ବ୍ରିଟେନରେ ହୋଇପାରେ ବିଶ୍ୱର ସବୁଠାରୁ ବଡ ପରମାଣୁ ବିସ୍ଫୋରଣ

ଲଣ୍ଡନ,୧୫।୭: ଏବେ ବିଶ୍ୱର ପ୍ରାୟ ସବୁଦେଶ ନ୍ୟୁକ୍ଲିୟର ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେଥିପାଇଁ ଲୁଚାଛପାରେ ସମସ୍ତେ ଏହାର ପରୀକ୍ଷଣ ମଧ୍ୟ କରୁଛନ୍ତି। ଏହା ବିଶ୍ୱ ସମ୍ମୁଖରେ ପରମାଣୁ ବିସ୍ଫୋରଣର ଭୟକୁ ମଧ୍ୟ ବଢାଇ ଚାଲିଛି। କେବଳ ପରମାଣୁ ବିସ୍ଫୋରଣ ନୁହେଁ ଏହାଦ୍ୱାରା କେତେବେଳେ କେଉଁଠି ଯେ ବିସ୍ଫୋରଣ ହେବ ତାହା ମଧ୍ୟ କହିବା କଷ୍ଟକର। ଯେହେତୁ ଏହା ଲୁଚାଛପାରେ ହେଉଛି ଏହାଦ୍ୱାରା ଯଦି କିଛି ଅଘଟଣ ଘଟେ ଏହାକୁ ମଧ୍ୟ ଲୁଚାଇବାକୁ ଚେଷ୍ଟା କରାଯିବ। ଇତି ମଧ୍ୟରେ ୟୁକେ(ଯୁନାଇଟେଡ କିଙ୍ଗଡମ୍‌)ରେ ଇତିହାସର ସବୁଠାରୁ ବଡ ପରମାଣୁ ବିସ୍ଫୋରଣ ହେବା କଥା ଆଶଙ୍କା କରାଯିବା ପରେ ଏହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି। କୁହାଯାଉଛି ଯଦି ଏହି ବିସ୍ଫୋରଣ ହେଲା ତେବେ ଏହା ଚେରନୋବିଲ ଓ ହିରୋସୀମା ପରମାଣୁ ବିସ୍ଫୋରଣଠାରୁ ବହୁଗୁଣ ଅଧିକ ହେବ। ‘ଦି ସନ୍‌’ର ସୂଚନା ଅନୁଯାୟୀ, ଗତବର୍ଷ ଲଣ୍ଡନରେ ଥିବା ଏହି ନ୍ୟୁକ୍ଲିୟର ପ୍ଲାଣ୍ଟରେ ୨୫ଟି ବଡ ବଡ ତ୍ରୁଟି ଦେଖାଯାଇଥିଲା। ତେଣୁ ଯେ କୌଣସି ସମୟରେ ଏଠାରେ ବଡ ଧରଣର ବିସ୍ଫୋରଣ ଆଶଙ୍କା କରାଯାଇଛି।

Share