ବ୍ଲକ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ତଦାରଖ

କେନ୍ଦୁଝର ୩୧ା୩(ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକର ସଦର ବିଡିଓ  ଜଗନ୍ନାଥ ହନୁମାନ ଓ  ଏବିଡିଓ ଭାଗବତ ନାଏକ ତଦାରଖ କରିଛନ୍ତି। ବରଦାପାଳ ପଞ୍ଚାୟତର ସରକାରୀ ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟ,  ବାଉରୀପଦା ପଞ୍ଚାୟତ କେମ୍ପସଡା ନୋଡାଲ ଉପ୍ରା ବିଦ୍ୟାଳୟ, ବୋଦାପଳସା ପଞ୍ଚାୟତର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ, ଡିମ୍ବୋ ପଞ୍ଚାୟତର ଜନମଙ୍ଗଳ ଉଚ୍ଚ ବିଦ୍ୟାଳୟ, ଗୋବର୍ଦ୍ଧନ ପଞ୍ଚାୟତର ନୋଡାଲ ଉପ୍ରା ବିଦ୍ୟାଳୟ ସେଣ୍ଡେକାପ, ଗୋପୀନାଥପୁର ପଞ୍ଚାୟତର ନୋଡାଲ ଉପ୍ରା ବିଦ୍ୟାଳୟ ସିଲିସୁଆଁ, ହାଣ୍ଡିଭଙ୍ଗା ପଞ୍ଚାୟତର ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟ ଆମୁଣି, ଜନାର୍ଦ୍ଦନପୁର ପଞ୍ଚାୟତର ସରକାରୀ ୟୁଜି ଏଚଏସ୍‌ ବିଦ୍ୟାଳୟ ଜନାର୍ଦ୍ଦନପୁର ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି ା ଏହି ବ୍ଲକର ୨୫ଟି ପଞ୍ଚାୟତରେ ୨୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା ସକାଶେ ଶଯ୍ୟା ବ୍ୟବସ୍ଥା, ପାଇଖାନା, ପିଇବାପାଣି, ୨୪ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥା ସାଙ୍ଗକୁ ବ୍ଲିଚିଂ ପକାଇ ବିଶୋଧନ କରାଯାଇଛି।  ପ୍ରତି କେନ୍ଦ୍ରରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ/ସଭ୍ୟା କେନ୍ଦ୍ରମାନଙ୍କର ଦାୟିତ୍ୱରେ ରହିବେ ା ଏହି କେନ୍ଦ୍ରରେ ନୋଡାଲ ଅଫିସର ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ତଦାରଖ କରିବେ ବୋଲି ସେମାନେ ସୂଚନା ଦେଇଛନ୍ତି।