ବ୍ରିଟେନ୍‌ ତୈଳ ଟ୍ୟାଙ୍କରକୁ ଅଟକ ରଖିଲା ଇରାନ୍‌: ୨୩ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ୧୮ ଭାରତୀୟ

ଲଣ୍ଡନ,୨୦।୭: ଇରାନ ବିଟ୍ରେନ୍‌ର ତୈଳ ଟ୍ୟାଙ୍କରକୁ ଅଟକ ରଖିଛି। ଟ୍ୟାଙ୍କରରେ ଥିବା ୨୩ ଜଣ କର୍ମଚାରୀଙ୍କ ମଧ୍ୟରେ ୧୮ ଭାରତୀୟ ଥିବା କୁହାଯାଉଛି। ସ୍ଥାନୀୟ ହୋରମୁଜ୍‌ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ହେଲିକପ୍ଟର ଏବଂ ୪ଟି ଜାହାଜ ସହାୟତାରେ ତୈଳ ଟ୍ୟାଙ୍କରକୁ ଚାରିପଟୁ ଘେରାଯାଇ ଏପରି କରାଯାଇଥିବା କୁହାଯାଉଛି। ଟ୍ୟାଙ୍କରରେ ଭାରତ ସମେତ ଜଣେ ଫିଲିପାଇନ୍ସ ନାଗରିକ, ୩ ରୁଷିଆ ନାଗରିକ, ଜଣେ ଲାଟିଭିୟା ନାଗରିକ କାର୍ଯ୍ୟ କରୁଥିଲେ। ଟ୍ୟାଙ୍କରକୁ ଅଟକ ରଖାଯାଇଥିବା ସମପର୍କରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡର ଓ୍ବେବସାଇଟ୍‌ରେ ସୂଚିତ କରାଯାଇଛି।

Share