Posted inଖେଳ

ବ୍ରିସ୍‌ବେନ୍‌ ଟେଷ୍ଟ: ଓ୍ବାର୍ନର, ଲାବୁସ୍କାନଙ୍କ ବୃହତ୍‌ ଶତକ; ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ବ୍ରିସ୍‌ବେନ,୨୩।୧୧(ଏଏଫ୍‌ପି): ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଓ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନଙ୍କ ବୃହତ ଶତକ ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ସ୍ଥିତି ଦୃଢ କରିଛି। ସ୍ଥାନୀୟ ଗାବା ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ପାକିସ୍ତାନ ୮୬.୨ ଓଭରରେ ୨୪୦ ରନ କରି ଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ୧୫୭.୪ ଓଭରରେ ୫୮୦ ରନ କରି ଅଲଆଉଟ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ୩୪୦ ରନର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୭ ଓଭରରେ ୩ ଉଇକେଟ ହରାଇ ୬୪ ରନ ସଂଗ୍ରହ କରିଛି। ଫଳରେ ୭ ଉଇକେଟ ହାତରେ ରଖି ପାକିସ୍ତାନ ଏବେ ୨୭୬ ରନ ପଛରେ ପଡି ଇନିଂସ ପରାଜୟ ଏଡାଇବା ପାଇଁ ସଂଘର୍ଷ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଶାନ ମାସୁଦ ୨୭ ଓ ବାବର ୨୦ ରନ କରି ଅପରାଜିତ ରହିଛନ୍ତି। ଆଉଟ ୩ ବ୍ୟାଟ୍ସମ୍ୟାନ ଅଧିନାୟକ ଆଝାର ଅଲୀ, ହାରିସ ସୋହେଲ ଓ ଆସାଦ ସାଫିକ୍‌ ଦୁଇଅଙ୍କ ଛୁଇଁପାରିନାହାନ୍ତି। ଆଝାର ୫ ଓ ହାରିସ ୮ ରନ କରି ମିଚେଲ ଷ୍ଟାର୍କଙ୍କ ଦ୍ୱାରା ଆଉଟ ହୋଇଛନ୍ତି। ଅଝାର ଏଲ୍‌ବିଡବ୍ଳ୍ୟୁ ହୋଇଥବା ବେଳେ ହାରିସ ଉଇକେଟକିପର ଟିମ୍‌ ପେନ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ସାଫିକ୍‌ ଖାତା ଖୋଲିବା ପୂର୍ବରୁ ପ୍ୟାଟ୍‌ କୁମିନ୍ସଙ୍କ ବଲ୍‌ରେ ତୃତୀୟ ସ୍ଲିପ୍‌ରେ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଷ୍ଟାର୍କ ୨ ଓ କୁମିନ୍ସ ଗୋଟିଏ ଉଇକେଟ ହାସଲ କରିଛନ୍ତି।
ଓଭରନାଇଟ୍‌ ସ୍କୋର ୩୨୧/୧ରୁ ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରି ଶନିବାର ଅଲଆଉଟ୍‌ ହୋଇଥିଲା। ଅପରାଜିତ ଥିବା ବ୍ୟାଟ୍ସମ୍ୟାନ ଓ୍ବାର୍ନର ୧୫୧ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୩ ରନ ଯୋଡି ୧୫୪ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ୧୬ ବର୍ଷୀୟ ଦ୍ରୁତ ବୋଲର ନଶିମ ଶାହାଙ୍କ ବଲ୍‌ରେ ଉଇକେଟକିପର ମହମ୍ମଦ ରିଜ୍‌ଓ୍ବାନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏଥିସହିତ ଓ୍ବାର୍ନର କ୍ୟାରିୟରର ୨୨ତମ ଟେଷ୍ଟ ଶତକ ଅର୍ଜନ କରିଛନ୍ତି। ୨୯୬ଟି ବଲର ସମ୍ମୁଖୀନ ହୋଇ ଓ୍ବାର୍ନର ୧୦ ଚୌକା ମାରିଥିଲେ। ସେହିପରି ଅନ୍ୟତମ ଓଭରନାଇଟ ବ୍ୟାଟ୍ସମ୍ୟାନ ଲାବୁସ୍କାନ ୫୫ ରନରୁ ଖେଳ ଆରମ୍ଭ କରି ୧୮୫ ରନର ଦମ୍‌ଦାର ଶତକୀୟ ଇନିଂସ ଖେଳି ଶାହିନ ଶାହା ଆଫ୍ରିଦିଙ୍କ ବଲ୍‌ରେ ଗଲି ଅଞ୍ଚଳରେ ବାବର ଆଜମଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେ ୨୭୯ଟି ବଲର ସମ୍ମୁଖୀନ ହୋଇ ୨୦ଟି ଚୌକା ମାରି କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରି ଚୟନକର୍ତ୍ତାଙ୍କ ନିଷ୍ପତ୍ତି ଯଥାର୍ଥତା ପ୍ରତିପାଦନ କରିଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଅଷ୍ଟ୍ରେଲିଆ ଇନିଂସ ବେଶି ସମୟ ତିଷ୍ଠି ନ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଓପନର ଜୋ ବନର୍‌ସ ୯୭, ମାଥ୍ୟୁ ଓ୍ବେଡ ୬୦, ଟ୍ରାଭିସ ହେଡ ୨୪, ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ପେନ ୧୩ ରନ କରି ଆଉଟ ହୋଇଥିବା ବେଳେ ନାଥନ ଲିୟନ ୧୩ ରନ କରି ଅପରାଜିତ ରହିଥିଲେ। ପ୍ରଥମ ଉଇକେଟରେ ଓ୍ବାର୍ନର ଓ ବନର୍‌ସ ୨୨୨, ଦ୍ୱିତୀୟ ଉଇକେଟରେ ଓ୍ବାର୍ନର ଓ ଲାବୁସ୍କାନ ୧୨୯, ଚତୁର୍ଥ ଉଇକେଟରେ ଲାବୁସ୍କାନ ଓ ଓ୍ବେଡ ୧୧୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ୟାସିର ଶାହ ସର୍ବାଧିକ ୪, ଶାହିନ ଆଫ୍ରିଦି ଓ ହାରିସ ସୋହେଲ ଦୁଇଟି ଲେଖାଏ, ଇମ୍ରାନ ଖାଁ ଓ ନସିମ ଶାହ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ- ୮୬.୨ ଓଭରରେ ୨୪୦ ଅଲଆଉଟ୍‌।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୫୭.୪ ଓଭରରେ ୫୮୦ ଅଲଆଉଟ୍‌
(ଲାବୁସ୍କାନ- ୧୮୫, ଓ୍ବାର୍ନର-୧୫୪, ବନର୍‌ସ- ୯୭, ଓ୍ବେଡ- ୬୦, ୟାସିର- ୪/୨୦୫, ହାରିସ- ୨/୭୫, ଶାହିନ ଆଫ୍ରିଦି- ୨/୯୬, ଇମ୍ରାନ- ୧/୭୩, ନସିମ- ୧/୬୮)।
ପାକିସ୍ତାନ ଦ୍ୱିତୀୟ ଇନିଂସ- ୧୭ ଓଭରରେ ୬୪/୩
(ମାସୁଦ-୨୭*, ଆଜମ- ୨୦*, ଷ୍ଟାର୍କ- ୨/୨୫, କୁମିନ୍ସ- ୧/୧୬)।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri