ବ୍ରିଟେନ: ଅନ୍ୟ ସମୁଦାୟଠାରୁ ଭାରତୀୟ ଅଧିକ ପ୍ରଭାବିତ

ଲଣ୍ଡନ,୨୪ା୪: କରୋନା ଭୂତାଣୁ ସଂକ୍ରମଣରେ ବ୍ରିଟେନରେ ଗୁରୁବାର ସୁଦ୍ଧା ୧୮,୭୩୮ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୧ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଛନ୍ତି। ହେଲେ ଚିନ୍ତାର ବିଷୟ ଯେ, ବ୍ରିଟେନର କୃଷ୍ଣକାୟ, ଏସୀୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ(ବିଏଏମ୍‌ଇ) ବର୍ଗ ମଧ୍ୟରୁ ଭାରତୀୟମାନେ ଏହି ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଇଂଲଣ୍ଡର ଜାତୀୟ ସ୍ବାସ୍ଥ୍ୟସେବା(ଏନ୍‌ଏଚ୍‌ଏସ୍‌) ତଥ୍ୟ ଅନୁଯାୟୀ ଗତ ୧୭ ତାରିଖ ସୁଦ୍ଧା ଦେଶର ହସ୍ପିଟାଲଗୁଡ଼ିକରେ ୧୩,୯୧୮ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା। ସେଥିରୁ ୧୬.୨% ହେଉଛନ୍ତି ବିଏଏମ୍‌ଇ ବର୍ଗର। ବିଶେଷକରି ମୃତକଙ୍କ ମଧ୍ୟରେ ଭାରତୀୟ ସମୁଦାୟଙ୍କ ସଂଖା ହେଉଛି ୩%। ଏହାପଛକୁ ୨.୯% କାରିବିଆନ ଏବଂ ୨.୧% ପାକିସ୍ତାନୀଙ୍କ ମୃତ୍ୟୁ ଘଟିଛି।

ବିଏଏମ୍‌ଇ ବର୍ଗର ଲୋକଙ୍କ କରୋନା ଭାଇରସ୍‌ଜନିତ ମୃତ୍ୟୁକୁ ନେଇ ବ୍ରିଟେନ ସରକାର ସମୀକ୍ଷା କରିଛନ୍ତି। ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‌ ହାନକକ୍‌ ଗତ ସପ୍ତାହର ସ୍ଥିତି ସମୀକ୍ଷା କରି କହିଛନ୍ତି ଯେ, ସଂଖ୍ୟାଲଘୁ ବର୍ଗର ବହୁ ଲୋକଙ୍କ ଯେଭଳି ମୃତ୍ୟୁ ଘଟିଚାଲିଛ, ତାହା ଉଦ୍‌ବେଗଜନକ। ସୂଚନାଥାଉ କି, ମୋଟ ବିଏଏମ୍‌ଇ ଜନସଂଖ୍ୟାକୁ ତୁଳନା କଲେ ଏହି ବର୍ଗର ମୃତ୍ୟୁ ସଂଖ୍ୟା ବହୁତ ଅଧିକ। ଅର୍ଥାତ୍‌ ଜନସଂଖ୍ୟାର ପ୍ରାୟ ୧୩ ପ୍ରତିଶତ। ବିଏଏମ୍‌ଇ ବର୍ଗର ମୃତକଙ୍କ ମଧ୍ୟରେ ୦.୬% ବାଂଲାଦେଶୀ, ୧.୬% ଅନ୍ୟ ଏସୀୟ, ୧.୯% ଆଫ୍ରିକାନ୍‌, ୦.୯% ଅନ୍ୟ କୃଷ୍ଣକାୟ ସମୁଦାୟ, ୦.୪% ଚାଇନିଜ୍‌ ରହିଛନ୍ତି। ଅନ୍ୟପକ୍ଷରେ ମୃତ ଶ୍ୱେତାଙ୍ଗଙ୍କ ସଂଖ୍ୟା ହେଉଛି ୭୩.୬%। କେବଳ ସେତିକି ନୁହେଁ, ବିଏଏମ୍‌ଇ ସମୁଦାୟର ବହୁ ଲୋକ ସଂକ୍ରମିତ ହୋଇଥିବା ବ୍ରିଟେନର ପ୍ରଥମ ଶିଖ୍‌ ଆପାତକାଳୀନ ଚିକିତ୍ସା ପରାମର୍ଶଦାତା ଡା. ମନ୍‌ଜିତ୍‌ ସିଂ ରିଆତ କହିଛନ୍ତି।
ବ୍ରିଟିଶ ମେଡିକାଲ ଆସୋସିଏଶନ (ବିଏମ୍‌ଏ)ର କାଉନସିଲ ଚେୟାରମ୍ୟାନ ଡା. ଚାନ୍ଦ ନାଗପାଉଲ କହିଛନ୍ତି ଯେ, ଅସମାନତାକୁ ଦୂର କରିବା ଏବଂ ଜନସଂଖ୍ୟାର ସମସ୍ତ କ୍ଷେତ୍ରକୁ ସମାନ ଭାବରେ ସୁରକ୍ଷା ଦେବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। ବିଏଏମ୍‌ଇ ସମୁଦାୟ ସମ୍ମୁଖୀନ ହେଉଥିବା ବିପଦ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଜାଣିବା ଯାଏ ସେମାନଙ୍କ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବା ଜରୁରୀ ବୋଲି ସେ କହିଛନ୍ତି। ବ୍ରିଟେନରେ ଭାରତୀୟ ବଂଶୋଭବ ଡାକ୍ତରମାନଙ୍କ ସଂଘ(ବିଏପିଆଇଓ) ଏମ୍ପୋରିଆଲ କଲେଜ ଲଣ୍ଡନ ସହିତ ଏକ ନୂତନ ଏକାଡେମିକ ବୁଝାମଣା ଘୋଷଣା କରିଛି, ଯାହା ବ୍ରିଟେନର ଡାକ୍ତରୀ ବୃତ୍ତି ମଧ୍ୟରେ ଥିବା ପାର୍ଥକ୍ୟକୁ ଗଭୀର ଭାବରେ ଅନୁସନ୍ଧାନ କରିବ। ଏହି ଅନୁସନ୍ଧାନରୁ ବିଏଏମ୍‌ଇ ଜନସଂଖ୍ୟା ଉପରେ ମହାମାରୀର ପ୍ରଭାବ କିପରି ହ୍ରାସ କରାଯାଇପାରିବ ସେନେଇ ସ୍ପଷ୍ଟ ପରାମର୍ଶ ମିଳିପାରିବ ବୋଲି ବିଏପିଆଇଓ ସଭାପତି ଡା. ରମେଶ ମେହେଟ୍ଟା କହିଛନ୍ତି। ବିଶେଷଜ୍ଞଙ୍କ କହିବାନୁଯାୟୀ, ହୃଦ୍‌ରୋଗ, ମଧୁମେହ, ଭିଟାମିନ ଅଭାବ, ବହୁ ପିଢ଼ିର ପରିବାରରେ ସାମାଜିକ ଦୂରତ୍ୱ ପାଳନ ନ ହେବା ଆଦି କାରଣ ପାଇଁ ବ୍ରିଟେନରେ ଜାତିଭିତ୍ତିକ ସଂଖ୍ୟାଲଘୁଙ୍କ ମୃତ୍ୟୁହାର ଅଧକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri