ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ରିଷିଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୫୧ଜଣ ପ୍ରତିଯୋଗୀ କବାଡି, ଖୋଖୋ ଓ ଫୁଟବଲ ଖେଳରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମନୋନୀତ ଖେଳାଳି ଆସନ୍ତା ଜିଲାସ୍ତରୀୟ ଶାରଦୀୟ କ୍ରୀଡା ଉତ୍ସବରେ ଅଂଶ ଗ୍ରହଣ କରିବେ । ଆୟୋଜକ ସମ୍ପାଦକ ତଥା ପ୍ରଧାନଶିକ୍ଷକ ଅଶୋକ କୁମାର ବିଶ୍ୱାଳ, ପିଇଟି ବେଣୁଧର ରଣା, ଶିକ୍ଷକ କୁଳେନ୍ଦ୍ର ବୈଠାରୁ, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ବ୍ଲକର ୩୦ଜଣ ପିଇଟି ଯୋଗଦେଇଥିଲେ । ସାଗରପାଲି ସିଆରସିସି ବାବାଜୀଚରଣ ରାଉତ, ଅଲାତରା ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ବେଣୁଧର କୁମାରଙ୍କ ସମେତ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଯୋଗଦେଇଥିଲେ । ଏହି ବ୍ଲକର ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ, ମଦନପୁରର ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ । ମ.ରାମପୁର ବିଇଓ ଗଣେଶ କିଷାନ ଓ ଏବିଓ ଗୋବର୍ଦ୍ଧନ ମାଝି କାର୍ଯ୍ୟକ୍ରମ ତଦାରଖ କରିଥିଲେ ।