ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ହେଉଛନ୍ତି ଭାରତର ଜ୍ୱାଇଁ

ଲଣ୍ଡନ, ୨୪।୭: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ସହ ଏକ ଖାସ୍‌ ସମ୍ପର୍କ ରହିଛି। ବୋରିସ୍‌ ଗତବର୍ଷ ଛାଡପତ୍ର ଦେଇଥିବା ସ୍ତ୍ରୀ ମ୍ୟାରିନା ହ୍ବିଲର୍‌ଙ୍କ ମା’ ଜଣେ ଭାରତୀୟ ବୋଲି ଜଣାପଡିଛି। ମ୍ୟାରିନାଙ୍କ ପିତା ଚାଲର୍‌ସ ହ୍ବିଲର ବିବିସିର ଖବରଦାତା ଭାବେ ଭାରତରେ କାମ କରୁଥିଲାବେଳେ ଶିଖ ମହିଳା ଦୀପ ସିଂହଙ୍କୁ ବିବାହ କରିଥିଲେ। ନିକଟରେ ଏକ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ବୋରିସ୍‌ ନିଜ ଭାରତର ଜ୍ୱାଇଁ ବୋଲି ଅଭିହିତ କରିଥିଲେ। ଏହାସହ ଭାରତ ସହ ବ୍ୟାପାରିକ ସମ୍ପର୍କ ବୃଦ୍ଧି ଉପରେ ସେ ଜୋର ଦେଇଥିଲେ।

Share