ବ୍ଲଡ ବ୍ୟାଙ୍କ୍‌ରେ ରକ୍ତ ଅଭାବ: ଆଗକୁ ସୃଷ୍ଟି ହୋଇପାରେ ଜଟିଳ ସ୍ଥିତି

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ୨୧ ଦିନିଆ ଲକ୍‌ ଡାଉନ୍‌। କେହି ଘରୁ ପଦାକୁ ଗୋଡ଼ କାଢୁନାହାନ୍ତି। ଡାକ୍ତରଖାନା ଖୋଲା ରହିଥିଲେ ମଧ୍ୟ ଏବେ ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ବଡ଼ ସମସ୍ୟା ପାଲଟିଛି। ଅଧିକାଂଶ ବ୍ଲଡ୍‌ବ୍ୟାଙ୍କ୍‌ରେ ମହଜୁଦ୍‌ ଥିବା ରକ୍ତ ସରି ଆସୁଥିବାବେଳେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲର ବ୍ଲଡ୍‌ ବ୍ୟାଙ୍କରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ପ୍ରତିଦିନ ଏଠାକୁ ୬୦ ୟୁନିଟରୁ ଊର୍ଦ୍ଧ୍ୱ ରକ୍ତ ଆସୁଥିଲା। ଲକ୍‌ଡାଉନ୍‌ ପରଠାରୁ ରକ୍ତ ଆସିବା ବନ୍ଦ ହୋଇଯାଇଛି। କଟକଣା ହେତୁ କୌଣସି ବ୍ୟକ୍ତି ରକ୍ତଦାନ ପାଇଁ ବାହାରକୁ ଆସିପାରୁନାହାନ୍ତି। ଏପରିସ୍ଥଳେ ଲୋକେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍‌ ବ୍ୟାଙ୍କ୍‌କୁ ରକ୍ତ ପାଇଁ ଯାଉଥିଲେ ମଧ୍ୟ ଉପଲବ୍ଧ ନ ଥିବା କହି କର୍ତ୍ତୃପକ୍ଷ ଫେରାଇ ଦେଉଛନ୍ତି। ଏପରି କି ଲକ୍‌ଡାଉନ୍‌ ପାଇଁ ବିଭିନ୍ନ ବ୍ଲଡ୍‌ବ୍ୟାଙ୍କ୍‌କୁ ଯିବା ସମ୍ଭବ ହେଉ ନ ଥିବାରୁ ସଂକଟାପନ୍ନ ବା ରକ୍ତର ଜରୁରୀ ଆବଶ୍ୟକତା କରୁଥିବା ରୋଗୀଙ୍କ ଜୀବନ ବିପଦମୁହଁକୁ ଠେଲି ହୋଇଯାଉଛି।

ମିଳିଥିବା ସୂଚନାନୁସାରେ, ସାଧାରଣତଃ ବ୍ଲଡ୍‌ ବ୍ୟାଙ୍କ୍‌ରୁ ଯେକୌଣସି ଗ୍ରୁପ୍‌ର ରକ୍ତ ଦେଇ ଆବଶ୍ୟକ ଗ୍ରୁପ୍‌ର ରକ୍ତ ନେବାକୁ ପଡିଥାଏ। କେତେକ କ୍ଷେତ୍ରରେ ମାଗଣା ରକ୍ତ ମଧ୍ୟ ମିଳିଥାଏ। କିନ୍ତୁ ଏହା ସାଧାରଣ ଲୋକଙ୍କ କ୍ଷେତ୍ରରେ ସେତେଟା ସହଜ ନୁହେଁ। ତେବେ ବାଟରେ ପୋଲିସ ଅଟକାଉଥିବାରୁ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବ୍ଲଡ୍‌ବ୍ୟାଙ୍କ୍‌ କର୍ମଚାରୀମାନେ ରକ୍ତ ଗାଏବ୍‌ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ହସ୍ପିଟାଲ କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ରକ୍ତ ଦିଆଯାଉଥିବା ବେଳେ ସାଧାରଣ ଲୋକଙ୍କ କଥା କେହି ଶୁଣୁ ନ ଥିବା କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍‌ବ୍ୟାଙ୍କ୍‌ ଆସି ନିରାଶରେ ଫେରୁଥିବା ଜଣେ ରୋଗୀ ସମ୍ପର୍କୀୟ କହିଛନ୍ତି। ବ୍ଲଡ୍‌ ବ୍ୟାଙ୍କ୍‌ର ଜଣେ କର୍ମଚାରୀ କହିଛନ୍ତି, ଅଭିଯୋଗ ଠିକ୍‌ ନୁହେଁ। ବାସ୍ତବ କଥା ହେଲା, ଲକ୍‌ଡାଉନ୍‌ ପରେ ରକ୍ତ ଆସିବା ବନ୍ଦ ହୋଇଯାଇଛି। ଯେତିକି ଅଛି ତାହାକୁ ରୋଗୀର ଜରୁରୀ ସ୍ଥିତି ଦେଖି ଦିଆଯାଉଛି। ଯେଉଁମାନଙ୍କର ଆବଶ୍ୟକ ଅଛି ସେମାନେ ରକ୍ତ ଦେବା ଲୋକଙ୍କୁ ଧରି ସାଥିରେ ଆସି ରକ୍ତ ନେଉଛନ୍ତି। ସମାଜସେବୀ ଡଲି ରଥ କହିଛନ୍ତି, ରକ୍ତର ଯେପରି ଅଭାବ ନ ରହିବ ସେଥିପାଇଁ ସରକାର ଓ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦିଅନ୍ତୁ। ପୋଲିସ ମଧ୍ୟ ଏକ୍ଷେତ୍ରରେ ଆବଶ୍ୟକ ବ୍ୟବସ୍ଥା କରିବା କଥା। ବ୍ଲଡ୍‌ ବ୍ୟାଙ୍କ୍‌କୁ କିଛି ପାସ୍‌ ଦେବା ଦରକାର। ଯେଉଁମାନେ ରକ୍ତ ଦେବାକୁ ଆସୁଛନ୍ତି ସେମାନଙ୍କୁ ଏହି ପାସ୍‌ ଦିଆଯାଉ। ଫଳରେ ବାଟରେ ସେମାନଙ୍କୁ ପୋଲିସ ଅଟକାଇ ହଇରାଣ ନ କରୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri