ବ୍ରିଟେନ ଆକାଶରେ ରହସ୍ୟମୟ ଧୂଆଁ

ଲଣ୍ଡନ,୧୮ା୪: ବ୍ରିଟେନ ଆକାଶରେ ଗୁରୁବାର ରାତି ୮ଟାରେ ଏକ ରହସ୍ୟଜନକ ବସ୍ତୁ ଜଳି ଜଳି ଯାଉଥିବାବେଳେ ତା’ ପଛପଟରୁ ଧୂଆ ବାହାରୁଥିବା ଦେଖିବାକୁ ମିଳିଥିଲା। ତାହା ୨୦ ମିନିଟ ଜଳିବା ସହ ଆକାଶରେ ଧୂମ ବଳୟ ସୃଷ୍ଟି କରିଥିଲା। କେମ୍ବ୍ରିଜ୍‌ଶାୟରର ଜଣେ ବ୍ୟକ୍ତି କହିଛନ୍ତି, ବିମାନ ଛାଡ଼ୁଥିବା ଧୂଆଁ ଭଳି ଏହା ଦେଖାଯାଉଥିଲା। ଏହା ଦ୍ରୁତ ଭାବେ ଗତି କରୁ ନ ଥିଲା। ତେବେ ଏହା ଏକ ଉଲ୍‌କା ପିଣ୍ଡ ନୁହେଁ। ଏହି ରହସ୍ୟମୟ ବସ୍ତୁ ୧୦ରୁ ୨୦ ମିନିଟ ଧରି ଜଳିସାରିବା ପରେ ତଳକୁ ଖସିଥିଲା। କିନ୍ତୁ ପରେ ତା’ର ଭଗ୍ନାବଶେଷ ମଧ୍ୟ ଦେଖିବାକୁ ମିଳିନାହିଁ ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣକ କହିଛନ୍ତି।

Share