ମୁମୂର୍ଷୁ ଯୁବକଙ୍କୁ ଉଦ୍ଧାର କଲେ ବିଡିଓ

ବିଜେପୁର,୧୮।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ପରିସରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଯୁବକଙ୍କୁ ବ୍ଲକ ପ୍ରଶାସନ ମଙ୍ଗଳବାର ଉଦ୍ଧାର କରଛି। ଉକ୍ତ ଯୁବକ ଜଣକ ହେଲେ ବଡବାଉଁଶେନ ଗ୍ରାମର ବିଶ୍ବନାଥ କାଣ୍ଡ (୪୫)।
ପରେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେ ମଧୁମେହ ରୋଗରେ ଅକ୍ରାନ୍ତ ଥିବାବେଳେ ତାଙ୍କର ରକ୍ତଚାପ ମଧ୍ୟ ଅଧିକ ରହିଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡିଛି। ତଙ୍କ ଚିକିତ୍ସା ଲାଗି ସମସ୍ତ ସହାୟତା ଯୋଗାଇ ଦିଆଯିବ। ତାଙ୍କ ବୁଢୀ ମା ’ ଲତା କାଣ୍ଡଙ୍କୁ ରେଡକ୍ରସ ପାଣ୍ଠିରୁ ୩ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବିଡିଓ ପଦ୍ମନାଭ ସାମନ୍ତରାୟ କହିଛନ୍ତି।
ସୂଚନାଯୋଗ୍ୟ, ବିଶ୍ବନାଥ ବ୍ଲକ ପରିସରରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ପ୍ରାତଃ ଭ୍ରମଣରେ ଯାଇଥିବା ବିଡିଓ ପଦ୍ମନାଭ ଦେଖିଥିଲେ। ତୁରନ୍ତ ସେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।