ବ୍ଲଡ୍‌ କ୍ୟାନ୍‌ସର

‘କ୍ୟାନ୍‌ସର : ନୋ ଆନ୍‌ସର’ ବୋଲି ଅନେକଙ୍କ ମନରେ ଧାରଣା ରହିଛି। ହେଲେ ପ୍ରାରମ୍ଭିକ ସ୍ତରରେ ଏହା ଚିହ୍ନଟ ହୋଇ ଉପଯୁକ୍ତ ଚିକିତ୍ସା କରାଯାଇପାରିଲେ କେତେକ କ୍ଷେତ୍ରରେ କ୍ୟାନ୍‌ସରରୁ ଆରୋଗ୍ୟ ମିଳିବାର ଉଦାହରଣ ରହିଛି। ହେଲେ ଏହା ଯଦି ଗୁରୁତର ଅବସ୍ଥାରେ ଚିହ୍ନଟ କରାଯାଏ, ତେବେ ତାହା ଅକାଳ ମୃତ୍ୟୁକୁ ଡାକିଆଣିଥାଏ। ଆଜିକାଲି ବ୍ଲଡ୍‌ କ୍ୟାନ୍‌ସର (ରକ୍ତ କର୍କଟ) ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର କାରଣ ସମ୍ପର୍କରେ ଆମେ ନିଶ୍ଚୟ ଅବଗତ ହେବା ଦରକାର। ଏହି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ପ୍ରଥମେ ଜ୍ୱର ଲାଗି ରହିଥାଏ। ଆନେମିଆ ସମସ୍ୟା ମଧ୍ୟ ଦେଖାଦିଏ। ଅଳ୍ପ କାମ କରିବା ପରେ ହାଲିଆ ଲାଗେ। ଅଧିକାଂଶ ସମୟ ଶରୀରରେ ଦୁର୍ବଳତା ଅନୁଭବ ହୋଇଥାଏ। ଗଳା କିମ୍ବା କାଖ ତଳେ ହାଲୁକା ଦରଜ ଅନୁଭୂତ ହୋଇଥାଏ। ଛାତିରେ ଜ୍ୱଳନ ହୁଏ। ଶରୀରରେ ହାଲକା ଆଘାତ ଲାଗିବା ମାତ୍ରେ ରକ୍ତ କ୍ଷରଣ ହୁଏ। କେବଳ ନାକରୁ ନୁହେଁ ପରସ୍ରା କରିବା ସମୟରେ ରକ୍ତ ପଡ଼ିଥାଏ। ଭୋକ କମ୍‌ ଲାଗେ। ତା’ସହ ହଠାତ୍‌ ଓଜନ କମି କମି ଯାଏ। ଏପରି କ୍ୟାନ୍‌ସରର ଅନ୍ୟ ପ୍ରମୁଖ ଲକ୍ଷଣ ହେଲା, ଶରୀରରେ ଇନ୍‌ଫେକଶନ ଲାଗି ରହିଥାଏ। ଯଦି ଆପଣଙ୍କ ଶରୀରରେ ବାରମ୍ବାର ଇନ୍‌ଫେକଶନ ଲାଗି ରହୁଛି, ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଅସ୍ଥିରେ ଏବଂ ଗଳଗଣ୍ଠିରେ ଦରଜ ଅନୁଭୂତ ହୁଏ। ତେବେ ଏପରି ଲକ୍ଷଣ ଦେଖାଦେବା ମାତ୍ରେ ଅଭିଜ୍ଞ କ୍ୟାନ୍‌ସର ବିଶେଷଜ୍ଞଙ୍କ ନିକଟକୁ ଯାଇ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri