ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା : ଶ୍ୱାସରୁଦ୍ଧ ହୋଇ ମେଡିକାଲ ଗଲେ ବୃଦ୍ଧା

ନାଉଗାଁ,୮ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମାତ୍ର ଏହି ଶିବିରରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଫଳରେ ଏହାକୁ ନେଇ ଅନେକ ଭିନ୍ନକ୍ଷମ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶେଷକରି ଯେଉଁଠି ଶିବିର ଆୟୋଜନ କରାଯାଇଥିଲା ସେଠାରେ ସ୍ଥାନାଭାବ ଯୋଗୁ ଅନେକ ଭିନ୍ନକ୍ଷମ ବୃଦ୍ଧାବୃଦ୍ଧ ତଳେ ବସିଥିବା ଦେଖିବାକୁ ମିଳିଥିଲା। ଏପରି କି ଶିବିରକୁ ଯିବା ପାଇଁ ଅନେକ ଭିନ୍ନକ୍ଷମ ତଳେ ଘୁଷୁରି ଘୁଷୁରି ଯାଇଥିଲେ। ଶିବିରକୁ ତିରୁଣା ପଞ୍ଚାୟତ ନରଣପୁର ଗ୍ରାମର ଳଳିତା ବଓ୍ବୋ ଆସିଥିଲେ। ତେବେ ସ୍ଥାନାଭାବରୁ ସେ ଶ୍ୱାସରୁଦ୍ଧ ହୋଇ ତଳେ ପଡିଯାଇଥିଲେ। ତାଙ୍କୁ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଶିବିର ମଧ୍ୟକୁ ଭିନ୍ନକ୍ଷମଙ୍କୁ ନେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି କର୍ମଚାରୀଙ୍କୁ ନିୟୋଜିତ କରାଯାଇ ନ ଥିଲା। ଯଦ୍ଦ୍ବାରା ଭିନ୍ନକ୍ଷମମାନେ ନିଜସ୍ବ ଉଦ୍ୟମରେ ପାହାଚ ଚଢି ଯିବାର ଦେଖା ଯାଇଥିଲା। ସ୍ଥାନାଭାବା ଓ ଅତ୍ୟଧିକ ଭିନ୍ନକ୍ଷମ ଆସିଥିବାବେଳେ ସେମାନଙ୍କ ପାଇଁ ପାନୀୟଜଳ, ପଙ୍ଖା ଆଦିର ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିଲା। ଶିବିରରେ ୫୫୩ ଆବେଦନ ପଞ୍ଜୀକୃତ କରାଯାଇଥିଲା। ଏଥିରେ ଅସ୍ଥିଶଲ୍ୟରେ ୨୭୦, ମାନସିକ ଅନଗ୍ରସରରେ ୧୫୮, ଚକ୍ଷୁରେ ୭୩ଟି, ବାକ୍‌, ଶ୍ରବଣ ଓ ଶକ୍ତିବାଧିତରେ ୪୯ଟି ଓ ଥାଲାସିମିଆରେ ୩ଟି ଅଭିଯୋଗ ଥିଲା। ସମସ୍ତ ବିଭାଗର ଡାକ୍ତର ଯୋଗଦେଇ ପରୀକ୍ଷା କରି ପ୍ରମାଣପତ୍ର ଦେଇଥିଲେ। ଏହାମଧ୍ୟରୁ ୧୨ଜଣ ଆଶାବାଡି, ହୁଇଲ ଚେୟାର ଆଦି ଉପକରଣ ନେବା ପାଇଁ ଆବେଦନ କରିଛନ୍ତି। ଯୋଜନାରେ ନାମ ପଞ୍ଜୀକରଣ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ କମ୍ପ୍ୟୁଟରୀକରଣ ପ୍ରମାଣପତ୍ର ଦିଆଯିବ ବୋଲି ଜନମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ସ୍ବାଇଁ କହିଛନ୍ତି। ଶିବିରରେ ଅବ୍ୟବସ୍ଥା ସମ୍ପର୍କରେ ଜନମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ବାଇଁଙ୍କୁ ପଚାରିବାରେ ସେମିତି କିଛି ହୋଇ ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri