Categories: ଫୁରସତ

ବ୍ରିଟେନ୍‌ରେ ମହିଳାଙ୍କ ହର୍ସ ରେସ୍‌: ବଢିବାକୁ ଲାଗିଛି ଲୋକପ୍ରିୟତା

ହର୍ସ ରେସ୍‌ ବା ଘୋଡା ଦୌଡ ସର୍ବଦା ଏକ ପୁରୁଷ ପ୍ରଧାନ ଖେଳ ଭାବେ ପରିଚିତ ହୋଇଆସିଛି। ହେଲେ ୨୦୧୨ ବ୍ରିଟେନ୍‌ରେ ଆରମ୍ଭ ହୋଇଥିଲା ମହିଳାଙ୍କ ଘୋଡାଦୌଡ ପ୍ରତିଯୋଗିତା, ମଙ୍ଗୋଲିଆ କପ୍‌। ସେତେବେଳେ ଏହାକୁ ଦେଖିବାପାଇଁ ବହୁ କଷ୍ଟରେ ୧୦ ହଜାର ଲୋକ ଆସିଥିଲେ। ସେବେଠାରୁ ଏହା ପ୍ରତିବର୍ଷ ଅଗଷ୍ଟ ୧ ତାରିଖରେ ଆୟୋଜିତ ହେଉଛି। ଚଳିତ ବର୍ଷ ଏହାର ସପ୍ତମ ସଂସ୍କରଣ ଥିଲା। ଆଉ ଦର୍ଶକଙ୍କ ସଂଖ୍ୟା ବଢି ୩୦ ହଜାର ହୋଇଯାଇଥିଲେ। ଏଥିରୁ ଜଣାଯାଏ ଏହାର ଲୋକପ୍ରିୟତା ବଢିବାକୁ ଲାଗିଛି। ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ବ୍ରିଟେନ୍‌ର ‘ଲେଡିଜ୍‌ ଡେ’ ଇଭେଣ୍ଟ ଭାବେ ନାମିତ ବି କରାଯାଇଛି। ଉକ୍ତ ରେସ୍‌ରେ ୧୧ଜଣ ମହିଳା ଅଂଶଗ୍ରହଣ କରନ୍ତି। ତା’ ମଧ୍ୟରେ କେହିବି ପେସାଗତ ଜକି ନ ଥାଆନ୍ତି। ମହିଳାଙ୍କ ମଧ୍ୟରେ କିଏ ଟିଭି ଆଙ୍କର ତ କିଏ ପତ୍ରକାର, ଆଉ କିଏ ଇଞ୍ଜିନିୟରିଂ ଛାତ୍ରୀ ବି ଥାଆନ୍ତି। ସମସ୍ତେ ସଉକଭାବେ ହର୍ସ ରାଇଡିଂ କରନ୍ତି। ଉକ୍ତ ରେସ୍‌ରେ, ଯାହା ଧନରାଶି ଜମା କରାଯାଏ ଦୁନିଆସାରାର ମହିଳାଙ୍କ ଉପକାର ପାଇଁ ଦାନ କରିଦିଆଯାଏ। ଏଥର ଏହି ରେସ୍‌ରେ ପ୍ରଥମକରି ଜଣେ ୧୮ ବର୍ଷୀୟା ମୁସଲିମ୍‌ ଯୁବତୀ ହିଜାବ ପିନ୍ଧି ରେସ୍‌ରେ ଅଂଶ ଗ୍ରହଣ କରିଥିଲେ। ଆଉ ସେ ବିଜୟିନୀ ବି ହୋଇଛନ୍ତି।

Share