ଟ୍ରଲରରେ ଥିବା ୬ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତଯାଇଛନ୍ତି। ଦୁର୍ଘଟଣା ପରେ ସମ୍ପୃକ୍ତ ଟ୍ରଲର ମାଲିକ ପୁର୍ଣ୍ଣଚନ୍ଦ୍ର ନାୟକ ସ୍ଥାନୀୟ ଜଟାଧାର ମୁହାଁଣ ସାମୁଦ୍ରୀକ ପୋଲିସ ଓ କୋଷ୍ଟଗାର୍ଟଙ୍କୁ ଖବର ଦେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ରେ ପାରାଦୀପ ବନ୍ଦରରୁ ପଣ୍ୟ ନେଇ ଯାଉଥିବା ବ୍ଲାକରୋଜ ଜାହାଜ ଉପକୂଳଠାରୁ କିଛି ଦୂରରେ ବୁଡିଯାଇଥିଲା। ଆଜି ପର୍ଯ୍ୟନ୍ତ ଜାହାଜ ସେହି ସ୍ଥାନରେ ବୁଡି ରହିଛି। ଫଳରେ ଅନେକ ସମୟରେ ମାଛଧରା ଟ୍ରଲରଗୁୁଡିକ ପ୍ରତି ବିପଦ ସୃଷ୍ଟି କରୁଛି।