ବ୍ଲକ କାର୍ଯ୍ୟାଳୟ ପରିସରରେ ନାହିଁ ଶୌଚାଳୟ: ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ

ଏରସମା,୨୧ା୮(ସ୍ବ.ପ୍ର.): ଏରସମା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ମଙ୍ଗଳବାର ସେମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଏରସମା ବ୍ଲକ ଅଧୀନରେ ରହିଛି ୨୫ ପଞ୍ଚାୟତ। ବ୍ଲକ ମୁଖ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି), ଉଦ୍ୟାନ ବିଭାଗ, ଯୋଗାଣ ବିଭାଗ, ଜ୍ୟୋତି ମହିଳା ମହାସଂଘ, ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ), ଓଡିଶା ଜୀବିକା ମିଶନ, ମତ୍ସ୍ୟ ସମ୍ପ୍ରସାରଣ ବିଭାଗ, କୃଷି ବିଭାଗ ଆଦି କାର୍ଯ୍ୟାଳୟ ରହିଛି। ତେଣୁ ବିଭିନ୍ନ ପଞ୍ଚାୟତରୁ ଲୋକେ ଏଠାକୁ ଆସୁଛନ୍ତି। ତେବେ ସଦରମହକୁମାଠାରୁ ପଦ୍ମପୁର, ଗଡ଼ହରିଶପୁର, ଗୋଡ଼ା, ଚଟୁଆ, ବାଲିତୁଠ, ଜାନକାଦେଈପୁର, ଭିତର ଅନ୍ଧାରୀ, ଗଡ଼କୁଜଙ୍ଗ, କୁଞ୍ଜକୋଠି ଆଦି ପଞ୍ଚାୟତ ୨୫ରୁ ୩୦ କିମି ଦୂରରେ ରହିଛି। ଏସବୁ ପଞ୍ଚାୟତରୁ ମଧ୍ୟ ପ୍ରତଦିନ ଶତାଧିକ ଲୋକ ଆସୁଛନ୍ତି। ମାତ୍ର ପରିତାପର ବିଷୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୌଚାଳୟଟିଏ ନ ଥିବାରୁ ସେମାନଙ୍କୁ ହଇରାଣ ହେବାକୁ ପଡୁଛି। ଏନେଇ ବହୁବାର ଅଭିଯୋଗ ହେବା ପରେ ୨ଟି ପରିଶ୍ରାଗାର କରାଯାଇଥିଲା। ତାହା ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ଲକ ଅଫିସ ଉପର ମହଲାରେ ବିଶାଳ ସଭାଗୃହ କରାଯାଇଛି। ସେଠାରେ ବିଭିନ୍ନ ସମୟରେ ସଭା, ସମୀକ୍ଷା ବୈଠକ, କର୍ମଶାଳା, ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେଉଛି। ଜିଲା ଓ ଜିଲା ବାହାରୁ ବହୁ ପଦସ୍ଥ ଅଧିକାରୀ, ନେତା ଓ ମନ୍ତ୍ରୀ ଏଥିରେ ଯୋଗ ଦେଉଛନ୍ତି। ମାତ୍ର ପରିତାପର ବିଷୟ ସଭାଗୃହ ସହ ସଞ୍ଜୁକ୍ତ ଶୌଚାଳୟ ବ୍ୟବସ୍ଥା କରାଯାଇନି। ସରକାର ସ୍ବଚ୍ଛ ଭାରତ ଯୋଜନାରେ ଗ୍ରାମାଞ୍ଚଳରେ ପାଇଖାନା ନିର୍ମାଣକୁ ଗୁରୁତ୍ୱ ଦେଉଥିବାବେଳେ ଖୋଦ୍‌ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୌଚାଳୟ କରା ନ ଯିବା ଆଲୋଚ୍ୟର ବିଷୟ ହୋଇଛି। ବିଶେଷ କରି ଏଥିଯୋଗୁ ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକ କାଯର୍‌ୟାଳୟ ପଶ୍ଚିମ ପଟେ ଆଇସିଡିଏସ କାର୍ଯ୍ୟାଳୟକୁ ରାସ୍ତା ଯାଇଛି। ସେହି ରାସ୍ତା ପାର୍ଶ୍ୱରେ ଲୋକେ ପରିଶ୍ରା କରୁଥିବାରୁ ଉକ୍ତ ଅଞ୍ଚଳ ଦୁର୍ଗନ୍ଧ ହେଉଛି। ଏପରିକି ଉକ୍ତ ରାସ୍ତା ଦେଇ ମହିଳାମାନେ ଯାତାୟାତ କରିବାକୁ ସଂକୋଚ କରୁଛନ୍ତି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ବ୍ଲକ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ନିର୍ମାଣ କରିବାକୁ ପଲିକଣ୍ଟାର ସରପଞ୍ଚ ଧ୍ୱଜରାଜ ଖଣ୍ଡୁଆଳ, କୃଷ୍ଣଚନ୍ଦ୍ରପୁର ସରପଞ୍ଚ ଖୁଲଣା ସୁନ୍ଦରୀ ସ୍ବାଇଁ, ଜପା ସରପଞ୍ଚ ତପନ ଗଛାୟତ, ପଏଦାର ପୂର୍ବତନ ସରପଞ୍ଚ ଦୀପ୍ତିରାଣୀ ପ୍ରଧାନ, ଢିଙ୍କିଆର ସମିତି ସଭ୍ୟ ଦେବେନ୍ଦ୍ର ସ୍ବାଇଁ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri